ଆଉ ଜାଲରେ ପଡୁନାହାନ୍ତି ଇଲିଶି

ଭୋଗରାଇ, ୩୦।୭(ପ୍ରଦୀପ ଦାସ)-ଆଷାଢରୁ ଭାଦ୍ରବ ମାସ ଯାଏ ସୁବର୍ଣ୍ଣରେଖା ମୁହାଣରୁ ପ୍ରଚୁର ଇଲିଶି ମାଛ ଧରାଯାଇଥାଏ। ବାଲେଶ୍ୱର ଜିଲା ସମୁଦ୍ର ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀ ଏହି ମାଛ ଧରି ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରିଥାନ୍ତି। ଏହା ମତ୍ସ୍ୟଜୀବୀଙ୍କ ରୋଜଗାରର ମୁଖ୍ୟ ପନ୍ଥା ହୋଇଥିବାବେଳେ ଆଗଭଳି ଆଉ ଇଲିଶି ମିଳୁନାହାନ୍ତି। ଫଳରେ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି। ଅନ୍ୟ ମାଛ ତୁଳନାରେ ସୁବର୍ଣ୍ଣରେଖା ମୁହାଣରୁ ଧରାଯାଉଥିବା ଇଲିଶିର ଚାହିଦା ଅଧିକ ରହିଛି। ଏହି ମାଛ ଅଧିକ ସ୍ବାଦିଷ୍ଟ ହୋଇଥିବାରୁ ଖାଉଟିମାନେ ଆଗ୍ରହର ସହ ଏହାକୁ କିଣିଥାନ୍ତି। ଏଥର ଶ୍ରାବଣ ମାସ ଆରମ୍ଭ ହୋଇଥିଲେ ମଧ୍ୟ ମୌସୁମୀ ବର୍ଷାର ଅନିୟମିତତା ଓ ପ୍ରତିକୂଳ ପାଗ ଯୋଗୁ ଇଲିଶି ଉତ୍ପାଦନ ହ୍ରାସ ପାଇଥିବା ମତ୍ସ୍ୟଜୀବୀମାନେ କହିଛନ୍ତି।
ସୁବର୍ଣ୍ଣରେଖା ମୁହାଣ ନିକଟରୁ ଏବେ ଦୈନିକ ୫ରୁ ୬ ଟନ୍‌ ଇଲିଶି ଧରାଯାଇ ଉଦୟପୁର, ତାଳସାରୀ, କୀର୍ତ୍ତନିଆ, ଚୌମୁଖ, କଷାଫଳ, ବାହାବଳପୁର ମତ୍ସ୍ୟ ଅବତରଣ କେନ୍ଦ୍ରରେ ବିକ୍ରି କରାଯାଉଛି। ସେହିପରି ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ମତ୍ସ୍ୟ ଅବତରଣ କେନ୍ଦ୍ରରେ ବାଲେଶ୍ୱର ମତ୍ସ୍ୟଜୀବୀ ମଧ୍ୟ ଇଲିଶି ବିକ୍ରି କରିଥାନ୍ତି। ଅନ୍ୟ ବର୍ଷରେ ଦୈନିକ ୨୦ରୁ ୨୫ ଟନ୍‌ ଇଲିଶି ଧରାଯାଉଥିବା ବେଳେ ଉତ୍ପାଦନ କ୍ରମେ ହ୍ରାସ ପାଉଥିବାରୁ ଏହାର ବଜାର ଦର ଅଧିକ ରହିଛି। ଏଥର ଛୋଟ ଇଲିଶି ୫ଶହ ଓ ବଡ ଇଲିଶି କେଜି ୧ହଜାରରୁ ୧୨ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ମାଛମରା ଟ୍ରଲର ଓ ମତ୍ସ୍ୟଜୀବୀମାନେ ଆଷାଢ ମାସରୁ ମାଛଧରା ଆରମ୍ଭ କରିଥିଲେ ମଧ୍ୟ ଦିନେ ଦିନେ ଇଲିସି ନ ପାଇ ଖାଲି ହାତରେ ଫେରୁଛନ୍ତି। ସାଧାରଣତଃ ମୌସୁମୀ ବର୍ଷା ହେଲେ ନଦୀ ମୁହାଣ ଦେଇ ମଧୁର ଜଳ ସମୁଦ୍ରକୁ ପ୍ରବେଶ କରିଥାଏ। ଏହି ସମୟରେ ପୂର୍ବାଳି ପବନରେ ବାଂଲାଦେଶ ଓ ମ୍ୟାନମାର ଗଭୀର ସମୁଦ୍ରରୁ ଇଲିଶି ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ନଦୀ ମୁହାଣକୁ ଚାଲିଆସି ମଧୁରଜଳରେ ଯାଆଁଳ ଛାଡ଼ିଥାନ୍ତି। ଏହି ସମୟରେ ମତ୍ସ୍ୟଜୀବୀମାନେ ଜାଲ ବିଛାଇ ସମୁଦ୍ରରେ ପ୍ରଚୁର ଇଲିଶି ଧରିଥାନ୍ତି। ଜଳବାୟୁର ପରିବର୍ତ୍ତନ ଓ ଅସ୍ବାଭାବିକ ମୌସୁମୀ ବର୍ଷା ଇଲିଶି ଉତ୍ପାଦନରେ ବାଧକ ହୋଇଥିବାରୁ ମତ୍ସ୍ୟଜୀବୀମାନେ ହତାଶ ହେଉଛନ୍ତି। ଅନ୍ୟପକ୍ଷେ ଇଲିସି ପ୍ରତି ଦୁର୍ବଳତା ରଖୁଥିବା ନିମ୍ନ ମଧ୍ୟବିତ୍ତଶ୍ରେଣୀର ଲୋକେ ଅଧିକ ଚଢାଦର ଦେଇ ଇଲିଶି କିଣିପାରୁ ନ ଥିବା କହିଛନ୍ତି।
ବାଲେଶ୍ୱର ଉପକୂଳରେ ହଜାର ହଜାର ମତ୍ସ୍ୟଜୀବୀଙ୍କ ପରିବାରର ଆର୍ଥିକ ମାନଦଣ୍ଡ ମତ୍ସ୍ୟ ସମ୍ପଦ ଉପରେ ନିର୍ଭର କରୁଥିବା ବେଳେ ସେମାନଙ୍କ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ଅନେକ ଅଭିଯୋଗ କରିଛନ୍ତି। ଗଭୀର ସମୁଦ୍ରକୁ ମାଛ ମାରିବା ପାଇଁ ଯାଉଥିବା ମତ୍ସ୍ୟଜୀବୀଙ୍କୁ ଲାଇଫ ଜ୍ୟାକେଟ୍‌ ଦିଆଯାଉନାହିଁ କି ଟ୍ରଲରରେ ଜରୁରୀ ସୂଚନା ଦେବା ନିମନ୍ତେ ଡାଟା ମେଶିନ୍‌ ଲଗାଯାଉ ନ ଥିବା ଗମ୍ଭାରିଆ ଗ୍ରାମର ଡଙ୍ଗା ମାଲିକ କୈଳାସ ଚନ୍ଦ୍ର ଗଙ୍ଗେଇ କହିଛନ୍ତି। କୀର୍ତ୍ତନିଆ ଗ୍ରାମର ଜୟଦେବ ବେହେରା ଓ ସାହାପୁର ଗ୍ରାମର ମତ୍ସ୍ୟଜୀବୀ ନିତ୍ୟାନନ୍ଦ ବେହେରା ମଧ୍ୟ ଅନୁରୂପ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସାମୁଦ୍ରିକ ସହକାରୀ ମତ୍ସ୍ୟ ଅଧିକାରୀ ଗଣେଶ ଚନ୍ଦ୍ର ପାତ୍ରଙ୍କୁ ପଚାରିବାରୁ କହିଛନ୍ତି, ମୌସୁମୀ ବର୍ଷା ଆଶାନୁରୂପ ନ ହେବାରୁ ଏହାର ପ୍ରଭାବ ଇଲିଶି ଉତ୍ପାଦନ ଉପରେ ପଡିଛି। ଏଠାରେ ୨୪୦ଟି ଛୋଟ, ବଡ଼ ଡଙ୍ଗାର ପଞ୍ଜୀକରଣ କରାଯାଇ ୧୦୭ ଡଙ୍ଗାରେ ଡାଟା ମେଶିନ୍‌ ଲଗାଯାଇଛି। ଲାଇଫ୍‌ ଜ୍ୟାକେଟ ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri