Posted inଫୁରସତ

ଅଳପ ଲାଜେଇ ଟିକେ ସିଆଣି: ମନ କିଣିନେଲା ଚୋରାଚାହାଣି

ପ୍ରଶ୍ନ-ଜଣେ ସୁନ୍ଦରୀର ଚୋରାଚାହାଣି ମୋତେ ଘାଇଲା କରିଛି। ତା’ ପ୍ରେମରେ ପଡିଯାଇଛି କହିଲେ କିଛି ଭୁଲ ହେବ ନାହିଁ। ହେଲେ ସେ କେମିତି ମୋ ମନ ଚୋରି କରିନେଲା ଜାଣିପାରୁନାହିଁ।
-ଅନ୍ବେଷ, ବାଲିକୁଦା, ଜଗତ୍‌ସିଂହପୁର
ଉତ୍ତର: ବେଳେବେଳେ ପ୍ରେମର ନିଶା ଆରମ୍ଭରୁ ଏମିତି ଘାରିଥାଏ ଯେ କେତେବେଳେ ମନ ଚୋରି ହୋଇଯାଏ ତାହା ଜଣାପଡ଼େ ନାହିଁ। ଜାଣିଲା ବେଳକୁ ମନ ଡଙ୍ଗା ପ୍ରେମ ନଈରେ ବେଶ୍‌ ଆନନ୍ଦରେ ଭାସୁଥାଏ। ‘ଅଳପ ଲାଜେଇ ଟିକେ ସିଆଣି ମନ କିଣିନେଲା ଚୋରା ଚାହାଣି।’ ମନ ତ ଚୋରି ହୋଇ ସାରିଲାଣି। କେମିତି ହେଲା ସେକଥା ନ ଭାବି ପ୍ରେମ ଗାଡିର ବାଲାନ୍ସ ଠିକ୍‌ ରଖନ୍ତୁ। କାରଣ ପ୍ରେମ ଜୋସ୍‌ରେ ବେଳେବେଳେ ହୋସ ହରାଇ କେତେକ ପ୍ରେମିକ ପ୍ରେମ ରାସ୍ତାରୁ ବାହାରି ଯାଇଥାଆନ୍ତି।
ପ୍ରଶ୍ନ-ଏକାଥରେ ଦୁଇଜଣ ଝିଅଙ୍କୁ ମୁଁ ଭଲ ପାଉଥିଲି। ଦୁହେଁ ମୋତେ ଧୋକା ଦେଇ ଚାଲିଗଲେ। ଏବେ କ’ଣ କରିବି ?
-ଅଜିତ କୁମାର, ନବରଙ୍ଗପୁର
ଉତ୍ତର:ଏକାଥରେ ଦୁଇଜଣ ପ୍ରେମିକାଙ୍କୁ ମ୍ୟାନେଜ କରୁଥିଲେ, ରିୟଲି ୟୁ ଆର୍‌ ଗ୍ରେଟ୍‌ ! ହେଲେ ପ୍ରେମ କରିବା ବେଳେ ଦୁଇ ନାଆରେ ଗୋଡ ଦେଲେ ତାହାର ଫଳ କ’ଣ ହୁଏ ତାହାର ଉଦାହରଣ ଆଉ କାହାକୁ ପଚାରିବାର ଆବଶ୍ୟକତା ନାହିଁ। କାରଣ ନିଜେ ହିଁ ଭୁକ୍ତଭୋଗୀ। ତେଣୁ ପ୍ରେମ କରିବା ବେଳେ ଏପରି ଭୁଲ କରନ୍ତୁ ନାହିଁ, ଯେଉଁଥିପାଇଁ ନିଜ ଆଖିରୁ ଲୁହ ପୋଛିବାକୁ ଆଉ କେହି ନ ଥିବେ। ପ୍ରେମ ଜାଲରେ ଜଣଙ୍କୁ ହିଁ ବାନ୍ଧନ୍ତୁ, ଆଉ ଏପରି ବୁଦ୍ଧି ଆପ୍ଲାଏ କରନ୍ତୁ ଯେମିତି ପ୍ରେମ ମିଶନ କେବେ ଅନସକ୍‌ସେସ୍‌ ହେବ ନାହିଁ।
ପ୍ରଶ୍ନ-ଜଣେ ଝିଅ ମୋତେ ଦେଖି କେତେବେଳେ ହସି ଦେଉଛି ତ କେତେବେଳେ ମୁହଁ ମୋଡି ଚାଲି ଯାଉଛି। ତାକୁ ପ୍ରେମ ନିବେଦନ କରିବା ଠିକ୍‌ ହେବ କି ?
-ନରେଶ ରାଉତ, ରେଢ଼ାଖୋଲ, ସମ୍ବଲପୁର
ଉତ୍ତର: ଆପଣଙ୍କ ପ୍ରଶ୍ନରୁ ଯାହା ଲାଗୁଛି ପ୍ରେମର ଆରମ୍ଭ କରିବାକୁ ପାଣିପାଗ ଆଦୌ ସୁଇଟେବଲ୍‌ ନୁହେଁ। ସେ ଝିଅଟି କେତେବେଳେ ହସି ଦେଉଛି ତ କେତେବେଳେ ମୁହଁ ମୋଡି ଚାଲିଯାଉଛି। ଯଦି ତାହାର ମାନସିକତାକୁ ଭଲ ଭାବରେ ଷ୍ଟଡି କରିପାରିଲେ ଆଉ ତା’ପରେ ଆଗେଇଲେ କିଛି କ୍ଷତି ନାହିଁ। ହେଲେ ହଁ-ନାହିଁର ଦୋଛକିରେ ଠିଆ ହୋଇ ସେହି ସୁନ୍ଦରୀ କଥା ଭାବିଲେ ମରୀଚିକା ପଛରେ ଗୋଡ଼ାଇବା ପରି ହୋଇପାରେ।
ପ୍ରଶ୍ନ-ପରବୁଦ୍ଧିରେ ପଡି ପ୍ରେମ କରି ନାମ ନେଲା ପରେ ପୁଣି ପ୍ରେମ କରିବାକୁ ମନ ହେଉଛି। କ’ଣ କରିବି ?
-ଉତ୍ତମ, ଯାଜପୁର
ଉତ୍ତର: ପରବୁଦ୍ଧିକୁ ଭଲ ଭାବରେ ନ ପରଖି ଆଗେଇଲେ ଏମିତି ଫଳ ହୋଇଥାଏ। ପ୍ରେମ ଜର୍ନି ଆରମ୍ଭ କରିବା ପୂର୍ବରୁ ସବୁବେଳେ ନିଜ ମଗଜ ଖଟାନ୍ତୁ। କାହା କଥାରେ ଭୋଳ ହୋଇ ଯଦି ଆଗେଇବେ ତେବେ ଫଳାଫଳ ପିତା ଲାଗିଲେ କାହାକୁ ଦୋଷ ଦେବେ ଥରେ ଭାବନ୍ତୁ ନା !


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୫ କପ୍‌ କଫି, କମାଏ ହୃଦ୍‌ରୋଗ ଆଶଙ୍କା

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri