ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ଧମକ: ମହିଳା ଥାନାର ଦ୍ୱାରସ୍ଥ, ମାମଲା ରୁଜୁ

ଅନୁଗୋଳ ଅଫିସ, ୨୫।୮ – ଫେସବୁକ୍‌ରେ ଯୁବକଙ୍କ ସହ ବନ୍ଧୁତା, ପ୍ରେମ, ଶାରୀରିକ ସମ୍ପର୍କ ଗଢିଉଠିବା ପରେ ମହିଳାଙ୍କୁ ବିବାହ କରିବାକୁ ଜିଦ୍‌ ଧରିଲେ ସମ୍ପୃକ୍ତ ଯୁବକ। ହେଲେ ମହିଳା ଜଣକ ଏଥିରେ ରାଜି ନ ହେବାରୁ ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରିଦେବାକୁ ଯୁବକ ଜଣକ ମହିଳାଙ୍କୁ ବାରମ୍ବାର ଧମକ ଦେଉଥିବା ନେଇ ଅନୁଗୋଳ ଥାନାରେ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଅନୁଗୋଳ ପୋଲିସ ନଂ. ୬୪୨/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପୋଲିସ ସୂତ୍ରରୁ ପ୍ରକାଶ, ଅଭିଯୋଗ କରିଥିବା ୩୦ ବର୍ଷୀୟା ମହିଳାଙ୍କ ଘର ସମ୍ବଲପୁର ଜିଲାରେ। ସେ ବିବାହିତ ହୋଇଥିବାବେଳେ ଅନୁଗୋଳରେ ଭଡାଘରେ ରହୁଛନ୍ତି। ସ୍ବାମୀ ହାଇଦ୍ରାବାଦରେ କାମ କରୁଥିବାବେଳେ ତାଙ୍କର ଜଣେ ୭ ବର୍ଷର ଝିଅ ଓ ୪ ବର୍ଷର ପୁଅ ରହିଛନ୍ତି। ଗତ ମେ ମାସରେ ମହିଳା ଜଣକ ଫେସବୁକ୍‌ରେ ଜିଲା ବାହାରର ଜଣେ ୨୫ ବର୍ଷୀୟ ଯୁବକଙ୍କ ସାଙ୍ଗରେ ବନ୍ଧୁତା କରିଥିଲେ। ଏହା ପରେ ପ୍ରେମ ଓ ଶାରୀରିକ ସମ୍ପର୍କରେ ପରିଣତ ହୋଇଥିଲା। ପରେ ଯୁବକ ଜଣକ ମହିଳାଙ୍କୁ ବିବାହ କରିବାକୁ ଜିଦ୍‌ ଧରିଥିଲେ। ହେଲେ ମହିଳା ରାଜି ନ ହେବାରୁ ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରିବାକୁ ଯୁବକ ଜଣକ ଧମକ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri