ଏଇ ଭାରତରେ

ଆମମାନଙ୍କ ମଧ୍ୟରୁ ଅନେକେ ଭାବନ୍ତି ଯେ ରକ୍ତ ସମ୍ପର୍କୀୟମାନେ ହିଁ ଆମ ପରିବାର। କିନ୍ତୁ ପରିବାରର ଏହି ସଂଜ୍ଞା ବାହାରେ ବି ଏକ ପରିବାର ଗଢିଛନ୍ତି ଚେନ୍ନାଇର ସୋଲୋମୋନୋ ରାଜ୍‌। ତାଙ୍କ ସ୍ତ୍ରୀ ଓ ଦୁଇଟି ପିଲାଙ୍କୁ ନେଇ ପରିବାର ଥିଲେ ହେଁ ସେ ଏକ ନିଆରା ପରିବାର ଗଢିଛନ୍ତି। ଏହି ପରିବାରରେ ରହିଛନ୍ତି ୪୫ ଜଣ ଏଚ୍‌ଆଇଭି ସଂକ୍ରମିତ ପିଲା। ପରିତ୍ୟକ୍ତ ଅବସ୍ଥାରେ ନିଜ ଭବିଷ୍ୟତ ଖୋଜୁଥିବା ଏହି ପିଲାମାନଙ୍କ ପାଇଁ ଆଶାର ଆଲୋକ ସାଜିଛନ୍ତି ରାଜ୍‌ ଓ ସେମାନଙ୍କ ପାଇଁ ସେ ପାଲଟିଯାଇଛନ୍ତି ‘ଆପ୍ପା’। ପିଲାମାନଙ୍କୁ କୋଳେଇ ନେଇ ଆପ୍ପା ପ୍ରଥମେ କେତୋଟି ଏନ୍‌ଜିଓ ଦ୍ୱାରା ପରିଚାଳିତ ଆଶ୍ରୟଗୃହଗୁଡ଼ିକରେ ରଖିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏଚ୍‌ଆଇଭି ସଂକ୍ରମିତ ପିଲାମାନଙ୍କୁ କେହି ବି ରଖି ନ ଥିଲେ। ପରେ ସେ ନିଜେ ସେଲ୍‌ଟର ଟ୍ରଷ୍ଟ ପଞ୍ଜୀକୃତ କରି ଏହି ପିଲାମାନଙ୍କୁ ରଖିଛନ୍ତି। ଏହି ଟ୍ରଷ୍ଟ ଦ୍ୱାରା ପରିଚାଳିତ ଆଶ୍ରୟଗୃହ ଏବେ ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ସ୍ବର୍ଗ। ଏଠାରେ ସେମାନଙ୍କ ଖାଦ୍ୟଠାରୁ ଆରମ୍ଭ କରି ଶିକ୍ଷା ଆଦି ସବୁକଥା ବୁଝୁଛନ୍ତି ଆପ୍ପା। ପିଲାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ସ୍ବତନ୍ତ୍ର ପରାମର୍ଶଦାତା ମଧ୍ୟ ନିଯୁକ୍ତ କରିଛନ୍ତି। ଚିକିସତ୍ା ଲାଗି ଡାକ୍ତରମାନେ ବି ସହଯୋଗ କରୁଛନ୍ତି। ପିଲାମାନଙ୍କ ମାନସିକ ସ୍ତରରେ ବିକାଶ କରିବା ପାଇଁ ମନସ୍ତତ୍ୱବିତ୍‌ମାନେ ସେବା ଯୋଗାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶକ୍ତିର ଅଭାବକୁ ଦେଖି ଦେଶରେ ସବୁଜ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ ଏବେ ସୌର ଗାଁ ସୃଷ୍ଟି କରାଯାଉଛି। ଏମିତି ଏହି ଗାଁ…

ଅର୍ଥନୈତିକ ଦକ୍ଷତାକୁ ଅଣଦେଖା

ମୁଁ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏବଂ ପରେ ବିଶ୍ୱବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଭାବରେ ମୋଟ ସାତବର୍ଷ କାର୍ଯ୍ୟ କରିଛି। ଅର୍ଥନୀତି କେତେ ବିଚିତ୍ର, ତାହା…

ଆସ୍ଥାରେ ଆଘାତ

ଅଯୋଧ୍ୟା ରାମ ମନ୍ଦିରରୁ ଦାନ ଅର୍ଥ ଚୋରି ଘଟଣା ଅନେକ କୋଟି ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛି। ମନ୍ଦିରରୁ ଦାନ ଅର୍ଥ ଚୋରି ହେବା ମନ୍ଦିର…

ଯୁବ ଅଗ୍ରଦୂତ

ନୂଆଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଯୁବ ଆନ୍ଦୋଳନରେ ଜେନ୍‌-ଜିର ପ୍ରଭାବ ଦେଖିବାକୁ ମିଳିଲା। ପାରମ୍ପରିକ ପ୍ରତିବାଦ ଅପେକ୍ଷା ଏହି ପିଢ଼ି ସୃଜନଶୀଳତା, ପ୍ରଯୁକ୍ତିବିଦ୍ୟା ଓ ହାସ୍ୟରସକୁ ଆନ୍ଦୋଳନର ଅଂଶ…

ଜୈବ-ସ୍ବତ୍ୱ ଡକାୟତି

ଜୈବ- ସ୍ବତ୍ୱ ଡକାୟତି(Bio-piracy) ଅର୍ଥ ହେଉଛି ଅନୁମତି କିମ୍ବା ସ୍ବୀକୃତି ବିନା ବାଣିଜି୍ୟକ ଲାଭ ପାଇଁ କୌଣସି ଦେଶ କିମ୍ବା ସମ୍ପ୍ରଦାୟର ପାରମ୍ପରିକ ଜ୍ଞାନ ଏବଂ ପ୍ରାକୃତିକ…

ସଂସ୍କୃତି ସୁରକ୍ଷା ଚିନ୍ତା

ଇସ୍କନ ରଥଯାତ୍ରାର ତିଥି ବାରକୁ ବେଖାତିର କରି ବିଶ୍ୱର ବିଭିନ୍ନ ଭାଗରେ ଅଦିନିଆ ରଥଯାତ୍ରା ପାଳନ କରୁଛି। ପାଞ୍ଚ କୋଟି ଜନସଂଖ୍ୟା ବିଶିଷ୍ଟ ତଥା ଅଷ୍ଟମ ବୃହତ୍ତମ…

ପବିତ୍ରତାରେ ଭେଦଭାବ

ଚଳିତ ବର୍ଷ ରମଜାନ ମାସ ମାର୍ଚ୍ଚ ୧୬ର ଘଟଣା। ଏହି ଦିନ ବାରାଣସୀରେ ଗଙ୍ଗା ନଦୀରେ ଏକ ଡଙ୍ଗା ଉପରେ ୧୪ ଜଣ ମୁସଲମାନ ବ୍ୟକ୍ତି ଇଫ୍‌ତାର…

ମନସ୍କାମନା ପୂର୍ଣ୍ଣହେଉ

ବିଶ୍ୱାସ, ଆବେଗ, ମାନସିକତା, ସମର୍ପଣ ଆଦି ମଣିଷ ମନରେ ବିଭିନ୍ନ ସମୟରେ ବିଶେଷ ଭାବରେ ପ୍ରତିଫଳିତ ହୋଇଥାଏ। ସାମାଜିକ ଜୀବନ ପ୍ରଣାଳୀ ଓ ମାନସିକତାର ସନ୍ତୁଳନରେ ମଣିଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri