ଆଇଟିଆଇ ଛାତ୍ରୀଛାତ୍ରଙ୍କ ପ୍ରଥମ ବିଶ୍ୱ ରେକର୍ଡ : ବ୍ରହ୍ମପୁର ଆଇଟିଆଇକୁ ‘ଗ୍ରାଣ୍ଡମାଷ୍ଟର’ ଟାଇଟଲ

ବ୍ରହ୍ମପୁର ଅଫିସ,୨୨ା୮-ଆବର୍ଜନା ତଥା ସ୍କ୍ରାପ୍‌ ସାମଗ୍ରୀର ପୁନଃ ବ୍ୟବହାର କରି ବିଶ୍ୱସ୍ତରରେ ନିଜ ନାମ ସ୍ଥାନିତ କରିଛନ୍ତି ବ୍ରହ୍ମପୁର ସରକାରୀ ଆଇଟିଆଇ ଛାତ୍ରୀଛାତ୍ର। ସ୍କ୍ରାପ୍‌ ସାମଗ୍ରୀରୁ ଜୁଲାଇ ୧୮ରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ୭୦ ଫୁଟ ଉଚ୍ଚତାର ବୃହତ୍‌କାୟ ଗିଟାର ଏବେ ଏସିଆନ୍‌ ବୁକ ଅଫ ରେକଡର୍‌ସରେ ସ୍ଥାନିତ ହୋଇଛି ା ଅନୁଷ୍ଠାନର ଫିଟର, ଇଲେକ୍ଟ୍ରିସିଆନ, ପ୍ଲମ୍ବର, ପେଣ୍ଟର, ୱେଲଡର ଟ୍ରେଡର ୧୫୦ ଛାତ୍ରୀଛାତ୍ର ମାତ୍ର ୩ ମାସ ୨୨ ଦିନ ମଧ୍ୟରେ ପ୍ରସ୍ତୁତ କରିଥିବା ଏହି ବିଶାଳକାୟ ଗିଟାରକୁ ଜୁଲାଇ ୧୮ରେ ଏସିଆନ୍‌ ବୁକ ଅଫ ରେକଡର୍‌ସ, ଗୋଲଡେନ ବୁକ ଅଫ ୱାଲ୍ଡ ରେକଡର୍‌ସ, ଲିମକା ବୁକ ଅଫ୍‌ ରେକଡର୍‌ସ ପାଇଁ ଆବେଦନ କରାଯାଇଥିଲା ା ମଙ୍ଗଳବାର ରାତିରେ ୭୦ ଫୁଟ ଉଚ୍ଚତା ଓ ୨୫ ଫୁଟ ଓସାର ନିର୍ମିତ ଏହି ଗିଟାର ଏସିଆନ୍‌ ବୁକ ଅଫ ରେକଡର୍‌ସରେ ସ୍ଥାନିତ ହୋଇଛି। ଏଭଳି ମଡେଲ ନିର୍ମାଣ ପାଇଁ ଏସିଆନ୍‌ ବୁକ ଅଫ ରେକଡର୍‌ସ ପକ୍ଷରୁ ଅନୁଷ୍ଠାନକୁ ସ୍ବତନ୍ତ୍ର ଗ୍ରାଣ୍ଡମାଷ୍ଟର ଟାଇଟଲ ପ୍ରଦାନ କରିଥିବା ଆଇଟିଆଇ ପକ୍ଷରୁ ସୂଚନା ମିଳିଛି ା
ଆବର୍ଜନାର ସଦୁପଯୋଗ ତଥା ପୁନଃ ବିନିଯୋଗ ଦିଗରେ ସଚେତନତା ସୃଷ୍ଟି ନେଇ ୨୦୧୭ରୁ ବ୍ରହ୍ମପୁର ସରକାରୀ ଆଇଟିଆଇ ପକ୍ଷରୁ ସ୍କ୍ରାପ ସାମଗ୍ରୀରେ ବିଭିନ୍ନ କ୍ଷୁଦ୍ର ଓ ବୃହତ୍ତ ମଡେଲ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିଲା ା ଦୁଇବର୍ଷ ମଧ୍ୟରେ ୩୨ ଫୁଟ ଉଚ୍ଚତାରେ ବିଭିନ୍ନ ସ୍କ୍ରାପ୍‌ ତଥା ଆବର୍ଜନାରେ ପେଡିଏଟର, ମାଛ, ହରିଣ ଓ ଜିରାଫ ଭଳି ବହୁ ବୃହତ୍‌କାୟ ମଡେଲ ନିର୍ମାଣ କରି ଏହି ଅନୁଷ୍ଠାନ ରାଜ୍ୟ, ଜାତୀୟସ୍ତରରେ ପୁରସ୍କୃତ ସହ ପ୍ରଶଂସିତ ମଧ୍ୟ ହୋଇଥିଲା। ଏହାପରେ ଜୁଲାଇ ୧୮ରେ ୭୦ ଫୁଟ ଉଚ୍ଚତା, ପ୍ରାୟ ୮ ଟନରୁ ଊର୍ଦ୍ଧ୍ୱ ଓଜନ ବିଶିଷ୍ଟ ବିଶାଳକାୟ ଗିଟାର ମଡେଲକୁ ୧୫୦ ଛାତ୍ରୀଛାତ୍ର ମାତ୍ର ୩ ମାସ ୨୨ ଦିନରେ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିଲେ। ଏବେ ପ୍ରଥମ ଥର ପାଇଁ ଅନୁଷ୍ଠାନର ଛାତ୍ରୀଛାତ୍ରମାନେ ବିଶ୍ୱସ୍ତରରେ ରେକର୍ଡ ସୃଷ୍ଟି କରିଥିବା ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ସୂଚାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri