ଅବହେଳିତ ବୈଦ୍ୟନାଥ ପୀଠ: ସୌନ୍ଦର୍ଯ୍ୟ ଅଛି, ବିକାଶ ନାହିଁ

ବଡ଼ସାହି,୧୦-୯:(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାଣତ୍ରୀଠାରେ ବହୁ ପୁରାତନ ପ୍ରସିଦ୍ଧ ଶୈବପୀଠ ବାବା କଖାରୁଆ ବୈଦ୍ୟନାଥ ମନ୍ଦିର ଅବସ୍ଥିତ। ଐତିହ୍ୟପୂର୍ଣ୍ଣ ପ୍ରାକୃତିକ ସୌନ୍ଦଯର୍‌ୟ ଓ ଆଧ୍ୟାମତ୍ିକ ପରିବେଶ ପାଇଁ ଏହି ପୀଠ ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ା ବିଶେଷକରି ମହାଶିବରାତ୍ରି ଓ କାର୍ତ୍ତିକ ପୂର୍ଣ୍ଣିମାରେ ଏଠାରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଥାଏ ା ବଡସାହି, ବେତନଟୀ ଓ ବୈଶିଙ୍ଗାଠାରୁ ଯଥାକ୍ରମେ ୧୨ କି.ମି. ଦୂରରେ ଅବସ୍ଥିତ ଏହି ପୀଠର ସୌନ୍ଦର୍ଯ୍ୟତା ଥିବା ବେଳେ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନଙ୍କ ପାଇଁ ଆବଶ୍ୟକ ସୁବିଧା ନ ଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ୨୦୦୭ରୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଥିଲେ ମଧ୍ୟ ଉନ୍ନତୀକରଣ ପାଇଁ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଘଟନ୍ତା ା ପୁରାଣବର୍ଣ୍ଣିତ ବିଭିନ୍ନ ତଥ୍ୟ ସହିତ ଜଡିତ ରାଜରାଜୁଡା ଅମଳରୁ ନିର୍ମାଣ ହୋଇଥିବା ଉତ୍ତର ଓଡ଼ିିଶାର ପ୍ରସିଦ୍ଧ ଶୈବ ପୀଠ ତିନିମାଣ ଜମି ଉପରେ ଅବସ୍ଥିତ। ମନ୍ଦିରକୁ ଲାଗି ରହିଛି ଗଙ୍ଗାହାର ନଦୀର ଅଂଶ ଏକ ଜଳାଶୟ(କୁଣ୍ଡି) ା କଥିତ ଅଛି ଯେ, କୁଣ୍ଡି ସଂଲଗ୍ନ କଖାରୁ ଗଛମୂଳରୁ ଶିବଲିଙ୍ଗ ମିଳିଥିଲା। ୧୪୦୦ଖ୍ରୀଷ୍ଟାବ୍ଦରେ ପଶ୍ଚିମ ଦେଶର ଗଜପତି ବଂଶର ରାଜା ଏଠାରେ ମନ୍ଦିର ନିର୍ମାଣ କରିଥିଲେ ା ଚର୍ତୁପାର୍ଶ୍ୱରେ ଗଡ ପରିକ୍ରମା ବେଢା ସାଙ୍ଗକୁ ଉଚ୍ଚ ନହବତ ବାଦ୍ୟ ଗୃହ ନିର୍ମାଣ ମଧ୍ୟଯୁଗୀୟ ଚିନ୍ତାଧାରାର କଳାକୃତି ଏଠାରେ ଦେଖିବାକୁ ମିଳେ ା ମନ୍ଦିରର ଉଚ୍ଚତା ୬୩ ଫୁଟ ୬ଇଞ୍ଚ ଥିବା ବେଳେ ମନ୍ଦିର ମଧ୍ୟରେ ଅଷ୍ଟଦଳ ପଦ୍ମଯୁକ୍ତ ସୂର୍ଯ୍ୟ ମଣ୍ଡଳ ଓ କୋଣାର୍କ ମନ୍ଦିର ଶୈଳୀରେ ସୂର୍ଯ୍ୟନାରାୟଣଙ୍କ ବିଗ୍ରହ ବିଦ୍ୟମାନ। କଳାପାହାଡ ଆକ୍ରମଣର ଚିହ୍ନ ମନ୍ଦିରରେ ଥିବା ଭଗ୍ନ ମୂର୍ତ୍ତି ଓ ସୁରକ୍ଷା ପଦ୍ଧତିରୁ ଯେ କେହି ବାରିପାରିବ ା ମନ୍ଦିରର ରକ୍ଷଣାବେକ୍ଷଣ, ପରିଚାଳନା, ପୂଜାନୀତି ଓ ପର୍ବପର୍ବାଣି ପାଇଁ ତକତ୍ାଳୀନ ମୟୂରଭଞ୍ଜ ରାଜା ୧୩ ଶହ ଏକର ଜମି ଜାଗିରି ଭାବେ ଖଞ୍ଜି ୭୪ ଜଣ ସେବାୟତଙ୍କୁ ନିଯୁକ୍ତ କରିଛନ୍ତି ା ୧୨ ମାସରେ ୧୩ ପର୍ବ ପାଳିତ ହେଉଥିବା ବେଳେ ଏହି ପୀଠ ଚଳଚଞ୍ଚଳ ହୋଇଉଠେ ା ଶିବରାତ୍ରି ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ୧୫ଦିନ ଧରି ମେଳା ଚାଲୁ ରହେ। ବର୍ଷସାରା ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକ ଏହି ମନ୍ଦିରକୁ ବୁଲିବାକୁ ଆସନ୍ତି। ମନ୍ଦିରକୁ ଘେରି ରହିଥିବା ୧୫ଫୁଟ ଉଚ୍ଚତାର ବେଢା ଚାରିପଟେ ଭକ୍ତମାନେ ବୁଲି ବୁଲି ମନ୍ଦିରର ଚତୁଃପାର୍ଶ୍ୱର ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିଥାନ୍ତି ା ପିକ୍‌ନିକ୍‌ ଋତୁରେ ପର୍ଯ୍ୟଟକମାନେ ଏହି ପୀଠକୁ ଆସି ଦେବ ଦର୍ଶନ କରିବା ସହ ମନ୍ଦିରକୁ ଲାଗି ରହିଥିବା ଆମ୍ବ ବଗିଚା ଓ କୁଣ୍ଡିରେ ପିକ୍‌ନିକ୍‌ କରି ଆନନ୍ଦିତ ହୋଇଥାନ୍ତି ା ତେବେ ମାନସିକ ପୂରଣ ପାଇଁ ଦୂରରୁ ଆସୁଥିବା ଭକ୍ତ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ମେଳା ପରିସରରେ ମାତ୍ର ୨ଟି ନଳକୂଅ ଥିବାରୁ ପର୍ଯ୍ୟାପ୍ତ ପରିମାଣର ପାଣି ମିଳୁ ନ ଥିବାରୁ ପାନୀୟଜଳର ସଙ୍କଟ ବଢିଥାଏ ା ମାଣତ୍ରୀ ଛକ ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱ ଡ୍ରେନର ବ୍ୟବସ୍ଥା ହୋଇ ନ ଥିବାରୁ ରାସ୍ତା ଉପରେ ନର୍ଦ୍ଦମା ପାଣିର ସୁଅ ଛୁଟିଥାଏ ବୋଲି ଗ୍ରାମର ସୁରେଶ ଚନ୍ଦ୍ର ପତି ପ୍ରକାଶ କହିଛନ୍ତି ା ସେହିପରି ମନ୍ଦିର ପରିସରରେ ହାଇମାଷ୍ଟ ଲାଇଟର ବ୍ୟବସ୍ଥା, ଡ୍ରେନେଜ ବ୍ୟବସ୍ଥା ସହିତ ଆମ୍ବ ବଗିଚାକୁ ସ୍ବତନ୍ତ୍ର ପାର୍କ ତିଆରି କରିବା ପାଇଁ ଜିଲାପାଳ ଦୃଷ୍ଟି ଦେବାକୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଆସୁଛି। କୁଣ୍ଡିରେ ଉଭୟ ପାର୍ଶ୍ୱକୁ ପଥର ପ୍ୟାକିଂ କରି ବୋଟିଂ ବ୍ୟବସ୍ଥା ସହିତ ଏକ ଝୁଲା ପୋଲ ନିର୍ମାଣ ହୋଇପାରିଲେ କୁଣ୍ଡିର ଅପରପାର୍ଶ୍ୱକୁ ଯିବାଆସିବା କରିବା ସହିତ ପାରିପାର୍ଶ୍ୱିକ ଶୋଭା ବୃଦ୍ଧି ପାଆନ୍ତା ବୋଲି ସିଂହଟିଆ ଗ୍ରାମର ଭକ୍ତ ସଦାନନ୍ଦ ଦଣ୍ଡପାଟ ପ୍ରକାଶ କରିଛନ୍ତି ା ବଡସାହି, ବେତନଟୀ, ବୈଶିଙ୍ଗା ଓ ମାଣତ୍ରୀ ଛକରେ ସ୍ଥାୟୀ ସ୍ବାଗତ ତୋରଣ ନିର୍ମାଣ କରିବା ସହିତ ମନ୍ଦିର ପରିସରରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କଲେ ଭକ୍ତଙ୍କ ଭିଡ଼ ଲାଗି ରହିବ ବୋଲି କୁହନ୍ତି, ମନ୍ଦିର ପରିଛା ପ୍ରଦୀପ କୁମାର ପଣ୍ଡା ା ସେହିପରି ପୀଠର ପାରିପାର୍ଶ୍ୱିକ ଉନ୍ନତି କରିବା ସହ ସମସ୍ତ ସୁବିଧା ସୁଯୋଗର ବ୍ୟବସ୍ଥା କରାଗଲେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଆନ୍ତା ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳ ନୋ ଫ୍ଲାଇଂ ଜୋନ୍‌ ଘୋଷଣା

ବାରିପଦା,୧୧ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ୍ତା ୧୯ ଓ ୨୦ରେ ମୟୂରଭଞ୍ଜ ଜିଲା ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷା ଦୃଷ୍ଟିରୁ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ସାଧୁଙ୍କୁ ମାରିଥିଲା କଲରାପତରିଆ ବାଘ: ଶିମିଳିପାଳ ଇତିହାସରେ ପ୍ରଥମ

ବାରିପଦା,୮।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଜାତୀୟ ଉଦ୍ୟାନ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ଅନ୍ତର୍ଗତ କୁମୁଦାବଡ଼ି ନିକଟରେ ଜଙ୍ଗଲରୁ ମିଳିଥିବା ଖଣ୍ଡବିଖଣ୍ଡିତ ମୃଦଦେହ ଅଂଶ ସମ୍ବନ୍ଧରେ…

ପୋଖରୀରେ ଭାସୁଥିଲା ମହିଳାଙ୍କ ମୃତଦେହ, ଲୋକେ ଗାଧୋଇବାକୁ ଯିବାବେଳେ…

ବୈଶିଙ୍ଗା,୩ା୬(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ନିକଟସ୍ଥ ନୂଆସାହି ଗ୍ରାମ ପୋଖରୀରୁ ବୁଧବାର ଜଣେ ଅଜଣା ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ବିଡିଓଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ, ଏହି ସବୁ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ

ବାରିପଦା,୩।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ନିର୍ବାଚନମଣ୍ଡଳୀର ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ) ତଥା ବଡ଼ସାହି ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ସ୍ମୃତିମୟୀ ବନଜା…

ଆସିଲା ଖୁସିଖବର: ମା’ ହେଲା ‘ଜିନ୍ନତ’

ଭୁବନେଶ୍ୱର,୨।୬: ମୟୁରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ଏକ ଖୁସି ଖବର ଆସିଛି॥ ମା’ ହୋଇଛି ବାଘୁଣୀ ‘ଜିନ୍ନତ’। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ…

ଶିମିଳିପାଳରେ ମାଉସ୍‌ ଡିଅର: ଜୋର୍‌ ଧରିଲା ଚର୍ଚ୍ଚା

ବାରିପଦା,୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ଏକ ଅନନ୍ୟ ବନ୍ୟପ୍ରାଣୀ ଆବାସସ୍ଥଳୀ ଭାବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଠାରେ ବିଶ୍ୱର କ୍ଷୁଦ୍ର…

ଶିମିଳିପାଳରେ ମଣିଷଖିଆ ବାଘ; ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ, ସକାଳୁ ମିଳିଲା କ୍ଷତାକ୍ତ ଦୁଇ ଗୋଡ଼ ସହ ଲୁଙ୍ଗି

କରଞ୍ଜିଆ,୧।୬(କବିତା ମହାନ୍ତ): ମଣିଷକୁ ଖାଇଗଲା ମହାବଳ ବାଘ ! କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ କୁମୁଡାବାଡ଼ି ଗାଁ ରାଜାମ୍ ସାହି ନିକଟ ଜଙ୍ଗଲରୁ ଛାତିଥରା ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri