ଅଯୋଗ୍ୟଙ୍କୁ ଘର, ଯୋଗ୍ୟଙ୍କଠାରୁ ଲାଞ୍ଚ

ସୋନପୁର,୨।୩(ନି.ପ୍ର.) ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ(ପିଏମ୍‌ଏଓ୍ବାଇଜି)ରେ ବ୍ୟାପକ ଅନିୟମିତତା ହୋଇଛି। ପକ୍କା ଘର ଥିବା ଧନୀକ ଶ୍ରେଣୀର ବ୍ୟକ୍ତିଙ୍କୁ ଏହି ଯୋଜନାରେ କାର୍ଯ୍ୟାଦେଶ ମିଳିଛି। ଅଯୋଗ୍ୟଙ୍କୁ ଯୋଜନାରେ ଜାଣିଶୁଣି ଅନ୍ତର୍ଭୁକ୍ତ କରାଯାଇଛି। ଗୋଟିଏ ପରିବାରର ୩ଜଣଙ୍କୁ ଘର ମିଳିଛି। ସେହିପରି ଯୋଗ୍ୟ ହିତାଧିକାରୀ ବିଲ୍‌ କରାଇଦେବା ନାଁରେ ଜିଆରଏସ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ଲାଞ୍ଚ ନେଇଛନ୍ତି। ରାଜ୍ୟ ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ଟିମ୍‌ ଦ୍ୱାରା ତଦନ୍ତ ପରେ ଏଭଳି ଅନିୟମିତତାର ପର୍ଦ୍ଦାଫାଶ ହୋଇଛି। ପଞ୍ଚାୟତିରାଜ ବିଭାଗର ଉପସଚିବ କୁଳମଣି ମିଶ୍ରଙ୍କ ଚିଠି ନଂ. ୧୦୧୭/ତା୧୩।୦୧।୨୦୨୦ରିଖ ଅନୁଯାୟୀ ଜିଲାପାଳ ମୋନିଷା ବାନାର୍ଜୀ ଏହି ଘଟଣାରେ ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଳିକଙ୍କ ନାମରେ ଡ୍ରାଫ୍ଟ ଚାର୍ଜ କରିଛନ୍ତି। ବିଡିଓ ମଲ୍ଳିକଙ୍କ ନାମରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲାପାଳ ରାଜ୍ୟ ସରକାରଙ୍କ ଅନୁମତି ଲୋଡିଛନ୍ତି। ଅନ୍ୟପକ୍ଷେ ବିଡିଓ ମିକ ସୁବର୍ଣ୍ଣପୁର ଜିଲାପାଳ ଓ ପିଡି ଡିଆରଡିଏଙ୍କ ନିର୍ଦ୍ଦେଶକ୍ରମେ ପିଇଓ ରମାକାନ୍ତ ନାଏକ, ଜିଆରଏସ ଅନିଲ କୁମାର ସାହୁ, ନିରୋଜ ନଳିନୀ ନାଏକ, ସୁନୀଲ ପ୍ରସାଦ ସାହୁ ଓ କନିଷ୍ଠ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ଶିବ ସୁନ୍ଦର ଗୁରିଆଙ୍କ ନାମରେ ବିନିକା ଥାନାରେ ଗତ ୨୦ ତାରିଖରେ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ଅଯୋଗ୍ୟ ହିତାଧିକାରୀ ଯୁଲୁଣ୍ଡା ଗ୍ରାମର ଚିତ୍ର ଦନ୍ତା, ବିଲେଇବାହାଲିର ଦୌଲଥ ବାଗ, ରତନ ନାଗ, କଦଲିପାଲିର କାର୍ତ୍ତିକ କୁମ୍ଭାର, ଭଣ୍ଡାରର ଅଜାମିଳ ବାରିକ୍‌, ବାଉଁଶୁଣିର ପ୍ରଦୀପ୍ତ ମହଲା, କଲସେପାଲିର ସାବିତ୍ରୀ ପାଣ୍ଡେ, ତାଙ୍କ ପୁଅ ଦେବରାଜ, ସିଂଘିଯୁବା ପଞ୍ଚାୟତ କମିରାର ଲୋକନାଥ ପଧାନ, ତାଙ୍କ ବାପା ଗୁଲା ପଧାନ ଓ କଣ୍ଟିଆ ପଧାନଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବିନିକା ଥାନାରେ ୨ଟି ପୃଥକ ମାମଲା ରୁଜୁ ହୋଇଛି।
ପ୍ରକାଶ ଯେ, ଅନିୟମିତତା ନେଇ ପଞ୍ଚାୟତିରାଜ ବିଭାଗରେ ଅଭିଯୋଗ ହୋଇଥିଲା। ବିଭାଗ ପକ୍ଷରୁ ଏକ ଟିମ୍‌ ସ୍ଥାନୀୟ ପ୍ରଶାସନର ଅଗୋଚରରେ ବିନିକା ବ୍ଲକର ସିଂଘିଯୁବା, ବାଉଁଶୁଣୀ, ଭଣ୍ଡାର ଓ ଯୁଲୁଣ୍ଡା ପଞ୍ଚାୟତର ବିଭିନ୍ନ ଗ୍ରାମ ଗସ୍ତ କରି ଅଭିଯୋଗର ତଦନ୍ତ କରିଥିଲେ। ତଦନ୍ତରୁ ୨୦୧୯-୨୦ ଆର୍ଥିକ ବର୍ଷରେ କାର୍ଯ୍ୟାଦେଶ ପ୍ରଦାନରେ ଅନିୟମିତତା ଥିବାର ପ୍ରମାଣ ମିଳିଥିଲା। ଅଯୋଗ୍ୟଙ୍କୁ କାର୍ଯ୍ୟାଦେଶ ମିଳିଥିଲା ବେଳେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ମଜୁରି ପ୍ରଦାନ ସକାଶେ ହିତାଧିକାରୀଙ୍କଠାରୁ ତଳିଆ କର୍ମଚାରୀ ଲାଞ୍ଚ ନେଇଥିଲେ। ତଦନ୍ତକାରୀ ଟିମ୍‌ ଅଯୋଗ୍ୟ ହିତାଧିକାରୀ ଓ ଅନିୟମିତତାରେ ସମ୍ପୃକ୍ତ କର୍ମଚାରୀଙ୍କ ନାମ ତାଲିକା ସହିତ ସରକାରଙ୍କୁ ସିଧାସଳଖ ରିପୋର୍ଟ କରିଥିଲେ। ଅନ୍ୟପକ୍ଷେ ଏହି କାର୍ଯ୍ୟାନୁଷ୍ଠାନ ପରେ ଜିଲାର ଲାଞ୍ଚୁଆ ସରକାରୀ କର୍ମଚାରୀ ଓ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ବିନିକା ପୋଲିସ ଏହି ଘଟଣାରେ ଗଣମାଧ୍ୟମକୁ ତଥ୍ୟ ପ୍ରଦାନ ନ କରି ତଦନ୍ତକୁ ବାଟବଣା କରୁଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

କୋରାପୁଟରେ ରଜ ମହୋତ୍ସବ

କୋରାପୁଟ,୧୪।୬(ଅମିତାଭ ବେହେରା ): ଓଡ଼ିଶାର ଗଣପର୍ବ ରଜର ଉତ୍ସାହ ଏବେ ଗାଁଠୁ ସହର ସବୁଠି ପରିଲକ୍ଷିତ ହେଉଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ସ୍ଥିତ ସ୍ଥାନୀୟ ଦକ୍ଷତା ବୃଦ୍ଧି…

ନାଳରୁ ମିଳିଲା ମୃତଦେହ: କାରଣ ଖୋଜୁଛି ପୋଲିସ

ବଞ୍ଚୋ,୧୪।୬:(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ନାନିକାବାହାଳି ଗ୍ରାମ ନିକଟସ୍ଥ ଗଣ୍ଡନାଳରୁ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri