ଅର୍ଥନୈତିକ ଅଭିବୃଦ୍ଧି ଓ ବେରୋଜଗାରୀ

ଅଧ୍ୟାପକ ପ୍ରିତିଶ କୁମାର ସାହୁ

ବିଶ୍ୱ ଅର୍ଥନୀତି ଏକ ଅଭୂତପୂର୍ବ ସଙ୍କଟ ମଧ୍ୟରେ ଗତି କରୁଛି। କରୋନାର ପ୍ରାଦୁର୍ଭାବ ଯେତିକି ମାତ୍ରାରେ ବଢ଼ୁଛି, ବିଶ୍ୱ ଅର୍ଥନୈତିକ ଗତିବିଧି ତାହାଠାରୁ ଅଧିକ ମାତ୍ରାରେ ଧିମି ହେବା ସହିତ ବେରୋଜଗାରୀ ଦିନକୁ ଦିନ ବଢ଼ି ଚାଲିଛି। ଚାଇନାରୁ ଜାତ ଏହି ଭୂତାଣୁ ସାରା ବିଶ୍ୱକୁ କବଳିତ କରିବା ସହିତ ଆମେରିକା ଏବଂ ଇଉରୋପର ଶକ୍ତିଶାଳୀ ଦେଶଗୁଡ଼ିକର ମେରୁଦଣ୍ଡ ଭାଙ୍ଗିବାକୁ ବସିଲାଣି। ବିଗତ କିଛି ସପ୍ତାହ ମଧ୍ୟରେ ଏହି ମାରାତ୍ମକ ସଂକ୍ରମିତ ରୋଗ ବିଶ୍ୱ ଅର୍ଥନୀତିକୁ ଏକ ବିପଜ୍ଜନକ ଆର୍ଥତ୍କ ମନ୍ଦି ଆଡ଼କୁ ଟାଣି ନେଉଛି, ଯାହାର ପରିଣାମ ୨୦୦୮ ବିଶ୍ୱ ଆର୍ଥତ୍କ ସଙ୍କଟଠାରୁ ବହୁ ମାତ୍ରାରେ ଅଧିକ ଭୟାବହ ହେବ ଏଥିରେ କୌଣସି ଦ୍ୱିମତ ନାହିଁ। କିନ୍ତୁ ଯଦି ଏହି ମହାମାରୀ ଅଧିକ ସମୟ ଧରି ସମ୍ପ୍ରସାରିତ ହୁଏ ତା’ହେଲେ ଏହା ବିଶ୍ୱ ଅର୍ଥନୀତିକୁ ୧୯୨୯-୩୪ର ମହାମାରୀ ଭଳି ପରିସ୍ଥିତି ମଧ୍ୟକୁ ଠେଲିଦେବ।
କିନ୍ତୁ ସେ ସମୟର ବିଶ୍ୱର ଅର୍ଥବ୍ୟବସ୍ଥା ଆଜିର ଅର୍ଥବ୍ୟବସ୍ଥାଠାରୁ ବହୁମାତ୍ରାରେ ଭିନ୍ନ। ଆଜିର ବିଶ୍ୱକରଣ ସମୟରେ ପ୍ରତ୍ୟେକ ଦେଶ ବହୁ ମାତ୍ରାରେ ଅନ୍ୟ ଦେଶ ଉପରେ ନିର୍ଭରଶୀଳ। ବିଶ୍ୱର ଉନ୍ନତ ଦେଶଗୁଡ଼ିକର ଅର୍ଥନୀତି ଦୋହଲିଲେ ଅନ୍ୟ ବିକାଶଶୀଳ ଓ ଅଳ୍ପ ବିକଶିତ ଦେଶଗୁଡ଼ିକ ଉପରେ ଏହାର ପ୍ରଭାବ ଅବଶ୍ୟମ୍ଭାବୀ। ଆଜିର କରୋନା ମହାମାରୀ ବିଶ୍ୱର ସବୁ ଦେଶଗୁଡ଼ିକର ଅର୍ଥନୀତିକୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ କବଳିତ କରିଛି। ଅନେକ ଦେଶର ସରକାର ଫଳପ୍ରଦ ଭାବେ ସାମାଜିକ ଏବଂ ଅର୍ଥନୈତିକ କାର୍ଯ୍ୟକଳାପକୁ ହ୍ରାସ କରିଛି ତାହା ନୁହେଁ ବରଂ ଗୋଟିଏ ପ୍ରକାର ବନ୍ଦ କରିଦେଇଛି। ଏହା ଅର୍ଥନୀତି ଅଭିବୃଦ୍ଧିକୁ ହ୍ରାସ କରିବା ସହିତ ରୋଜଗାର ସୃଷ୍ଟି କରିବାରେ ଏକ ବଡ଼ ପ୍ରତିବନ୍ଧକ ସୃଷ୍ଟି କରିଛି। ଗୋଟିଏ ପଟରେ ବେରୋଜଗାରୀ ବଢ଼ିବାରେ ଲାଗିଛି ଏବଂ ଅନ୍ୟପଟରେ ନିବେଶକଙ୍କ ଭୟ ମଧ୍ୟ ବଢ଼ିବାରେ ଲାଗିଛି। ଯଦିବା ପ୍ରାୟତଃ ପ୍ରତ୍ୟେକ ଦେଶର ସରକାର ରାଜକୋଷିକ ଏବଂ ମୌଦ୍ରିକ ନୀତିକୁ ସରଳତା କରିବା ସହିତ ଅର୍ଥନୈତିକ ପ୍ୟାକେଜରେ ଘୋଷଣା କରିଛନ୍ତି କିନ୍ତୁ ଏହା ଅର୍ଥବ୍ୟବସ୍ଥାର ହ୍ରାସକୁ ରୋକିବା ପାଇଁ ଯଥେଷ୍ଟ ନୁହେଁ। ବର୍ତ୍ତମାନ ପରିସ୍ଥିତିରେ ଆନ୍ତର୍ଜାତିକ ସଂସ୍ଥା ଏବଂ ସ୍ବାଧୀନ ବୃହତ୍‌ ସଂଗଠନଗୁଡ଼ିକର ଆକଳନରୁ ଏହା ସ୍ପଷ୍ଟ ଯେ ବିଶ୍ୱ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ଅତି କ୍ଷିପ୍ର ଭାବରେ ହ୍ରାସ ପାଇବ। ଜାତିସଂଘର ଡିପାର୍ଟମେଣ୍ଟ ଅଫ୍‌ ଇକୋନୋମିକ ଆଣ୍ଡ୍‌ ସୋସିଆଲ ଆଫେୟାର୍ସ ଅନୁଯାୟୀ ଆଭ୍ୟନ୍ତୀରଣ ଏବଂ ବାହ୍ୟ ବାଣିଜ୍ୟ କାରବାର ବନ୍ଦ ହେବାରୁ ଏହାର ପ୍ରଭାବରେ ବିଶ୍ୱ ଜିଡିପି ହ୍ରାସ ପାଇବା ସହିତ ଆମେରିକା ଏବଂ ୟୁରୋ ଜୋନ୍‌ର ଅର୍ଥନୀତି ଏକ ଗଭୀର ମନ୍ଦି ମଧ୍ୟକୁ ଗତି କରିବ। ଖାଲି ତାହା ନୁହେଁ, ଏପରି କି ଅନେକ ବିକଶିତ ଦେଶର ଜିଡିପି ବୃଦ୍ଧିରେ ନେଗେଟିଭ ମଧ୍ୟ ପରିଲକ୍ଷିତ ହେବ। ଏହି ତୁଳନାରେ ବର୍ତ୍ତମାନ ପରିପ୍ରେକ୍ଷୀରେ ବିଭିନ୍ନ ଆନ୍ତର୍ଜାତିକ ତଥା ସ୍ବାଧୀନ ସଂସ୍ଥାର ଆକଳନ ଅନୁଯାୟୀ ଯଦିବା ଭାରତର ଜିଡିପି ଅଭିବୃଦ୍ଧି ପଜିଟିଭ୍‌ ରହିବ କିନ୍ତୁ ଏହା ପୂର୍ବାନୁମାନରୁ ବହୁ ମାତ୍ରାରେ କମ୍‌ ହେବ।
କୋଭିଡ୍‌-୧୯ ଯୋଗୁ ହୋଇଥିବା ଲକ୍‌ଡାଉନ୍‌ରେ କୋର୍‌ ସେକ୍ଟର ଯଥା ମାଇନିଙ୍ଗ୍‌, ମାନୁଫାକ୍ଚରିଂ, ପେଟ୍ରୋଲିଅମ୍‌ ଏବଂ ରିଅଲ ଇଷ୍ଟେଟ୍‌ ସେକ୍ଟରକୁ ଗୁରୁତର ଆଘାତ ପହଞ୍ଚାଇଥିବାବେଳେ ଅନ୍ୟ ସେକ୍ଟର ତଥା କମ୍ୟୁନିକେସନ୍‌ ଏବଂ ଫାଇନାନ୍‌ସିଆଲ୍‌ ସର୍ଭିସେସ୍‌କୁ କିଛି ମାତ୍ରାରେ କମ୍‌ କ୍ଷତି ପହଞ୍ଚାଇଛି। ଆନ୍ତର୍ଜାତିକ ସଂସ୍ଥା ଗୋଲଡ୍‌ମ୍ୟାନ୍‌ ସଚ୍‌ ଭାରତର ଜିଡିପି ଅଭିବୃଦ୍ଧି ୨୦୨୦ରେ ୧.୬ ପ୍ରତିଶତ ଆକଳନ କରୁଥିବା ସମୟରେ ମୁଡ଼ିର ଆକଳନ ଅନୁଯାୟୀ ଏହି ଅଭିବୃଦ୍ଧି ୦.୮ ପ୍ରତିଶତ ହେବ। ଅନ୍ୟପକ୍ଷରେ ଭାରତୀୟ ରେଟିଙ୍ଗ୍‌ ଏଜେନ୍‌ସିଜ୍‌ ତଥା କ୍ରିସିଲ୍‌ ଏବଂ ଇଣ୍ଡ-ରା (ଇଣ୍ଡିଆ ରେଟିଙ୍ଗ୍‌ ଏଣ୍ଡ୍‌ ରିସର୍ଚ୍ଚ) ଅନୁଯାୟୀ ଭାରତର ଜିଡିପି ଅଭିବୃଦ୍ଧି ଚଳିତ ୨୦୨୦-୨୧ ଯଥାକ୍ରମେ ୧.୮ ପ୍ରତିଶତ ଏବଂ ୧.୯ ପ୍ରତିଶତ ରହିବ।
କୋଭିଡ୍‌-୧୯ ପ୍ରଭାବରେ ବହୁ କ୍ଷେତ୍ର ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ ହୋଇଛି ଏବଂ ବିଶ୍ୱର କୋଟି କୋଟି ଲୋକ ନିଯୁକ୍ତି ହରାଇଛନ୍ତି। କେବଳ ଭାରତରେ ଏକ ତୃତୀୟାଂଶରୁ ଅଧିକ ନିଯୁକ୍ତି ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ ହେବ। କୋଭିଡ୍‌-୧୯ର ପ୍ରଭାବ କିଭଳି ଭାବେ ଭାରତର ନିଯୁକ୍ତି ସଙ୍କଟକୁ ଗୁରୁତର କରିଛି ବା କରିବାକୁ ଯାଉଛି ତାହା ବିଭିନ୍ନ ଆଭ୍ୟନ୍ତରୀଣ ସଂସ୍ଥା ଦ୍ୱାରା ଆକଳନ କରାଯାଇଛି। ଫେଡେରେଶନ୍‌ ଅଫ୍‌ ଇଣ୍ଡିଆନ୍‌ ଏକ୍ସପୋର୍ଟ ଅର୍ଗାନାଇଜେଶନ୍‌ ଅନୁଯାୟୀ ୫୦ ପ୍ରତିଶତ ଅଧିକ ରପ୍ତାନି ଅର୍ଡର ବାତିଲ ହେବା ଯୋଗୁ ପାଖାପାଖି ୧.୫ କୋଟି ଲୋକ ଏହି କ୍ଷେତ୍ରରେ ନିଯୁକ୍ତି ହରାଇବେ। ଫେଡେରେଶନ୍‌ ଅଫ୍‌ ହୋଟେଲ୍‌ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଆସୋସିଏଶନ୍‌ ଅନୁଯାୟୀ ହସ୍ପିଟାଲିଟି ସେକ୍ଟରରେ ପାଖାପାଖି ୭୦ ପ୍ରତିଶତ ନିଯୁକ୍ତି ବିପଜ୍ଜନକ ସ୍ଥିତିରେ ଅଛି। ସେହିପରି ଇଣ୍ଟରନ୍ୟାଶନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏଶନ ଅନୁଯାୟୀ କୋଭିଡ୍‌-୧୯ ପ୍ରାୟ ୨୦ ଲକ୍ଷ ଲୋକଙ୍କ ନିଯୁକ୍ତି ହରାଇବାର ସମ୍ଭାବ୍ୟ ପରିସ୍ଥିତି ଉପୁଜେଇଛି। କେପିଏମ୍‌ଜି ଇଣ୍ଡିଆ ଆକଳନ କହୁଛି କି କେବଳ ପର୍ଯ୍ୟଟନ କ୍ଷେତ୍ରରେ ପ୍ରାୟତଃ ୭୦ ପ୍ରତିଶତ ନିଯୁକ୍ତି ଅର୍ଥାତ୍‌ ୩ କୋଟି ୮୦ ଲକ୍ଷ ଲୋକଙ୍କ ଚାକିରି ସଙ୍କଟ ମଧ୍ୟରେ ଗତି କରୁଛି। ଭାରତୀୟ ଥୀଙ୍କ୍‌ ଟ୍ୟାଙ୍କ୍‌ ସିଏମ୍‌ଆଇଇ (ସେଣ୍ଟର ଫର୍‌ ମନିଟରିଙ୍ଗ ଇଣ୍ଡିଆନ ଇକୋନୋମୀ) ସଂକେତ ଦେଉଛି କି, ଆଗାମୀ ଦିନରେ କୋଭିଡ୍‌-୧୯ ଯୋଗୁ ଭାରତର ବେକାରି ସମସ୍ୟା ବହୁ ଗୁରୁତର ହେବାକୁ ଯାଉଛି। ମେ’ ମାସ ପ୍ରଥମ ସପ୍ତାହ ସୁଦ୍ଧା ବେକାରି ହାର ୨୭.୧ ପ୍ରତିଶତରେ ପହଞ୍ଚତ୍ଲାଣି, ଯାହା ଏକ ସପ୍ତାହ ପୂର୍ବେ ୨୧.୧ ପ୍ରତିଶତ ଥିଲା ଏବଂ ଅନେକ ଜାଗାରେ ଲକ୍‌ଡାଉନ୍‌ ଚାଲୁ ରହିଥିବା ଯୋଗୁ ଏହା ଆହୁରି ଗୁରୁତର ହେବାକୁ ଯାଉଛି।
ଯେଉଁ ବେଗରେ ବେରୋଜଗାରୀ ଓ ଅର୍ଥନୀତି ଆଜି ତଳକୁ ଖସିଛି ସେହି ବେଗରେ ଏହାର ପୁନରୁଦ୍ଧାର ଅସମ୍ଭବ। ସିଆଇଆଇର ସର୍ଭେ କହୁଛି କି ଯଦି ଆର୍ଥତ୍କ ଗତିବିଧି ସ୍ବାଭାବିକ ଓ ସକ୍ରିୟ ଅବସ୍ଥାକୁ ଫେରେ ତା’ହେଲେ ଅର୍ଥନୈତିକ ପୁନରୁଦ୍ଧାର ପାଇଁ ଅତି କମ୍‌ରେ ଏହା ଏକ ବର୍ଷ ଲାଗିବ। ଯଦିବା ବର୍ତ୍ତମାନ ପରିସ୍ଥିତିରେ ଅର୍ଥିକ ସୁଧାରର ଦିଗ ସ୍ପଷ୍ଟ ଭାବରେ ଜାଣିବା କଷ୍ଟକର, କିନ୍ତୁ ଏହା ନିଶ୍ଚିତ ଯେ ଏହି ମହାମାରୀ ମଧ୍ୟରୁ ପୁନରୁଦ୍ଧାର ବହୁ ମାତ୍ରାରେ ସରକାର ଏବଂ ଆନ୍ତର୍ଜାତିକ ସଂସ୍ଥାର ଆର୍ଥିକ ସହାୟତା, ଶ୍ରମ ଆଇନରେ ସଂଶୋଧନ, କୃଷିକୁ ସମର୍ଥନ ଓ ଗ୍ରାମୀଣ କ୍ଷେତ୍ରରେ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ସହାୟକ, ରୋଜଗାର ସୃଷ୍ଟିର ସୁଯୋଗ, କରୋନା ଭୂତାଣୁର ଗତିବିଧି ଏବଂ ସରକାରୀ ସ୍ବାସ୍ଥ୍ୟସେବାର ପ୍ରଗତି ଉପରେ ନିର୍ଭର କରିବ। ଏହି ଦିଗଗୁଡ଼ିକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଆର୍ଥତ୍କ କ୍ଷେତ୍ର ତଥା ଜନକଲ୍ୟାଣ ଉନ୍ନତି ଏବଂ ଅନ୍ୟ ଆର୍ଥତ୍କ ଗଢ଼ଣ ଢାଞ୍ଚାକୁ ତ୍ୱରାନ୍ବିତ କରିବା ପାଇଁ ହସ୍ତକ୍ଷେପ ଆରମ୍ଭ କଲେଣି। ଭାରତର ଅର୍ଥନୀତି ଏବଂ ଅର୍ଥନୈତିକ ଗତିବିଧିରେ ସୁଧାର ଆଣିବାର ପ୍ରଚେଷ୍ଟାରେ କେନ୍ଦ୍ର ସରକାର ବର୍ତ୍ତମାନ ପରିପ୍ରେକ୍ଷୀରେ ୨୦ ଲକ୍ଷ କୋଟି ଟଙ୍କାର ବୃହତ୍‌ ପ୍ୟାକେଜ୍‌ ଘୋଷଣା କରିଛନ୍ତି, ଯାହା କି ଭାରତର ଜିଡିପିର ୧୦ ପ୍ରତିଶତ । ଏହା ଏକ ”ଆତ୍ମ ନିର୍ଭର ଅଭିଯାନ“ ଯାହା କି ଭାରତର କୋର ସେକ୍ଟର, ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପ ସହିତ ଅନ୍ୟ ଭିନ୍ନ ଭିନ୍ନ ସେକ୍ଟରକୁ ଅଭିବୃଦ୍ଧିରେ ସହାୟକ ହେବ। ଏହି ପ୍ୟାକେଜ୍‌ ଅର୍ଥନୈତିକ ଗତିବିଧିକୁ ତ୍ୱରାନ୍ବିତ ଓ ରୋଜଗାରୀ ସୃଷ୍ଟି କରିବା ସହିତ ଭାରତକୁ ଏକ ଆତ୍ମନିର୍ଭରଶୀଳ ଅର୍ଥବ୍ୟବସ୍ଥାରେ ରୂପାନ୍ତର କରିବାରେ ସହାୟକ ହେବ ବୋଲି ବିଶ୍ୱାସ।
ବିର୍ଲା ଗ୍ଲୋବାଲ୍‌ ୟୁନିଭରସିଟି, ଭୁବନେଶ୍ୱର
ମୋ: ୭୩୮୧୭୩୩୧୮୭
E-mail: pritish.sahu@bgu.ac.in


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?