ଅଭାବରେ ପଡ଼ି ଅପହରଣ କରିଥିଲେ: ଏସ୍‌ପି

ବ୍ରଜରାଜନଗର,୫ା୪(ଡି.ଏନ.ଏ.): ବହୁଚର୍ଚ୍ଚିତ ସମର୍ଥ ହତ୍ୟାକାଣ୍ଡର ୯ଦିନ ପରେ ମଙ୍ଗଳବାର ପୋଲିସ ଖବରଦାତା ସମ୍ମିଳନୀ କରି ଏହାର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଛି। ଅଭାବରେ ପଡ଼ି ଅଭିଯୁକ୍ତ ନାବାଳକ ସମର୍ଥଙ୍କୁ ଅପହରଣ କରିଥିବା ଝାରସୁଗୁଡା ଏସ୍‌ପି ସ୍ମିଥ ପରମାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସେ ଆହୁରି କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମାଙ୍କ ସହ ମୃତକଙ୍କ ପରିବାରର ଘନିଷ୍ଟତା ଥିଲା। ସମର୍ଥଙ୍କ ବାପା ସୁମିତ ଅଗ୍ରୱାଲଙ୍କ ବ୍ୟବସାୟ ଠିକ୍‌ ଚାଲୁଥିବାରୁ ତାଙ୍କ ପାଖରେ ଟଙ୍କାର ଅଭାବ ନ ଥିଲା। ଏପଟେ ଅମିତ ଧାର କରଜରେ ବୁଡିଥିବାରୁ ସମର୍ଥଙ୍କୁ ଅପହରଣ କରି ସୁମିତଠାରୁ ଟଙ୍କା ଆଦାୟ କରିବାର ଯୋଜନା କରିଥିଲେ। ସମର୍ଥଙ୍କ କ୍ରିକେଟ ଖେଳ ପ୍ରତି ଦୁର୍ବଳତା ଥିଲା। ସମର୍ଥ ସବୁଦିନ ପରି ଗତ ୨୭ତାରିଖ ଅପରାହ୍ନ ୪ଟାରେ ସ୍କୁଟି ଧରି ଖେଳପଡିଆକୁ ଯାଇଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଅମିତ ସେଠାରେ ପହଞ୍ଚତ୍ କ୍ରିକେଟ କିଟ୍‌ସ କିଣିବାକୁ କହି ସମର୍ଥଙ୍କୁ ଡାକି ଆଣିଥିଲେ। ପରେ ସେ ତାଙ୍କ ସହଯୋଗୀ ତଥା ଅନ୍ୟତମ ଅଭିଯୁକ୍ତ ଦିନେଶ ଅଗ୍ରଓ୍ବାଲ ଓ ସମର୍ଥଙ୍କୁ ନିଜ କାର୍‌ରେ ବସାଇ ବୁର୍ଲା ଅଭିମୁଖେ ବାହାରିଥିଲେ। ଝାରସୁଗୁଡା ପାର ହେବାକ୍ଷଣି ସମର୍ଥ ପାଟିକରିବାରୁ ଅଭିଯୁକ୍ତମାନେ ତାଙ୍କ ମୋବାଇଲ ଆଣି ସୁଇଚ ଅଫ କରିଦେଇଥିଲେ। ପରେ ସେମାନେ ବୁର୍ଲାରେ ଥିବା ତୃତୀୟ ଅଭିଯୁକ୍ତ ଗଣେଶ ନାୟକଙ୍କ ପାଖକୁ ଫୋନ କରି ଏକ ରୁମ ରଖିବା ପାଇଁ କହିଥିଲେ। ସେହି ରାତ୍ରିରେ ବୁର୍ଲାରେ ରହି ୨୮ତାରିଖ ସକାଳେ ସେମାନେ ପେଟ୍ରୋଲ ଓ କଟୁରି କିଣି ବରଗଡ଼ ଅଭିମୁଖେ ବାହାରିଥିଲେ। ସେଠାରେ କଟୁରି ସାହାଯ୍ୟରେ ସମର୍ଥଙ୍କ ବେକ କାଟି ପେଟ୍ରୋଲ ଢାଳି ନିଆଁ ଲଗାଇ ଫେରାର ମାରିଥିଲେ। ଏପଟେ ସମର୍ଥ ପରିବାର ଅଭିଯୋଗକ୍ରମେ ପୋଲିସ ତିନି ଗୋଟି ଟିମ କରି ଅପରେଶନ ଆରମ୍ଭ କରିଥିଲା। ସମର୍ଥଙ୍କୁ ୨୮ତାରିଖ ସକାଳେ ସେମାନେ ହତ୍ୟା କରି ସୁମିତଙ୍କୁ ଫୋନରେ ଟଙ୍କା ମାଗିଥିଲେ। ତେବେ ଏତେ ଶୀଘ୍ର ହତ୍ୟା କରିଦେବା ବିଶ୍ୱାସ ବାହାରେ ଥିବା ଏସ୍‌ପି ପ୍ରକାଶ କରିଛନ୍ତି। ଖବରଦାତା ସମିଳନୀରେ ଡିଏସ୍‌ପି ନିର୍ମଳ ମହାପାତ୍ର, ଝାରସୁଗୁଡା ଥାନା ଅଧିକାରୀ ସାବିତ୍ରୀ ବଳ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri