ଅସମୟରେ ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରିକୁ ଅନୁମତି

ନୀତୀନ ସେଠୀ
ଜାନୁୟାରୀ ୨, ୨୦୧୮ରେ ଭାଜପା ସରକାର ବିବାଦୀୟ ଇଲେକ୍ଟୋରାଲ ବଣ୍ଡ୍‌ର ନିୟମକାନୁନ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲେ। ତା’ପରେ ଅଚିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଉକ୍ତ ବଣ୍ଡ୍‌ଗୁଡ଼ିକର ବେଆଇନ ବିକ୍ରିକୁ ଅନୁମତି ଦେବା ପାଇଁ ସେହି ନିୟମ ଭାଙ୍ଗିବାକୁ ଆଦେଶ ଦେଇଥିଲେ। ପ୍ରଥମେ ଏହାକୁ ଏକ ବ୍ୟତିକ୍ରମ ଭାବେ ଯୁକ୍ତିଯୁକ୍ତ ଦର୍ଶାଇ ପରେ ଅଭ୍ୟାସରେ ପରିଣତ କରାଗଲା। ଭାରତୀୟ ରିଜର୍ଭ ବ୍ୟାଙ୍କ, ନିର୍ବାଚନ କମିଶନ ଓ କେତେକ ବିରୋଧୀ ଦଳର ବିରୋଧ ସତ୍ତ୍ୱେ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନାକୁ କାର୍ଯ୍ୟକାରୀ କରାଗଲା। ଏହାଦ୍ୱାରା ବଡ଼ ବଡ଼ ଦେଶୀ ବିଦେଶୀ ବ୍ୟବସାୟିକ ସଂସ୍ଥା ପକ୍ଷରୁ ବେନାମୀ ଅସୀମିତ ରାଜନୈତିକ ଦାନ ଗ୍ରହଣର ପଥ ସୁଗମ କରାଗଲା।
ପ୍ରଥମେ ତତ୍‌କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ତାଙ୍କ ୨୦୧୭ ବଜେଟ ଅଭିଭାଷଣରେ ଇଲେକ୍ଟୋରାଲ ବଣ୍ଡ୍‌ ସମ୍ବନ୍ଧରେ ଘୋଷଣା କଲେ। ପ୍ରସ୍ତାବ ଅନୁସାରେ ଦାତାମାନେ ନିଜର ନାମ ଓ ଦାନର ଉତ୍ସ ଗୋପନ ରଖିବେ ଏବଂ ରାଜନୈତିକ ଦଳଗୁଡ଼ିକ ମଧ୍ୟ କାହାଠାରୁ ଦାନ ପାଇଲେ ତାହା ପ୍ରକାଶ କରିବେ ନାହିଁ। ତା’ପରେ ସେହି ସମୟରେ ଆଉ ଏକ ପରିବର୍ତ୍ତନ କରାଗଲା ଯେଉଁଥିରେ ଦାନ ପରିମାଣର ସୀମାକୁ ଉଠାଇ ଦିଆଗଲା। ଅର୍ଥାତ୍‌ କର୍ପୋରେଟ୍‌ଗୁଡ଼ିକ ନିଜ ପସନ୍ଦର ରାଜନୈତିକ ଦଳଗୁଡ଼ିକୁ ମନଇଚ୍ଛା ଦାନ କରିପାରିବେ। ଶେଷକୁ ୨୦୧୮ ଜାନୁୟରୀ, ଏପ୍ରିଲ, ଜୁଲାଇ ଓ ଅକ୍ଟୋବରରେ ସରକାର ୪ଟି ୧୦-ଦିନିଆ ଓ୍ବିଣ୍ଡୋ ଖୋଲିବାର ବ୍ୟବସ୍ଥା କଲେ, ଯାହା ମାଧ୍ୟମରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଦାତାମାନଙ୍କୁ ବଣ୍ଡ୍‌ ବିକ୍ରି କରିପାରିବ। ଯେଉଁ ବର୍ଷ ସାଧାରଣ ନିର୍ବାଚନ ହେବାର ଥିବ, ସେ ବର୍ଷ ଅତିରିକ୍ତ ୩୦ ଦିନ ବଣ୍ଡ ବିକ୍ରି କରିବା ପାଇଁ ମଧ୍ୟ ନିୟମ ରହିଲା। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ସମୟରେ ପିଏମ୍‌ଓ ଅର୍ଥ ମନ୍ତ୍ରଣାଳୟକୁ ନିଜ ନିୟମ ଭାଙ୍ଗିବା ପାଇଁ କହିଥିବା ସ୍ବଚ୍ଛତା କର୍ମୀ କମୋଡୋର ଲୋକେଶ ବାତ୍ରା ଆର୍‌ଟିଆଇ ଆବେଦନ ମାଧ୍ୟମରେ ପାଇଥିବା ଅପ୍ରକାଶିତ ସରକାରୀ ଦଲିଲରୁ ଜଣାପଡ଼ିଛି। ଉକ୍ତ ବିଧାନସଭା ନିର୍ବାଚନଗୁଡ଼ିକ ହେଉଛି- କର୍ନାଟକ, ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମ, ରାଜସ୍ଥାନ ଓ ତେଲେଙ୍ଗାନା। ମୋଦି ସରକାରଙ୍କ ପ୍ରଥମ ପାଳିର ଶେଷ ପର୍ଯ୍ୟାୟରେ ଏହି ନିର୍ବାଚନଗୁଡ଼ିକ ଥିଲା।
୨୦୧୮ ମାର୍ଚ୍ଚରେ ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରିର ପ୍ରଥମ ଦଫାରେ ଭାରତୀୟ ଜନତା ଦଳ (ଭାଜପା) ପାଇଥିଲା ସମସ୍ତ ରାଜନୈତିକ ଦାନର ସିଂହଭାଗ ୯୫ ପ୍ରତିଶତ। ଦଳର ବାର୍ଷିକ ରିପୋର୍ଟରୁ ଏହା ଜଣାପଡ଼ିଛି। ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ରାଜନୈତିକ ଦାନ ଗ୍ରହଣ କରିବା ପାଇଁ ଅତିରିକ୍ତ ଓ୍ବିଣ୍ଡୋ ଖୋଲିବା ଲାଗି ପିଏମ୍‌ଓର ହସ୍ତକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ମନି ଲଣ୍ଡରିଂକୁ ରୋକିବା ହିଁ ଥିଲା ସୀମିତ ବିକ୍ରି ଅବଧିର ଉଦ୍ଦେଶ୍ୟ। ହଫ୍‌ପୋଷ୍ଟ ଇଣ୍ଡିଆର ରିପୋର୍ଟ ଅନୁସାରେ ବଣ୍ଡ୍‌ ବର୍ଷକୁ ମାତ୍ର ଦୁଇଥର ସ୍ବଳ୍ପ ଅବଧି ପାଇଁ ବିକ୍ରି କରିବା ଲାଗି ଆର୍‌ବିଆଇ ପରାମର୍ଶ ଦେଇଥିଲା। ପ୍ରଥମ ସୁଯୋଗରେ ହିଁ ବଣ୍ଡ୍‌ ବିକ୍ରିର ନିୟମ ଭଙ୍ଗାଯାଇଥିଲା। ଏପ୍ରିଲ ୨୦୧୮ରେ ଏସ୍‌ବିଆଇ ପ୍ରଥମ ଦଫା ବଣ୍ଡ୍‌ ବିକ୍ରି କରିବା କଥା। କିନ୍ତୁ ମାସକ ପୂର୍ବରୁ ମାର୍ଚ୍ଚ ୨୦୧୮ରେ ତାହା କରାଯାଇଥିଲା। ଏଥିରେ ମିଳିଥିବା ୨୨୨ କୋଟି ଟଙ୍କାରୁ ଭାଜପା ପାଇଥିଲା ୯୫%। ତା’ ପରମାସରେ ବଣ୍ଡ୍‌ ବିକ୍ରି ପାଇଁ ଏସ୍‌ବିଆଇ ଆଉ ଏକ ଓ୍ବିଣ୍ଡୋ ଖୋଲିଥିଲା। ଏଥିରେ ୧୧୪.୯୦ କୋଟି ଟଙ୍କାର ବଣ୍ଡ୍‌ କ୍ରୟ କରାଯାଇ ରାଜନୈତିକ ଦଳଗୁଡ଼ିକୁ ଦାନ କରାଯାଇଥିଲେ ମଧ୍ୟ ସରକାର ଏଥିରେ ସନ୍ତୁଷ୍ଟ ହୋଇ ନ ଥିଲେ। ୨୦୧୮ ମେ’ରେ କର୍ନାଟକ ବିଧାନସଭା ନିର୍ବାଚନ ଥିବାବେଳେ ପିଏମ୍‌ଓ ଅର୍ଥ ମନ୍ତ୍ରଣାଳୟକୁ ଆଉ ଏକ ସ୍ବତନ୍ତ୍ର ଓ୍ବିଣ୍ଡୋ ୧୦ ଦିନ ପାଇଁ ଖୋଲିବାକୁ ଆଦେଶ ଦେଇଥିଲା। ଗୁରୁତ୍ୱପୂର୍ଣ୍ଣ ବିଧାନ ସଭା ନିର୍ବାଚନକୁ ଲକ୍ଷ୍ୟରେ ରଖି ଏହା କରାଯାଇଥିବା ନେଇ ଅର୍ଥ ମନ୍ତ୍ରଣାଳୟର ଜଣେ ଅଫିସରଙ୍କ ନୋଟ୍‌ରୁ ଜଣାପଡ଼ିଛି।
ବର୍ତ୍ତମାନର ନିୟମରେ ଏ ବ୍ୟବସ୍ଥା ନାହିଁ। ଜାନୁୟାରୀ ୨, ୨୦୧୮ରେ ଇସ୍ୟୁ କରାଯାଇଥିବା ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କିତ ବିଜ୍ଞପ୍ତିର ପାରା ୮(୦୨)ରେ ଅଛି: କେବଳ ଲୋକ ସଭା ନିର୍ବାଚନ ସମୟରେ ଅତିରିକ୍ତ ଓ୍ବିଣ୍ଡୋ ଖୋଲାଯାଇ ପାରିବ, କୌଣସି ବିଧାନ ସଭା ନିର୍ବାଚନ ସମୟରେ ନୁହେଁ। ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା କଥା ବୁଝୁଥିବା ଅର୍ଥ ବ୍ୟାପାର ବିଭାଗ ଉପନିର୍ଦ୍ଦେଶକ ବିଜୟ କୁମାର ୨୦୧୮ ଏପ୍ରିଲ ୩ରେ ଏକ ଆଭ୍ୟନ୍ତରୀଣ ଫାଇଲରେ ଏହା ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ, ସମସ୍ୟା ସମ୍ଭବତଃ ପିଏମ୍‌ଓରେ ନୁହେଁ, ନିୟମରେ ଅଛି, ତେଣୁ ନିୟମ ବଦଳାଯିବା ଉଚିତ। ସେ ଲେଖିଛନ୍ତି ଯେ, ନିୟମ ପ୍ରସ୍ତୁତ କରିବା ସମୟରେ ନିୟମ ଲେଖିବାବାଲାର ଉଦ୍ଦେଶ୍ୟ ସେଥିରେ ପ୍ରତିଫଳିତ ହୋଇ ନାହିଁ। କାରଣ ରାଜନୈତିକ ଦାନ ସବୁବେଳେ ଉଭୟ ଲୋକ ସଭା ଓ ବିଧାନ ସଭା ନିର୍ବାଚନରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ। ଅନିଚ୍ଛାକୃତ ଭାବେ ନିୟମର ଡ୍ରାଫ୍ଟ ପ୍ରସ୍ତୁତ କଲାବେଳେ ସେଥିରେ ବିଧାନ ସଭା ନିର୍ବାଚନ କଥା ଲେଖାଯାଇପାରି ନାହିଁ। ତେଣୁ ତା’ର ସଂଶୋଧନ ହେବା ଉଚିତ। କିନ୍ତୁ ଅର୍ଥ ବ୍ୟାପାର ସଚିବ ଏସ୍‌.ସି. ଗର୍ଗ ତାଙ୍କର ଏହି ଯୁକ୍ତିକୁ ଗ୍ରହଣ କରି ନ ଥିଲେ। ଏପ୍ରିଲ ୪, ୨୦୧୮ରେ ସେ ଲେଖିଛନ୍ତି ଯେ ଉକ୍ତ ସ୍ବତନ୍ତ୍ର ଓ୍ବିଣ୍ଡୋ କେବଳ ଲୋକ ସଭା ନିର୍ବାଚନ ପାଇଁ ଉଦ୍ଦିଷ୍ଟ। ଯଦି ବିଧାନ ସଭା ନିର୍ବାଚନରେ ତାହା ଖୋଲିବା ତେବେ ବର୍ଷକ ଭିତରେ ଅନେକ ସ୍ବତନ୍ତ୍ର ଓ୍ବିଣ୍ଡୋ ଖୋଲା ହୋଇଯିବ। ତା’ର ଏକ ସପ୍ତାହ ପରେ ଏପ୍ରିଲ ୧୧, ୨୦୧୮ରେ ପିଏମ୍‌ଓ ନିୟମ ବିରୋଧରେ କାର୍ଯ୍ୟ କରିବାକୁ ଚାହୁଁଥିବା ଦର୍ଶାଇଥିଲେ। ସେ ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କ ପାଖକୁ ଲେଖିଲେ। ପ୍ରଥମ ଥର ପାଇଁ ଜଣେ କେହି ଅଧିକାରୀ ପିଏମ୍‌ଓର ନିର୍ଦ୍ଦେଶ ବିରୋଧରେ ଲିଖିତ ଆକାରରେ ଉପରିସ୍ଥ ଅଧିକାରୀଙ୍କୁ ଦେବାକୁ ସାହସ କଲେ। ଭାରତୀୟ ଅମଲାତାନ୍ତ୍ରିକ ବ୍ୟବସ୍ଥାରେ ସ୍ବୟଂ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ କିଛି କରାଗଲେ ମଧ୍ୟ ତାହା ପିଏମ୍‌ଓ ନିର୍ଦ୍ଦେଶରେ କରାଗଲା ବୋଲି ଲେଖାଯାଏ। ତେବେ ଗର୍ଗ ଖୁବ୍‌ ଶୀଘ୍ର ଘରାରେ ପଡ଼ିଗଲେ ଓ ନିଜର ସ୍ଥିତି ବଦଳାଇଦେଲେ। ଏପ୍ରିଲ ୧୧ରେ ସେ ନିଜେ ଅର୍ଥମନ୍ତ୍ରୀ ଜେଟ୍‌ଲୀଙ୍କ ପାଖକୁ ଲେଖିଲେ ଯେ ସାଧାରଣ ନିର୍ବାଚନ ନ ଥିଲା ବେଳେ ବର୍ଷରେ ଚାରିଥର ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରି ପାଇଁ ଅନୁମତି ଦିଆଯାଇଛି। ଆବଶ୍ୟକତାକୁ ଚାହିଁ ୨୦୧୮ ମେ ୧ରୁ ୧୦ ଭିତରେ ଏକ ବ୍ୟତିକ୍ରମ ଭାବରେ ଆମେ ଅତିରିକ୍ତ ଓ୍ବିଣ୍ଡୋ ଖୋଲିପାରିବା ବୋଲି ଗର୍ଗ ପ୍ରସ୍ତାବ ଦେଇଥିଲେ। ସେହି ଆବଶ୍ୟକତାଟା କ’ଣ ବୋଲି ଗର୍ଗ ସ୍ପଷ୍ଟ କରି ନ ଥିଲେ ମଧ୍ୟ ଜେଟ୍‌ଲୀ ଏକ ବ୍ୟତିକ୍ରମ ଭାବରେ ଆଦେଶନାମାରେ ସ୍ବାକ୍ଷର କରିଥିଲେ। ଅର୍ଥ ମନ୍ତ୍ରଣାଳୟ ଏକ ଫାଇଲରେ ଦାବି କରିଛି ଯେ କର୍ନାଟକ ନିର୍ବାଚନର ଅବ୍ୟବହିତ ପୂର୍ବରୁ ପିଏମ୍‌ଓର ନିର୍ଦ୍ଦେଶରେ ଏକ ବ୍ୟତିକ୍ରମ ଭାବେ ଉକ୍ତ ବେଆଇନ ବଣ୍ଡ୍‌ ବିକ୍ରିକୁ ଅନୁମତି ଦିଆଯାଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ହଫ୍‌ପୋଷ୍ଟକୁ ଆସନ୍ତା ବର୍ଷର ବଜେଟ ପ୍ରସ୍ତୁତି ଚାଲିଥିବାରୁ ନିର୍ଦ୍ଦିଷ୍ଟ ପ୍ରଶ୍ନର ସବିଶେଷ ଉତ୍ତର ଦିଆଯାଇ ପାରିବ ନାହିଁ ଏବଂ ଯାହା କରାଯାଇଛି ଜନସ୍ବାର୍ଥରେ ସରଳ ବିଶ୍ୱାସରେ କରାଯାଇଛି ବୋଲି କୁହାଯାଇଥିବା ବେଳେ ପିଏମ୍‌ଓ ପକ୍ଷରୁ କୌଣସି ଉତ୍ତର ଦିଆଯାଇ ନାହିଁ। (ସୌଜନ୍ୟ: ହଫିଂଟନପୋଷ୍ଟ)
moruoak00@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri