ଅର୍ଥ ଲଗାଣକାରୀ ସଂସ୍ଥାର ଫିଲ୍‌ଡ ଅଫିସର ଗିରଫ

ପାଟଣା,୧୯।୧୦(ସ୍ବ.ପ୍ର.)- ଏକ ଅର୍ଥ ଲଗାଣକାରୀ ସଂସ୍ଥାର ଫିଲ୍‌ଡ ଅଫିସର ଅଜୟ କୁମାର ସାହଙ୍କଠାରୁ ରାସ୍ତାରେ ଟଙ୍କା ଲୁଟ୍‌ ଘଟଣାରେ କେନ୍ଦୁଝର ଜିଲା ପାଟଣା ଥାନା ପୋଲିସ ପର୍ଦ୍ଦାଫାଶ କରିଛି। କେହି ଲୁଟେରା ନୁହେଁ ନିଜେ ଅଭିଯୁକ୍ତ ଅଜୟ ଲୁଟ୍‌ ବାହାନା କରି ଟଙ୍କା ଆତ୍ମସାତ କରିବାକୁ ଉଦ୍ୟମ କରିଥିବା ତଦନ୍ତରୁ ଜଣାପଡିଛି। ସେ ଟଙ୍କା ଲୁଚାଇ ରଖିଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରୁ ପୋଲିସ ୧ଲକ୍ଷ ୫୯ ହଜାର ୯୭୩ ଟଙ୍କା, ବାଇକ, ସ୍ମାର୍ଟ ଫୋନ ଓ କାଗଜ ପତ୍ର ଜବତ କରିଛି। ଏ ନେଇ ଅଧିକ ତଦନ୍ତ ଚାଲୁ ରହିଥିବା ଘଟଗାଁ ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି।
ଅଭିଯୁକ୍ତ ଅଜୟ ମୟୂରଭଞ୍ଜ ଜିଲା କରଞ୍ଜିଆ ସ୍ଥିତ ଭାରତ ଫାଇନାନ୍ସ ଇନକ୍ଲୁଜନ ଲିମିଟେଡ କମ୍ପାନୀ ନାମକ ଏକ ଅର୍ଥ ଲଗାଣକାରୀ ସଂସ୍ଥାରେ ଫିଲ୍‌ଡ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ଗତ ବୁଧବାର ସେ ସାହାରପଡା ବ୍ଲକ ମାଛଗଡ଼ ଓ ରାଇଡିହା ଅଞ୍ଚଳକୁ ଯାଇ ମହିଳାମାନଙ୍କଠାରୁ ଋଣ ବାବଦ ଅର୍ଥ ଆଦାୟ କରି ଫେରୁଥିବାବେଳେ ତାଙ୍କୁ ରାଇଡ଼ିହା -ସାହାରପଡା ରାସ୍ତାର ଚଢେଇଘୁଳ ଶାଳ ଜଙ୍ଗଲ ନିକଟରେ ୪ଦୁର୍ବୃତ୍ତ ୨ଟି ବାଇକରେ ଆସି ଖଣ୍ଡା ଦେଖାଇ ୧ଲକ୍ଷ ୫୦ହଜାର୧୯୩ଟଙ୍କା ଲୁଟିନେଇଥିବା ସେ କମ୍ପାନୀର ଶାଖା ପରିଚାଳକ ରଞ୍ଜନକୁମାର ସାହୁଙ୍କୁ ଜଣାଇଥିଲେ। ପରେ ଏନେଇ ରଞ୍ଜନ ଗୁରୁବାର ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନ ଅଧିକାରୀ ସାରାଣୀ ଜେନା ଘଟଣାର ତଦନ୍ତ କରିବା ବେଳେ ପ୍ରକୃତରେ ଅଜୟଙ୍କଠାରୁ ଟଙ୍କା ଲୁଟ୍‌ ହୋଇନାହିଁ ବରଂ ସେ ନିଜେ କମ୍ପାନୀର ଟଙ୍କା ଆତ୍ମସାତ କରିବା ଉଦ୍ଦେଶ୍ୟରେ ବାଟରେ ଟଙ୍କା ଲୁଟ୍‌ ବାହାନା କରିଥିବା ଜଣାପଡିଥିଲା। ଶେଷରେ ସେ ଆନନ୍ଦପୁର ଥାନା ମୁଗୁପୁର ଗ୍ରାମ ନୀଳାପୁର ସାହିରେ ତାଙ୍କ ଭିଣୋଇଙ୍କ ଘରେ ଏହି ଟଙ୍କା ଲୁଚାଇ ରଖିଥିବା ଜଣାପଡିବାରୁ ପାଟଣା ଥାନାଧିକାରୀ ସନ୍ଧ୍ୟାରାଣୀଙ୍କ ନେତୃତ୍ୱରେ ସାହାରପଡା ଫାଣ୍ଡି ଅଧିକାରୀ ମୋନହର ମହାନ୍ତ ଓ କନଷ୍ଟେବଳ ଲକ୍ଷ୍ମୀପ୍ରିୟା ବଳ ପ୍ରମୁଖ ନୀଳାପୁର ସାହିରେ ସୁଦର୍ଶନ ସାହୁଙ୍କ ଘରେ ଚଢ଼ାଉକରି ସମସ୍ତ ଟଙ୍କା ଜବତ କରିଥିଲେ। ଥାନାରେ ପ୍ରଦତ୍ତ ଏତଲାରେ ଦର୍ଶାଯାଥଥିବା ଅର୍ଥଠାରୁ ଅଧିକ ଟଙ୍କା ଜବତ ହୋଇଥିବା ଜଣାପଡିଛି। ଏନେଇ ଭାରତୀୟ ପିଙ୍ଗଳ କୋଡ ୪୦୮, ୪୨୦ ଓ ୨୦୧ ଧାରା ଅନୁଯାୟୀ ପାଟଣା ଥାନାରେ ଏକ ମାମଲା (ନଂ. ୧୪୭/୧୯) ରୁଜୁ କରି ପୋଲିସ ଅଭିଯୁକ୍ତ ଅଜୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା କହିଛି। ତାଙ୍କ ଘର ଭଦ୍ରକ ଜିଲା ବନ୍ତ ଥାନା ଅପଣ୍ଡା ଗ୍ରାମରେ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ତ୍ରିବେଣୀ କମ୍ପାନୀରୁ ୧୨ ଲକ୍ଷ ଟଙ୍କା ହେର୍‌ଫେର୍‌, ଇସ୍ତଫା ଦେଇଥିବା କର୍ମଚାରୀ କେନ୍ଦ୍ରାପଡ଼ାରୁ ଗିରଫ

ବଡ଼ବିଲ,୨୨ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିସ୍ଥିତ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀରୁ ୧୨ଲକ୍ଷ ଟଙ୍କା ହେର୍‌ଫେର୍‌ କରିଥିବା ଅଭିଯୋଗରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri