Posted inଖେଳ

ଅଷ୍ଟ୍ରେଲୀୟ ଟେନିସ କିମ୍ବଦନ୍ତୀ କୁପରଙ୍କ ପରଲୋକ

ବ୍ରିସ୍‌ବେନ୍‌,୨୨।୫(ଏପି): ଅଷ୍ଟ୍ରେଲୀୟ ଟେନିସ କିମ୍ବଦନ୍ତୀ ଆଶଲେ କୁପର ୮୩ ବର୍ଷରେ ପରଲୋକ ଗମନ କରିଛନ୍ତି। ୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା କୁପର ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ମୃତ୍ୟୁବରଣ କରିଛନ୍ତି ବୋଲି ଟେନିସ୍‌ ଅଷ୍ଟ୍ରେଲିଆ ତରଫରୁ କୁହାଯାଇଛି। ପୂର୍ବତନ ୧ ନମ୍ବର ଖେଳାଳି କୁପର ୧୯୫୮ରେ ଅଷ୍ଟେଲିଆନ୍‌, ଓ୍ବିମ୍ବେଲଡନ ଓ ୟୁଏସ୍‌ ଓପନ ଟାଇଟଲ ହାସଲ କରିଥିଲେ। ୧୯୫୭ରେ କୁପରଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆଂ ଆମେରିକାକୁ ହରାଇ ଡେଭିସ୍‌ କପ୍‌ ଟାଇଟଲ ବଜାୟ ରଖିଥିଲା। ତେବେ ଏହା ପରବର୍ଷ ଆମେରିକାଠାରୁ ଅଷ୍ଟ୍ରେଲିଆ ପରାସ୍ତ ହେବା ପରେ ସେ ଆସନ୍ତୋଷ ଜାହିର କରିଥିଲେ। ଫଳରେ ସେ ପେସାଦାର ଚୁକ୍ତିରୁ ଓହରିଯାଇଥିଲେ। ୧୯୫୯ରେ ପିଠିରେ ଆଘାତ ପାଇଥିଲେ। ଏହି ବ୍ୟାକ୍‌ ଇଞ୍ଜୁରୀ ପାଇବା ପରେ ତାଙ୍କ ପେସାଦାର କ୍ୟାରିୟର ଶେଷ ହୋଇଥିଲା। ଏହାପରେ ବ୍ରିସ୍‌ବେନ ପ୍ରତ୍ୟାବର୍ତ୍ତନ କରି ତାଙ୍କ ବ୍ୟବସାୟକୁ ଆଗକୁ ବଢାଇଥିଲେ ଓ ଜଣେ କ୍ରୀଡ଼ା ପ୍ରଶାସକ ଭାବେ କାର୍ଯ୍ୟ କରିଥିଲେ। ସେ ଜଣେ ଉଚ୍ଚକୋଟୀର ଖେଳାଳି ବୋ ସହିତ ଜଣେ ଦକ୍ଷ କ୍ରୀଡ଼ା ପ୍ରଶାସକ ମଧ୍ୟ ଥିଲେ ଟେନିସ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ କ୍ରେଗ୍‌ ଟିଲେ କହିଛନ୍ତି।
ତାଙ୍କ ଦେହାନ୍ତରେ ଅଷ୍ଟ୍ରେଲିଆର ଅନ୍ୟତମ କିମ୍ବଦନ୍ତୀ ଟେନିସ ଖେଳାଳି ରୋଡ ଲିଭର ଶୋକ ବ୍ୟକ୍ତ କରିଛନ୍ତି। କୋର୍ଟ ଭିତରେ ଓ ବାହାରେ ସେ ଜଣେ ଜବରଦସ୍ତ ଚାମ୍ପିୟନ ଥିଲେ ବୋଲି ସେ କହିଛନ୍ତି। ଡାହାଣହାତୀ ସର୍ଭ ଓ ଭଲି ପ୍ଲେୟାର ଭାବେ କୁପର ତାଙ୍କ ସମୟରେ ସଫଳତାର ଶୀର୍ଷକୁ ଛୁଇଁ ଥିଲେ। ସେ ୪ଟି ସିଙ୍ଗଲ୍ସ ଗ୍ରାଣ୍ଡସ୍ଲାମ ଜିତିବା ସହିତ ୪ଟି ଗ୍ରାଣ୍ଡସ୍ଲାମ ଡବଲ୍ସ ଟାଇଟଲ ମଧ୍ୟ ଜିତିଥିଲେ। ସେ ଗ୍ରାଣ୍ଡସ୍ଲାମରେ ଥରେ ମାତ୍ର ପରାଜୟ ବରଣ କରିଥିଲେ। ୧୯୫୮ରେ ସେ ଫ୍ରେଞ୍ଚ୍‌ ଓପନ୍‌ ସେମିଫାଇନାଲରେ ପରାସ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri