ଅଭିନେତା ଅର୍ଦ୍ଧେନ୍ଦୁଙ୍କ ହାତଧରିଲେ ମହାରଥୀଙ୍କ ଝିଅ

ଭୁବନେଶ୍ୱର,୨୭ା୨ (ବ୍ୟୁରୋ): ଓଲିଉଡ୍‌ ଅଭିନେତା ଅର୍ଦ୍ଧେନ୍ଦୁ ସାହୁଙ୍କୁ ବୁଧବାର ବୈଦିକ ରୀତିନୀତିରେ ବିବାହ କରିଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ। ସ୍ଥାନୀୟ ବରମୁଣ୍ଡା ପଡ଼ିଆରେ ମହାଆଡ଼ମ୍ବରରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ସିନେମା ଏବଂ ରାଜନୀତି ଜଗତର ଜଣାଶୁଣା ଚେହେରାମାନଙ୍କ ଗହଣରେ ଅର୍ଦ୍ଧେନ୍ଦୁ ଓ ପଲ୍ଳବୀଙ୍କ ହାତଗଣ୍ଠି ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇ ପଲ୍ଲବୀଙ୍କୁ ବିବାହ ଶୁଭେଚ୍ଛା ଜଣାଇବା ସହ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ଅନ୍ୟପଟେ ବରଯାତ୍ରୀରେ ଓଲିଉଡ୍‌ର ଜଣାଶୁଣା କଳାକାରମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଅଭିନେତା ସମରେଶ ରାଉତରାୟ, ଅମ୍ଳାନ, ଅଶ୍ୱିନୀ ତ୍ରିପାଠୀ, ବୁଲୁ, ପ୍ରେରଣା ପ୍ରତୀକ୍ଷା, ହାସ୍ୟ ଅଭିନେତା ବୁଟ୍ଟୁ ପ୍ରମୁଖ ଯୋଗଦେଇଥିଲେ। ସେହିଭଳି ବରମୁଣ୍ଡା ପଡ଼ିଆରେ ମନ୍ତ୍ରୀ ଅରୁଣ କୁମାର ସାହୁ, ପ୍ରତାପ ଜେନାଙ୍କ ସହ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ବିଧାୟକ ସୁଶାନ୍ତ ରାଉତ, ପ୍ରଣବ ପ୍ରକାଶ ଦାସ ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା। ୨୦୧୫ରେ ଓଡ଼ିଆ ସିନେମାରେ ଅଭିନୟ ଜୀବନ ଆରମ୍ଭ କରିଥିବା ଅର୍ଦ୍ଧେନ୍ଦୁଙ୍କ ପ୍ରଥମ ଫିଲ୍ମ ‘ଅ ଆ ଇ’ ଥିଲା। ଉଭୟ ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ଏହି ଫିଲ୍ମ ମୁକ୍ତିଲାଭ କରିଥିଲା। ଏହାପରେ ଓଡ଼ିଆ ଚଳଚ୍ଚିତ୍ର ‘ଟପୋରି’ରେ ସେ ଅଭିନୟ କରିଥିଲେ। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ମୁଁ ପରଦେଶୀ ଚଢ଼େଇ’ ରିଲିଜ୍‌ ହୋଇଯାଇଛି। ପେସାରେ ଡାକ୍ତରଭାବେ କାମ କରୁଥିବା ପଲ୍ଲବୀ ଅର୍ଦ୍ଧେନ୍ଦୁଙ୍କୁ ପ୍ରେମବିବାହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ହେଲା ଫିଲ୍ମ ‘କ୍ରୁ’: ଦମ୍‌ ଦେଖାଇଲେ ଏହି ୩ ଅଭିନେତ୍ରୀ

ମୁମ୍ବାଇ: କିଛି ବର୍ଷ ହେଲା ବଲିଉଡ୍‌ ଅଭିନେତ୍ରୀମାନେ ଫିଲ୍ମରେ ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି। ଏବେ ଫିଲ୍ମଗୁଡ଼ିକରେ ଆକ୍ସନ କେବଳ ହିରୋଙ୍କ କାନ୍ଧରେ ନୁହେଁ ବରଂ ଏହାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

ପୋଲିସ କବ୍‌ଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର (ସତ୍ୟଜିତ୍‌ ରାଉତ)/ଜଟଣୀ(ରବୀନ୍ଦ୍ରନାଥ ମହାକୁଡ଼),୨୯।୩:କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ। ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଜଟଣୀ ପୋଲିସ...

ପାଣି ନାହିଁ, ମାଠିଆ ମେଲା

ଭୁବନେଶ୍ୱର,୨୯।୩ (ବନ୍ଦନା ସେଠୀ): ରାଜ୍ୟରେ ଏବେ ପାରଦ ଉପରମୁହାଁ ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ ତାତି ଅସମ୍ଭାଳ ହେଉଛି। ଟାଇଁ ଟାଇଁ ଖରାକୁ ଗରମ...

ସୌମ୍ୟଙ୍କ ବାସଭବନରେ ପ୍ରଣବ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୨୯।୩ (ଅନିଲ ଦାସ):୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଦଳ ବଦଳଠାରୁ ଆରମ୍ଭ କରି ପାର୍ଟି ଭିତରେ...

୧ ଲୋକ ସଭା, ୪ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ଏସ୍‌ୟୁସିଆଇ

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ):ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ପାର୍ଟିର କେନ୍ଦ୍ରୀୟ କମିଟି ନିଷ୍ପତ୍ତିକ୍ରମେ ଆସନ୍ତା ନିର୍ବାଚନରେ କଟକ ଲୋକ ସଭା ଆସନରୁ ରାଜକିଶୋର ମଲ୍ଲିକ, କଟକ ସଦର ବିଧାନସଭା ଆସନରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri