Posted inଖେଳ

ଅଷ୍ଟ୍ରେଲୀୟ ଟେନିସ କିମ୍ବଦନ୍ତୀ କୁପରଙ୍କ ପରଲୋକ

ବ୍ରିସ୍‌ବେନ୍‌,୨୨।୫(ଏପି): ଅଷ୍ଟ୍ରେଲୀୟ ଟେନିସ କିମ୍ବଦନ୍ତୀ ଆଶଲେ କୁପର ୮୩ ବର୍ଷରେ ପରଲୋକ ଗମନ କରିଛନ୍ତି। ୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା କୁପର ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ମୃତ୍ୟୁବରଣ କରିଛନ୍ତି ବୋଲି ଟେନିସ୍‌ ଅଷ୍ଟ୍ରେଲିଆ ତରଫରୁ କୁହାଯାଇଛି। ପୂର୍ବତନ ୧ ନମ୍ବର ଖେଳାଳି କୁପର ୧୯୫୮ରେ ଅଷ୍ଟେଲିଆନ୍‌, ଓ୍ବିମ୍ବେଲଡନ ଓ ୟୁଏସ୍‌ ଓପନ ଟାଇଟଲ ହାସଲ କରିଥିଲେ। ୧୯୫୭ରେ କୁପରଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆଂ ଆମେରିକାକୁ ହରାଇ ଡେଭିସ୍‌ କପ୍‌ ଟାଇଟଲ ବଜାୟ ରଖିଥିଲା। ତେବେ ଏହା ପରବର୍ଷ ଆମେରିକାଠାରୁ ଅଷ୍ଟ୍ରେଲିଆ ପରାସ୍ତ ହେବା ପରେ ସେ ଆସନ୍ତୋଷ ଜାହିର କରିଥିଲେ। ଫଳରେ ସେ ପେସାଦାର ଚୁକ୍ତିରୁ ଓହରିଯାଇଥିଲେ। ୧୯୫୯ରେ ପିଠିରେ ଆଘାତ ପାଇଥିଲେ। ଏହି ବ୍ୟାକ୍‌ ଇଞ୍ଜୁରୀ ପାଇବା ପରେ ତାଙ୍କ ପେସାଦାର କ୍ୟାରିୟର ଶେଷ ହୋଇଥିଲା। ଏହାପରେ ବ୍ରିସ୍‌ବେନ ପ୍ରତ୍ୟାବର୍ତ୍ତନ କରି ତାଙ୍କ ବ୍ୟବସାୟକୁ ଆଗକୁ ବଢାଇଥିଲେ ଓ ଜଣେ କ୍ରୀଡ଼ା ପ୍ରଶାସକ ଭାବେ କାର୍ଯ୍ୟ କରିଥିଲେ। ସେ ଜଣେ ଉଚ୍ଚକୋଟୀର ଖେଳାଳି ବୋ ସହିତ ଜଣେ ଦକ୍ଷ କ୍ରୀଡ଼ା ପ୍ରଶାସକ ମଧ୍ୟ ଥିଲେ ଟେନିସ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ କ୍ରେଗ୍‌ ଟିଲେ କହିଛନ୍ତି।
ତାଙ୍କ ଦେହାନ୍ତରେ ଅଷ୍ଟ୍ରେଲିଆର ଅନ୍ୟତମ କିମ୍ବଦନ୍ତୀ ଟେନିସ ଖେଳାଳି ରୋଡ ଲିଭର ଶୋକ ବ୍ୟକ୍ତ କରିଛନ୍ତି। କୋର୍ଟ ଭିତରେ ଓ ବାହାରେ ସେ ଜଣେ ଜବରଦସ୍ତ ଚାମ୍ପିୟନ ଥିଲେ ବୋଲି ସେ କହିଛନ୍ତି। ଡାହାଣହାତୀ ସର୍ଭ ଓ ଭଲି ପ୍ଲେୟାର ଭାବେ କୁପର ତାଙ୍କ ସମୟରେ ସଫଳତାର ଶୀର୍ଷକୁ ଛୁଇଁ ଥିଲେ। ସେ ୪ଟି ସିଙ୍ଗଲ୍ସ ଗ୍ରାଣ୍ଡସ୍ଲାମ ଜିତିବା ସହିତ ୪ଟି ଗ୍ରାଣ୍ଡସ୍ଲାମ ଡବଲ୍ସ ଟାଇଟଲ ମଧ୍ୟ ଜିତିଥିଲେ। ସେ ଗ୍ରାଣ୍ଡସ୍ଲାମରେ ଥରେ ମାତ୍ର ପରାଜୟ ବରଣ କରିଥିଲେ। ୧୯୫୮ରେ ସେ ଫ୍ରେଞ୍ଚ୍‌ ଓପନ୍‌ ସେମିଫାଇନାଲରେ ପରାସ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା: ୫ କେଜି ଚାଉଳ ବଦଳରେ ଏବେ ମିଳିବ ଏତିକି…ହିତାଧିକାରୀଙ୍କ ମଧ୍ୟରେ ଖୁସିର ଲହରୀ

ଛତ୍ରପୁର, ୧୩।୬(ଦିଲ୍ଲୀପ ସାମଲ) : ଆଉ ୫ କିଲୋ ନୁହେଁ, ଏପ୍ରିଲ୨୦୨୬ରୁ ମୁଣ୍ଡ ପିଛା ହିତାଧିକାରୀ ପାଇବେ ୧୦ କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣା । ମୁଖ୍ୟମନ୍ତ୍ରୀ…

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଚାଲିଗଲା ଇଲେକ୍ଟ୍ରିସିଆନ ଶୁଭମଙ୍କ ଜୀବନ, ୩ ଗୁରୁତର

ଦିଗପହଣ୍ଡି,୧୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗାଁ ବାବାଜୀ ଗୁମ୍ଫ ନିକଟ ମୁଖ୍ୟରାସ୍ତାରେ ଶୁକ୍ରବାର ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ…

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ: ଗୁରୁତର ରୋଗୀଙ୍କୁ ଖଟିଆରେ ବୋହିନେଲେ ୭ କିମି

ଭଞ୍ଜନଗର,୧୩।୬(ବାବୁଲା ପ୍ରଧାନ): ଜଙ୍ଗଲରେ ବସବାସ କରୁଥିବା ଲୋକେ କେତେ ଦୁର୍ଦ୍ଦିନରେ ଏବେବି ବସବାସ କରନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ଶୁକ୍ରବାର ଦେଖିବାକୁ ମିଳିଛି। କନ୍ଧମାଳ ଜିଲା…

ମୋହନା ଅଞ୍ଚଳରେ କାଳବୈଶାଖି ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ

ମୋହନା, ୧୨।୬( ମନ୍ମଥ ମିଶ୍ର ): ମୋହନା ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖି ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ  ଶୁକ୍ରବାର  ସନ୍ଧ୍ୟା ସମୟରେ ବର୍ଷା…

୧୭ ଡ୍ରମ୍‌ ମଦ ପୋଚ ନଷ୍ଟକଲେ ଗ୍ରାମବାସୀ

ନନ୍ଦପୁର,୧୨ା୬(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକ ବନମାଳିପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମବାସୀ ଲୁଚାଇ ରଖାଯାଇଥିବା ୧୭ ଡ୍ରମ୍‌ ମଦ ପୋଚ ନଷ୍ଟ…

ବଜ୍ରପାତରେ ମହିଳାଙ୍କ ମୃତ୍ୟୁ

ଲାଞ୍ଜିଗଡ଼,୧୨ା୬(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଦାରପଟା ଗ୍ରାମର କନକ ବେହେରା (୪୫)ଙ୍କ ଶୁକ୍ରବାର ବଜ୍ରପାତରେ ମୃତ୍ୟୁ ଘଟିଛି। ସୂଚନାନୁସାରେ ଅପରାହ୍ନ ସାଢେ…

ବଜ୍ରପାତରେ ୨୦ ଛେଳିମେଣ୍ଢା ମୃତ

ପାତ୍ରପୁର,୧୨ା୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜିଲୁଣ୍ଡା ନିକଟସ୍ଥ ପାହାଡ ଅଞ୍ଚଳର ଏକ ଜମିରେ ଶୁକ୍ରବାର ବଜ୍ରପାତରେ ଗୋଟିଏ ଛେଳି ଓ ୧୯ ମେଣ୍ଢାଙ୍କ…

ମଣ୍ଡି ଅଭାବ: ଥୁଆମୂଳ ରାମପୁରରେ ଦଲାଲଙ୍କ କବ୍‌ଜାରେ ଆମ୍ବ ଚାଷୀ

ଥୁଆମୂଳ ରାମପୁର, ୧୨/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ସରକାରୀ ବଜାର ବ୍ୟବସ୍ଥା ନଥିବାରୁ ଆମ୍ବ ଚାଷୀ ବ୍ୟାପକ ଶୋଷଣର ଶିକାର ହେଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri