ଅଭିବୃଦ୍ଧି ନେଇ ସରକାରଙ୍କ ଚିନ୍ତା

ନୂଆଦିଲ୍ଲୀ,୧।୫: ଲକ୍‌ଡାଉନ ପରେ ଦେଶର ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ଛିଡା କରାଇବା ଲାଗି ସରକାର ଯୋଜନା ହାତକୁ ନେଉଛନ୍ତି। ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାକୁ ଏବେ ପ୍ରାଥମିକତା ଦିଆଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଭିନ୍ନ ମନ୍ତ୍ରଣାଳୟ ସହ ଏ ସମ୍ପର୍କରେ ବୈଠକରେ ଆଲୋଚନା କରିଛନ୍ତି। ସଂସ୍କାର ଦ୍ୱାରା ଅର୍ଥ ବ୍ୟବସ୍ଥା ସାମ୍ନାରେ ଆସୁଥିବା ବିଭିନ୍ନ ଅସୁବିଧା ଦୂରୀକରଣ, ଔଦ୍ୟୋଗିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଏବଂ ନୂଆ ନିବେଶ ଆକୃଷ୍ଟ କରିବା ଦିଗରେ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନିଆଯିବ। କୋଭିଡ୍‌-୧୯ ପରେ ସାରା ଦେଶରେ ବାଣିଜ୍ୟ କାରବାର ଠପ୍‌ ହୋଇ ପଡିଛି। ଏଭଳି ସ୍ଥିତିରେ ସ୍ଥାନୀୟ ନିବେଶ ଏବଂ ଅଧିକ ବିଦେଶୀ ପୁଞ୍ଜି ଆକୃଷ୍ଟ କରିବା ଲାଗି ମୋଦି ବୈଠକରେ ଆଲୋଚନା କରିଛନ୍ତି।
କେଉଁ ମନ୍ତ୍ରଣାଳୟ କିଭଳି ସଂସ୍କାର ପ୍ରକ୍ରିୟା ହାତକୁ ନେଇଛନ୍ତି ସେ ପ୍ରସଙ୍ଗ ମଧ୍ୟ ବୈଠକରେ ସ୍ଥାନିତ ହୋଇଛି। ଶିଳ୍ପ ବିକାଶ ଦିଗରେ ରହିଥିବା ଚ୍ୟାଲେଞ୍ଜକୁ ଦୂର କରିବା, ନିରନ୍ତର ଭିତ୍ତିରେ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଜାରି ଏବଂ ଅସୁବିଧା ଦୂରୀକରଣକୁ ସରକାର ଧ୍ୟାନରେ ରଖିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଅଭିବୃଦ୍ଧି ତ୍ୱରାନ୍ବିତ କରିବା ଏବଂ ଭିତ୍ତିଭୂମି ଉନ୍ନତୀକରଣ ଲାଗି ଆଗାମୀ ୫ ବର୍ଷରେ ୧୧୧ ଲକ୍ଷ କୋଟି ଟଙ୍କାର ନିବେଶ ଆବଶ୍ୟକତା ରହିଥିବା ସରକାରଙ୍କ ଏକ ଟାସ୍କ ଫୋର୍ସ କହିଛି। କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ଅତନୁ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଉକ୍ତ ଟାସ୍କ ଫୋର୍ସ ଗଠନ ହୋଇଛି। ନ୍ୟାଶନାଲ ଭିତ୍ତିଭୂମି ପାଇପଲାଇନ(ଏନ୍‌ଆଇପି) ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଇବାକୁ କମିଟି ସରକାରଙ୍କୁ ପ୍ରସ୍ତାବ ଦେଇଛି। ଏଥି ଲାଗି ରାଜ୍ୟ ସରକାର, ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗଗୁଡିକର ପରାମର୍ଶ ମଧ୍ୟ ନିଆଯାଇଛି। ପ୍ରକଳ୍ପ ସମୀକ୍ଷା, ଠିକ୍‌ ସମୟରେ କାର୍ଯ୍ୟ ଶେଷ, ପୁଞ୍ଜି ସଂଗ୍ରହ ଭଳି ଦିଗକୁ ଦେଖିବା ଲାଗି ୩ଟି କମିଟି ଗଠନ ହୋଇଛି। ଏହାବାଦ ପ୍ରତି ମନ୍ତ୍ରଣାଳୟ ସ୍ତରରେ ଷ୍ଟିଅରିଂ କମିଟି ମଧ୍ୟ ରହିଛି।
ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥାରେ ରୂପାନ୍ତରିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁୟାରୀ ୨୬ରେ ଘୋଷଣା କରିଥିଲେ। ଏଥିଲାଗି ୧୦୦ ଲକ୍ଷ କୋଟି ନିବେଶ କରିବାକୁ ଯୋଜନା ରଖାଯାଇଥିଲା। ଏଭଳି ବିଭିନ୍ନ ଦିଗକୁ ବିଚାରକରି ଟାସ୍କଫୋର୍ସ ଗଠନ ହୋଇଛି। ଶିଳ୍ପ ଭିତ୍ତିଭୂମି ବିକାଶ, କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ଥିବା ସମସ୍ତ ଅସୁବିଧା ଦୂରୀକରଣ ଦ୍ୱାରା ନିବେଶକଙ୍କୁ ଆକୃଷ୍ଟ କରିବ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଏ ଦିଗରେ ରାଜ୍ୟଗୁଡିକ ସେମାନଙ୍କ ଯୋଜନା କିଭଳି ଠିକ୍‌ ଭାବେ ହାତକୁ ନେଇ ପାରିବେ ସେ ଦିଗରେ କେନ୍ଦ୍ର ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ଥିବା ପିଏମ୍‌ଓ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri