Posted inଖେଳ

ଆଇସିସି ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଭାରତର ଅଭିଯାନ

ସାଉଥାମ୍ପଟନ,୪।୬ (ପି.ଟି.)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଚଳିତ ଦ୍ୱାଦଶ ସଂସ୍କରଣରେ ଭାରତ ବୁଧବାରଠାରୁ ଅଭିଯାନ ଆରମ୍ଭ କରିବ। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ୧୩୦ କୋଟି ଲୋକଙ୍କ ଆଶା ଓ ଆକାଂକ୍ଷାକୁ ନେଇ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ସାଉଥାମ୍ପଟନର ରୋଜ ବଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଆଘାତ ସମସ୍ୟା ଜର୍ଜରିତ ଦକ୍ଷିଣ ଆଫ୍ରିକା ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେବ ବୋଲି ଆଶା କରାଯାଉଛି। ଭାରତୀୟ ଅଧିନାୟକ କୋହଲି ତାଙ୍କ ଆନ୍ତର୍ଜାତିକ କ୍ୟାରିୟରର ଏକ ନୂଆ ସୋପାନରେ ପାଦ ଦେବାକୁ ଯାଉଛନ୍ତି। କୋହଲି ଚଳିତ ପିଢିର ସବୁଠାରୁ ଶ୍ରେଷ୍ଠ ଦିନିକିଆ ବ୍ୟାଟ୍ସମ୍ୟାନ ବିବେଚିତ ହେଉଛନ୍ତି। ତେବେ ଏହି ମେଗା ଇଭେଣ୍ଟରେ ସେ କେବଳ ବ୍ୟାଟ୍ସମ୍ୟାନ ନୁହଁନ୍ତି ଜଣେ ଅଧିନାୟକ ହିସାବରେ ପରୀକ୍ଷାର ସମ୍ମୁଖୀନ ହେବେ।
ଭାରତୀୟ ଦଳରେ କୋହଲିଙ୍କ ସମେତ ଏକାଧିକ ମ୍ୟାଚ୍‌ ଓ୍ବିନର ରହିଛନ୍ତି। ତେବେ ୨୦୧୧ ବଶ୍ୱକପ୍‌ ଦଳ ଭଳି ଏହି ଦଳ ପାଖରେ ସେ ଯାଦୁ ଅଭାବ ଥିବା ପରିଲକ୍ଷିତ ହେଉଛି। ବିଶ୍ୱକପ୍‌ର ଏହି ସଂସ୍କରଣରେ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ବାଗ, ଯୁବରାଜ ସିଂ, ଗୌତମ ଗମ୍ଭୀର, ଜାହିର ଖାଁ ଓ ହରଭଜନ ସିଂଙ୍କ ଭଳି ବିଶ୍ୱସ୍ତରୀୟ ଖେଳାଳି ରହିଥିଲେ। କେବଳ ସେତିକି ନୁହେଁ ମୁନାଫ ପଟେଲ, ଆଶିଷ ନେହରା, ସୁରେଶ ରାଇନା ଓ ସେତେବେଳର ଯୁବ କୋହଲି ଦଳରେ ସାମିଲ ଥିଲେ। କୋହଲିଙ୍କ ନେତୃତ୍ୱରେ, ଧୋନୀଙ୍କ ଦିଶାନିର୍ଦ୍ଦେଶ ଓ କୋଚ ରବି ଶାସ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ୯ଟି ମ୍ୟାଚ୍‌ରୁ ୬ଟିରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି। ଏହି ବିଶ୍ୱକପ୍‌ ଦଳ ଗଠନ ପାଇଁ ଦୁଇ ବର୍ଷ ସମୟ ଲାଗିଥିଲା। ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନଠାରୁ ହାରିବା ପରେ ବିଶ୍ୱକପ୍‌ ଦଳ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗ୍ରୁପ୍‌ ପର୍ଯ୍ୟାୟରେ ବାକି ସବୁ ଦଳ ଦୁଇଟି ମ୍ୟାଚ୍‌ ଖେଳିସାରିଥିବା ବେଳେ ଭାରତ ତା’ର ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଛି। ତେଣୁ ଭାରତୀୟ ଖେଳାଳିମାନେ ଆବଶ୍ୟକ ବିଶ୍ରାମ ନେଇଛନ୍ତି।
ଗ୍ରୁପ୍‌ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା କ୍ରମାଗତ ଦୁଇଟି ମ୍ୟାଚ୍‌ରେ ପରାଜୟ ବରଣ କରିଛି। ପ୍ରଥମେ ଇଂଲଣ୍ଡ ଓ ପରେ ବାଂଲାଦେଶଠାରୁ ପରାସ୍ତ ହେବା ପରେ ଦଳର ଆତ୍ମବିଶ୍ୱାସରେ ଅବନତି ହୋଇଥିବ। ପୁଣି ଅଭିଜ୍ଞ ଦ୍ରୁତ ବୋଲର ଡେଲ ଷ୍ଟେଇନ୍‌ କାନ୍ଧରେ ଆଘାତ ସମସ୍ୟା କାରଣରୁ ବିଶ୍ୱକପ୍‌ରୁ ବାଦ ପଡିଛନ୍ତି। ଫଳରେ ଦକ୍ଷିଣ ଆଫ୍ରିକାର ସମସ୍ୟା ଦ୍ୱିଗୁଣିତ ହୋଇଛି। ତାଙ୍କ ବଦଳରେ ବାମହାତୀ ଦ୍ରୁତ ବୋଲର ବେଉରାନ ହେଣ୍ଡ୍ରିକ୍ସଙ୍କୁ ଦଳରେ ସାମିଲ କରାଯାଇଛି। ଦ୍ରୁତ ବୋଲର ଲୁନ୍‌ଗି ଏନ୍‌ଗିଡି ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରି କାରଣରୁ ଭାରତ ବିପକ୍ଷ ମ୍ୟାଚ୍‌ରେ ନ ଖେଳିବା ସ୍ପଷ୍ଟ ହୋଇଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ବଲ ହାସିମ ଆମଲାଙ୍କ ହେଲମେଟ୍‌ରେ ବାଜିଥିଲା। ସେଥିପାଇଁ ଆମଲା ସମ୍ପୂର୍ଣ୍ଣ ଫିଟ୍‌ ନାହାନ୍ତି। ତେଣୁ ଦକ୍ଷିଣ ଆଫ୍ରିକା ସାମାନ୍ୟ ଦୁର୍ବଳ ହୋଇଛି ବୋଲି କହିଲେ ଭୁଲ ହେବନାହିଁ।
ତେବେ କୌଣସି ପ୍ରକାର ପରିସ୍ଥିତିରେ ଦକ୍ଷିଣ ଆଫ୍ରିକାକୁ ଆଦୌ ହେୟ ମନେ କରିହେବ ନାହିଁ ବୋଲି ଭାରତୀୟ କୋଚ୍‌ ରବି ଶାସ୍ତ୍ରୀ ସତର୍କ କରାଇଦେଇଛନ୍ତି। ସାଉଥାମ୍ପଟନର ରୋଜ ବଲ ଗ୍ରାଉଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ ବୋଲି ଆଶାକରାଯାଉଛି। ମେଘୁଆ ପାଗ ହେବା ସଙ୍ଗେ ସଙ୍ଗେ ବର୍ଷା ହେବାର ସମ୍ଭାବନା ଥିବାରୁ ଭାରତକୁ ବିଶେଷ ଭାବେ ସତର୍କ ରହିବାକୁ ହେବ। ତୃତୀୟ ଦ୍ରୁତବୋଲର ଭାବେ ଭୁବନେଶ୍ୱର କୁମାର ଖେଳିବେ କି ନା ତାହା ପରେ ଜଣାପଡିବ। ପୁଣି ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଦମ୍‌ଦେଖାଇଥିବା ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ମିଳିବା ନେଇ ମଧ୍ୟ ସମ୍ଭାବନା ସୃଷ୍ଟି ହୋଇଛି। ଦୁଇ ରିଷ୍ଟ ସ୍ପିନର କୁଲଦୀବ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କୁ ଏଭଳି ପରିସ୍ଥିତିରେ ଖେଳାଯିବ କି ନା ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଗୋଟିଏ ମାସ ହେବ କେଦାର ଯାଦବ ଖେଳିନାହାନ୍ତି ଓ ସେ ସମ୍ପୂର୍ଣ୍ଣ ଫିଟ୍‌ ଥିବା ନେଇ ସଂଶୟ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ସୁଯୋଗ ମିଳିବା ନେଇ ମଧ୍ୟ ଅନୁମାନ କରାଯାଉଛି।
ଆଘାତ ସମସ୍ୟା ଓ ଦୁର୍ବଳ ଫର୍ମ ଦେଇ ଗତିକରୁଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକାର ଅନ୍ୟତମ ଦ୍ରୁତ ବୋଲର କାଗିସୋ ରାବାଡ଼ାଙ୍କ ଗୋଟିଏ ଉଚ୍ଚକୋଟୀର ସ୍ପେଲ୍‌ ମ୍ୟାଚ୍‌ ମୋଡ ବଦାଇବାରେ ସମର୍ଥ ହେବ। ଭାରତ ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ବନଙ୍କୁ ରାବାଡ଼ା ଚକ୍‌ମା ଦେବାର କ୍ଷମତା ରଖୁଛନ୍ତି। ଏହି ଦୁଇ ବ୍ୟାଟ୍ସମ୍ୟାନ ଗତ କେତେମାସ ହେବ ଶ୍ରେଷ୍ଠ ଫର୍ମରେ ନାହାନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପରଠାରୁ ଏହି ଦୁଇ ଓପନର ଆଶାନୁରୂପ ରନ୍‌ ସଂଗ୍ରହ କରିପାରି ନାହନ୍ତି। ତେଣୁ ଏମାନଙ୍କ ଆତ୍ମ ବିଶ୍ୱାସ କମ୍‌ ଥିବ। ଲେଗ୍‌ ସ୍ପିନ୍‌କୁ ଭଲ ଖେଳିପାରୁ ନ ଥିବା ରୋହିତଙ୍କୁ ପ୍ରତିପକ୍ଷ ଅଭିଜ୍ଞ ସ୍ପିନର ଇମ୍ରାନ ତାହିର ସମସ୍ୟାରେ ପକାଇବେ। ଲୋକେଶ ରାହୁଲ ୪ ନମ୍ବରରେ ବ୍ୟାଟିଂ କରିବେ। ସେହିପରି ଧୋନୀ ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିବେ। ବାଂଲାଦେଶ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଧୋନୀ ଓ ରାହୁଲ ଦମ୍‌ଦାର ବ୍ୟାଟିଂ କରି ଶତକ ହାସଲ କରିଥିଲେ। ପ୍ରତିପକ୍ଷ ବୋଲିଂକୁ ପ୍ରତିହତ କରିବାରେ ଏହି ଦୁଇ ବ୍ୟାଟ୍ସମ୍ୟାନ ସମର୍ଥ ହେବେ। ଅଭିଜ୍ଞ ଏବି ଡିଭିଲର୍ସଙ୍କ ଅନୁପସ୍ଥିତି ଅଧିନାୟକ ଫାଫ୍‌ ଡୁପ୍ଲେସିଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ସ୍ଲୋ ବୋଲିଂ ତଥା ସ୍ପିନ୍‌କୁ ଖେଳିବାରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ସବୁବେଳେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହି ମ୍ୟାଚ୍‌ରେ ଭାରତ ଗୋଟିଏ ପାଦ ଆଗରେ ଥିବା ଭଲି ମନେହେଉଛି। ତେବେ ପ୍ରଥମ ଦୁଇଟି ମ୍ୟାଚ୍‌ ହାରି ସାରିଥିବାରୁ ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଯେକୌଣସି ମତେ ଦକ୍ଷିଣ ଆଫ୍ରିକା ବିଜୟୀ ହେବାକୁ ଚେଷ୍ଟା କରିବ। ଫଳରେ ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ରୋହିତ ଶର୍ମା, ଲୋକେଶ ରାହୁଲ, ମହେନ୍ଦ୍ର ସିଂ ଧୋନୀ, ହାର୍ଦ୍ଦିକ ପାଣ୍ଡ୍ୟା, କେଦାର ଯାଦବ, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା।
ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ ଡୁପ୍ଲେସି (ଅଧିନାୟକ), କ୍ୱିଣ୍ଟନ ଡିକକ, ଏଡେନ ମାରକ୍ରାମ, ହାସିମ୍‌ ଅମଲା, ଜେପି ଡୁମିନି, ଡେଭିଡ ମିଲର, ବେଉରାନ ହେଣ୍ଡ୍ରିକ୍ସ, କାଗିସୋ ରାବାଡ଼ା, ଡ୍ବେନ ପେର୍ଟୋରିୟସ୍‌, ଆଣ୍ଡିଲ ଫେଲୁକ୍ୱାୟୋ, ତାବ୍ରେଜ ଶମ୍‌ଶି, ଇମ୍ରାନ ତାହିର, ଲୁନ୍‌ଗି ଏନ୍‌ଗିଡି, କ୍ରିସ୍‌ ମୋରିସ୍‌ ଓ ରାସି ଭାନ ଡେର ଡୁସେନ।

ସମୟ: ଅହରାହ୍ନ ୩ଟା
ସ୍ଥାନ: ରୋଜ ବଲ ଗ୍ରାଉଣ୍ଡ, ସାଉଥାମ୍ପଟନ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri