ଅସହାୟଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ

ବାଲେଶ୍ୱର ଅଫିସ,୨୮।୪- ସମଗ୍ର ବିଶ୍ୱ କରୋନା ମହାମାରୀରେ କବଳିତ ହୋଇଥିବାବେଳେ ବାଲେଶ୍ୱର ଜିଲାର ପୂର୍ବତନ ଏମ୍‌ପି ତଥା ବିଜୁ ଜନତା ଦଳର ଜିଲାସଭାପତି ଇଂ. ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶରେ ଜିଲା ଛାତ୍ର ସଭାପତି ସିମନ ଦାସମହାପାତ୍ରଙ୍କ ନେତୃତ୍ୱରେ ସମଗ୍ର ଜିଲାରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଗତ ୪୦ଦିନ ହେବ ସହାୟତା ପ୍ରଦାନ କରାଯାଉଛି। ସେହିକ୍ରମରେ ମଙ୍ଗଳବାର ସହରର ଖପରାପଦା ବସ୍ତିରେ ଜିଲାପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ସମସ୍ତ ପ୍ରକାରର ବୈଧାନିକ ସତର୍କତା ଅବଲମ୍ବନ କରି ସ୍ଥାନୀୟ ପୂର୍ବତନ କାଉନସିଲର ଏବଂ ପୂର୍ବତନ ଉପ-ନଗରପାଳ ମନୋଜ କୁମାର ରାଉତଙ୍କ ଉପସ୍ଥିତିରେ ୧୦୦ଟି ପରିବାରକୁ ଚାଉଳ, ଆଳୁ, ଚୂଡ଼ା, ଚିନି, ଆଳୁ, ପିଆଜ ଓ ପନିପରିବା ଆଦି ଦିଆଯାଇଥିଲା। ଛାତ୍ର ଜନତା ଦଳର ମହାସଚିବ କୁଶାଲ ଚାଟାର୍ଜୀ, ଉପସଭାପତି ବିଜୟ ଜେନା, ମନୋରଞ୍ଜନ ମହାରଣା, ଟାଉନ ସଭାପତି ବ୍ରଜ କିଶୋର ପ୍ରଧାନ, ଜିଲା ସାଧାରଣ ସମ୍ପାଦକ କିରଣ ନାଥ, ସଞ୍ଜୀବ ବିଶ୍ୱାଳ ପ୍ରମୁଖ ଏହି କାଯର୍‌ୟକ୍ରମକୁ ପରିଚାଳନା କରିଥିଲେ। ଆଗାମୀ ଦିନରେ ଏହିପରି ଜନହିତକର କାର୍ଯ୍ୟକ୍ରମ ସମଗ୍ର ଜିଲାରେ ଚାଲୁ ରହିବ ବୋଲି ସଭାପତି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

ବାଲିଯାତ୍ରାରେ ରକ୍ତପାତ: ଛୁରାମାଡ଼ରେ ଜଣେ ମୃତ, ଅନ୍ୟଜଣେ ଗୁରୁତର

କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?