ଅନ୍ଧାରରେ ରୋଗୀ, ପ୍ରତିକାର ନାହିଁ

ଚମ୍ପୁଆ,୩ା୬(ଡି.ଏନ.ଏ)- କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଡିଜି ଓ ଇନ୍‌ଭର୍ଟର ଥିଲେ ମଧ୍ୟ ବିଦ୍ୟୁତ୍‌ କାଟ୍‌ ସମୟରେ ରୋଗୀମାନେ ଅନ୍ଧାରରେ ରହୁଛନ୍ତି। ଅସହ୍ୟ ଗରମ ସହିବାକୁ ପଡୁଛି। ବିଭିନ୍ନ ସମୟରେ ଲୋ- ଭୋଲଟେଜ୍‌ ସମସ୍ୟା ଯୋଗୁ ୱାର୍ଡଗୁଡିକରେ ବଲ୍‌ବ ଜଳୁଥିଲେ ମଧ୍ୟ ଫ୍ୟାନ ଘୂରୁ ନାହିଁ। ଏହା ରୋଗୀଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଦେଉଛି। ସ୍ବତନ୍ତ୍ର ସେବା ପାଇବା ଲାଗି ଦେୟ ପୈଠକରି କ୍ୟାବିନରେ ରହୁଥିବା ରୋଗୀ ମଧ୍ୟ ଅନ୍ଧାର ଓ ଗରମରେ ଶଢୁଛନ୍ତି। ଉଲ୍ଳେଖନୀୟ ଯେ, ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କ ପକ୍ଷରୁ ଚମ୍ପୁଆ ଡାକ୍ତରଖାନାକୁ କେତେକ ସାଧାରଣ ଓ ଶୀତତାପ ନିୟନ୍ତ୍ରିତ କ୍ୟାବିନ୍‌ ଯୋଗାଇ ଦିଆଯାଇଛି। ସାଧାରଣ କ୍ୟାବିନ୍‌ରେ ରହୁଥିବା ରୋଗୀଙ୍କଠାରୁ ଦିନକୁ ୧୫୦ ଓ ଶୀତତାପ ନିୟନ୍ତ୍ରିତ କ୍ୟାବିନ୍‌ ଲାଗି ୩୦୦ ଟଙ୍କା ଲେଖାଏ ଆଦାୟ କରାଯାଉଛି। କେତେକ କ୍ୟାବିନକୁ ଇନ୍‌ଭର୍ଟର ବା ଡିଜି ସଂଯୋଗ ହୋଇ ନ ଥିବାରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେଲେ ଏହା ଅନ୍ଧାରରେ ରହୁଛି। କ୍ୟାବିନ୍‌ରେ ରହୁଥିବା ପ୍ରସୂତି ଓ ନବଜାତ ଶିଶୁ ଗରମରେ କଷ୍ଟ ପାଉଥିଲେ ମଧ୍ୟ ଏଥିପ୍ରତି କାହାର ଦୃଷ୍ଟି ରହୁନାହିଁ ା ଉଲ୍ଲେଖନୀୟ ଯେ, ଡାକ୍ତରଖାନାରେ ୧ ଘଣ୍ଟା ଡିଜି ଚାଲିଲେ ୭ ଲିଟର ଇନ୍ଧନ ଆବଶ୍ୟକ ପଡୁଛି । ଇନ୍ଧନ ପାଇଁ ଅର୍ଥ ବ୍ୟବସ୍ଥା ନ ଥିବାରୁ ଏହାକୁ ବ୍ୟବହାର କରାଯାଇ ପାରୁ ନାହିଁ ା ଏ ସମ୍ପର୍କରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସୁଜିତ୍‌ କୁମାର ଲେଙ୍କାଙ୍କୁ ପଚାରିବାରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯାଇ ଇନ୍‌ଭର୍ଟର ମାଧ୍ୟମରେ ବିଦ୍ୟୁତ୍‌ ଯୋଗାଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri