ଅଲପ୍‌ ବରଷାରେ ଦର୍‌ହ ପାଲଟୁଛେ ପଢ଼ାକୁଠି: ବାରନ୍‌ଡାରେ ପାଠ୍‌ ପଢ଼ୁଛନ୍‌ ଛାତ୍ରୀଛାତ୍ର

ଲାଠୋର, ୨୫ା୬ (ଡି.ଏନ୍‌.ଏ):
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ କରୁଅଁାଝର ପଁଚେତ୍‌ ସାନଗୁର୍ଜିଭଟା ସରକାରୀ ନୂତନ ଉପ୍ରା ବିଦ୍ୟାଲୟ। ଅଲପ ବରଷାରେ ବି ସ୍କୁଲର ପଢ଼ାକୁଠିମାନକେ ପାଏନ୍‌ ଗଲୁଛେ। ଯେନ୍‌ଥିରଲାଗି ଛାତ୍ରୀଛାତ୍ର, ଶିକ୍ଷକ ନାନା ସମସିଆର ସାମନା କରବାର ସଂଗେ ପାଠ୍‌ପଢ଼ା ବାରନ୍‌ଡାରେ ହେଉଥିବାର ଅଭିଯୋଗ ହେଉଛେ।
ସୂଚନା ଅନ୍‌ସାରେ ୧୯୬୦ ସାଲେ ଥାପିତ ଇ ବିଦ୍ୟାଲୟରେ ଏହେଦେ ପରଥମରୁ ୮ମ ଶ୍ରେଣୀ ତକ୍‌ ୧୩୮ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଛନ୍‌। ସେନ୍‌ତା ଛାତ୍ରୀଛାତ୍ରକୁଁ ପାଠ୍‌ ପଢ଼ାବାର ଲାଗି ୫ ଝନ୍‌ ଶିକ୍ଷକ ରହିଛନ୍‌। ସ୍କୁଲରେ ୮ଟା ଶ୍ରେଣୀର ଲାଗି ଗୁଟେ ନ ପଢ଼ାକୁଠି ରହିଥିଲାବେଲେ ଦୁଇଟା କୁଠି ଭଂଗା ଦଦ୍‌ରା ହେଇ ପଡ଼ିଛେ। ଯେନ୍‌ଥିରଲାଗି ୧ମରୁ ୪ର୍ଥ ଶ୍ରେଣୀ ତକ୍‌ ଛାତ୍ରୀଛାତ୍ର ଗୁଟେ କୁଠିଥି ବସି ପଢ଼ୁଥିଲାବେଲେ ବାକି ଶ୍ରେଣୀର ଛାତ୍ରୀଛାତ୍ର ବାରନ୍‌ଡାରେ ବସି ପଢ଼ୁଛନ୍‌। ସେନ୍‌ତା ସ୍କୁଲରେ ଗୁଟେ ଅଫିସ ଘର ରହିଥିଲେ ବି ସେଠାନେ ପାଦ୍‌ ରଖବାର ଲାଗି ଜାଗା ନାଇଁ। ପିଲାକର ବହିପତର, ସରକାରୀ ଗାଜପତର, ଆଲମିରା, ଏମ୍‌ଡିଏମ୍‌ ସାମାନ ସେ ଗୁଟେ କୁଠିଥି ରଖ୍‌ଲାବେଲେ ସେଠାନେ ପିଲାକୁ ବସେଇ ପଢ଼ାବାର ସମ୍‌ଭବ ନାଇଁ ହେବାର। ଯେନ୍‌ଗୁଟେ ପଢ଼ାକୁଠି ଅଛେ ସେଟା ୨୦୦୪-୦୫ ସାଲେ ତିଆର ହେଇଥିଲା, ହେଲେ ସେ କୁଠିର ଛାତୁ ବି ସିମେଟ ଚକ୍‌ଡ଼ା ଛାଡ଼ି ଲୁହାଛଡ଼ମାନ ଦିଶୁଛେ। ଯେନ୍‌ଟା ଛାତ୍ରୀଛାତ୍ର, ଶିକ୍ଷକମାନକର ଜୀବନ୍‌ ଉପରେ ବିପଦ୍‌ ସୁରୁଷ୍‌ଟି କରବାର ସଂଗେ ଅଲପ ବରଷାରେ ପାଏନ୍‌ ଗଲୁଛେ। ଏନ୍‌ତାଥି ପିଲାକର ପାଠ୍‌ପଢ଼ାରେ ବି ଖେଲଢ଼େପ ହେଉଛେ। ଇ ବାବ୍‌ଦେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭଗବାନ ସେଠକୁଁ ପଚରାଲାରୁ ଫିମାସ ଆମେ ସମସିଆ ବାବ୍‌ଦେ ସିଆର୍‌ସିସିକୁଁ ଜନଉଛୁଁ। ହେଲେ ସେ ଉପର ଅଧ୍‌କାରୀମାନକର ସଂଗେ ଆଲୋଚନା କରୁଛନ୍‌ କି ନାଇଁ ଆମେ ଜାନି ନାଇଁ ପାରବାର। ଶେଷେ ଉପେ ଶୂଇନ୍‌ ହେଇ ବିପଦ୍‌ ଅବସ୍‌ତାରେ ଥିବାର ପଢ଼ାକୁଠିର ବାରନ୍‌ଡାରେ ଛୁଆକୁ ପାଠ୍‌ ପଢ଼ଉଛୁଁ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧।୧୦(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?