ଅଭିଯୋଗ ସତ୍ତ୍ୱେ ନୀରବ ରହିଲା ପୋଲିସ: ମରଣାନ୍ତକ ଆକ୍ରମଣକାରୀକୁ ଥାନାକୁ ଅଣାଗଲା ନାହିଁ

ବଡ଼ଗାଁ, ୭।୭ (ଡି.ଏନ.ଏ)-ବଡ଼ଗାଁ ଥାନା ପୋଲିସ ମରଣାନ୍ତକ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିଙ୍କୁ ଅଭିଯୋଗ ସତ୍ତ୍ବେ ଥାନାକୁ ନ ଆଣି ହାତବାନ୍ଧି ବସି ରହିବା ଭଳି ଘଟଣା ଦେଖିବାକୁ ମିଳିଛି। ପୋଲିସର ଏଭଳି କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ଘଟଣାରୁ ପ୍ରକାଶ ଯେ, ଗୁରୁବାର ମଧ୍ୟାହ୍ନରେ ବଡ଼ଗାଁ ମିନିଷ୍ଟାଡିୟମ ନିକଟରେ ସପରିବାର ରହୁଥିବା ମୀନକେତନ ଛୁରା (୪୭)ଙ୍କୁ ତାଙ୍କ ପୁଅ ରାତୁ ଛୁରା(୨୧) ଲାଠିରେ ମରଣାନ୍ତକ ଆକ୍ରମଣ କରିଥିଲେ। ମୀନକେତନଙ୍କୁ ସୁରକ୍ଷା ଦେବାକୁ ତାଙ୍କ ସ୍ତ୍ରୀ ସୁନେତି ଓ ବଡପୁଅ ପୁରୁଷୋତ୍ତମ ଆସିବାରୁ ସେମାନଙ୍କୁ ମଧ୍ୟ ମାଡମାରି ଆହତ କରିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ବଡ଼ଗାଁ ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିଲେ। ଏହି ଘଟଣା ସମ୍ପର୍କରେ ସେଦିନ ସୁନେତି ଥାନାରେ ମୌଖିକ ଜଣାଇ ସ୍ବାମୀଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା ଚାଲିଯାଇଥିଲେ। ସେ ଦିନ ଅଭିଯୋଗ ସତ୍ତ୍ବେ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିଲା। ତହିଁ ଆରଦିନ ଶୁକ୍ରବାର ପୁନଃର୍ବାର ରାତୁ ମାଡପିଟ କରିବାରୁ ଥାନାରେ ଜଣାଇଥିଲେ। ପୋଲିସ ଘଟଣାସ୍ଥଳକୁ ଯାଇ ରାତୁକୁ ପାଇଥିଲେ। ହେଲେ ଆଣି ନ ଥିଲେ। ଶୁକ୍ରବାର ସନ୍ଧ୍ୟାରେ ମୀନକେତନ, ତାଙ୍କ ସ୍ତ୍ରୀ ସୁନେତି ଓ ବଡପୁଅ ପୁରୁଷୋତ୍ତମ ଥାନାରେ ଲିଖିତ ଭାବେ ଦେବାରୁ ଶନିବାର ଏତଲା କରି କୋର୍ଟ ଚାଲାଣ କରାଯିବ ବୋଲି କହିଥିଲେ। ମୀନକେତନ ଓ ତାଙ୍କ ସ୍ତ୍ରୀ ଘରକୁ ଫେରିଲେ ହତ୍ୟା କରିବି କହିଥିବାରୁ ଆମ ଜୀବନ ବିପଦରେ ଅଛି କହିଲେ ମଧ୍ୟ ପୋଲିସ ମୀନକେତନ ଓ ତାଙ୍କ ସ୍ତ୍ରୀଙ୍କ କଥା ଶୁଣି ନ ଥିଲେ। ଏହା ପରେ ନିରାଶ ହୋଇ ସପରିବାର ସନ୍ଧ୍ୟାରେ ଘରକୁ ଫେରୁଥିଲା ବେଳେ ଆକ୍ରମଣକାରୀ ପୁଅ ରାତୁ ତାଙ୍କ ମାଆ ସୁନେତିଙ୍କୁ ବ୍ଲକ ଅଫିିସ ନିକଟରେ ଦୁଇ ଚାପୁଡା ମାରିଥିଲେ। ଏହି ମାଡ ବିଷୟରେ ମଧ୍ୟ ତୁରନ୍ତ ଥାନା ଅଧିକାରୀଙ୍କୁ ସୁଚୀତ କଲେ ମଧ୍ୟ ଆକ୍ରମଣକାରୀଙ୍କୁ ପୋଲିସ ଥାନାକୁ ନ ନେଇ ନିଶ୍ଚିନ୍ତରେ ରହିଥିଲା। ଏଣେ ମୀନକେତନଙ୍କ ପରିବାର ଭୟଭୀତ ଅବସ୍ଥାରେ ଘରେ ରହିଥିଲେ। ଗୁରୁବାର ମରଣାନ୍ତକ ଆକ୍ରମଣ ହୋଇଥିଲେ ମଧ୍ୟ ଶନିବାର ଅପରାହ୍ନ ପର୍ଯ୍ୟନ୍ତ ଆକ୍ରମଣକାରୀଙ୍କୁ ଥାନା ନ ନେବା ଦେଖିଲେ ପୋଲିସ ଲୋକଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ନଦେଇ ଓଲଟା ସେମାନଙ୍କ ସୁରକ୍ଷା ବିପନ୍ନ ହେଲାଭଳି କାର୍ଯ୍ୟ କରିଛି ବୋଲି ଜଣାପଡ଼ୁଛି। ପୋଲିସ ଯଦି ଉନ୍ମତ୍ତ ଯୁବକଙ୍କୁ ଧରିବାକୁ ଭୟ କରୁଛି, ତାହେଲେ ଜନସାଧାରଣଙ୍କ ସୁରକ୍ଷା ପୋଲିସ କିପରି କରିବ ତାକୁ ନେଇ ଚର୍ଚ୍ଚା ଆଲୋଚନା ହେଉଛି। ଶନିବାର ମଧ୍ୟାହ୍ନରେ ଆକ୍ରମଣକାରୀ ରାତୁ ତାଙ୍କ ବାପାଙ୍କୁ ପୁଣି ମାଡ ମାରିଥିବା ମୀନକେତନଠାରୁ ଜଣାପଡିଛି। ଏ ସମ୍ପର୍କରେ ତଲସରା ବିଧାୟକ ଭବାନୀଶଙ୍କର ଭୋଇଙ୍କୁ ଅବଗତ କରାଯାଇଥିଲାବେଳେ ଘଟଣା ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ଜଣାଇବାକୁ ଯୋଜନା ଚାଲିଥିବା ଜଣାପଡିଛି। ଏ ସମ୍ପର୍କରେ ଶନିବାର ଥାନା ଅଧିକାରୀ ସୂର୍ଯ୍ୟକାନ୍ତି ଦାସଙ୍କୁ ପଚାରିବାରେ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ବିନା ଶୋଭାଯାତ୍ରାରେ ହେଲା ହନୁମାନ ଜୟନ୍ତୀ: ଆଳତି କଲେ ଧର୍ମେନ୍ଦ୍ର

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର): ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିନା ଶୋଭାଯାତ୍ରାରେ ସମ୍ବଲପୁର ସହରରେ ରବିବାର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଛି। ଗତବର୍ଷର ହନୁମାନ...

ଆମଦାନୀ ନେତାଙ୍କୁ ଭରସା କରିଚାଲିଛି ବିଜେଡି

ସମ୍ବଲପୁର,୧୪।୪ (ଭବାନୀ ଶଙ୍କର ଭୋଇ)ସମ୍ବଲପୁର ଜିଲାର କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ଏହି କ୍ଷେତ୍ରରେ ବିଜେଡି ଆମଦାନୀ...

ବିନା ଶୋଭାଯାତ୍ରାରେ ହେବ ହନୁମାନ ଜୟନ୍ତୀ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରରେ ରବିବାର ହନୁମାନ ଜୟନ୍ତୀ ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପ୍ରଶାସନିକ କଟକଣା ହେତୁ ବିନା ଶୋଭାଯାତ୍ରାରେ ଉତ୍ସବ...

ଆଜିଠୁ ସମଲେଇ ମନ୍ଦିରରେ ମାଦକଦ୍ରବ୍ୟ ନିଷେଧ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ପୀଠରେ ମାଦକ ଦ୍ରବ୍ୟ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। ମନ୍ଦିର ଟ୍ରଷ୍ଟବୋର୍ଡର ନିଷ୍ପତ୍ତି ଅନୁସାରେ ପୀଠ...

ବିଜେଡି ଗୋଷ୍ଠୀ କନ୍ଦଳ ଟାଳିବାକୁ ପ୍ରସନ୍ନ କାର୍ଡ

ସମ୍ବଲପୁର,୧୩ା୪(ପ୍ରମୋଦ ବହିଦାର), ଭୁବନେଶ୍ୱର(ଅନିଲ ଦାସ): ବିଜେଡି ଗୁରୁବାର ସମ୍ବଲପୁର ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ରେଢ଼ାଖୋଲ ଓ ସମ୍ବଲପୁର ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri