ଅନୁଗୋଳ ଜିଲାରେ ୭୦ ପ୍ରତିଶତ ମତଦାନ: ଇଭିଏମ୍‌ରେ ସିଲ୍‌ ୪୨ ପ୍ରାର୍ଥୀଙ୍କ ଭାଗ୍ୟ

ଅନୁଗୋଳ ଅଫିସ, ୨୪।୪- ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ମତଦାନ ଶେଷ ହୋଇଛି। ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ବିଭିନ୍ନ ବୁଥ୍‌ରେ ମତଦାନ ହୋଇଥିଲା। କେତେକରେ ଇଭିଏମ୍‌ରେ ତ୍ରୁଟି ଯୋଗୁ ବିଳମ୍ବ ହୋଇଥିବା ବେଳେ ଆଉ କେତେକ ବୁଥରେ ସମୟ ସରିବା ପୂର୍ବରୁ ଭିଡ଼ ବଢ଼ିଯିବାରୁ ଏପରି ଡେରି ହୋଇଥିବା କୁହାଯାଇଛି। ତେବେ ଜିଲାରେ ମତଦାନ ହାର ୭୦ ପ୍ରତିଶତ ରହିଥିବା ସୂଚନା ମିଳିଛି।

ଜିଲାର ମୋଟ୍‌ ୧୧୬୩  ମତଦାନ କେନ୍ଦ୍ରରେ ୪୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୯ଲକ୍ଷ ୭୪ ହଜାର ୯୫୧ ଭୋଟର। ଏଥିପାଇଁ ସକାଳୁ ମତଦାତାମାନେ ବୁଥ୍‌ଗୁଡ଼ିକରେ ଭିଡ଼ ଲଗାଇଥିଲେ। ତେବେ ଭୋଟର ଲିଷ୍ଟରେ ନଁା ନ ଥିବାରୁ ବହୁ ଲୋକ ନିରାଶ ହୋଇ ଫେରିଯାଇଥିଲେ। ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନୁଗୋଳ ନିର୍ବାଚନମଣ୍ଡଳୀ, ଆଠମଲ୍ଲିକ ଓ ପାଲଲହଡ଼ା ପାଇଁ ଭୋଟଗ୍ରହଣ ସମୟ ରଖାଯାଇଥିଲା। ସେହିପରି ତାଳଚେର ଓ ଛେଣ୍ଡିପଦା ପାଇଁ ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ ବୋଲି କୁହାଯାଇଥିଲା। କିନ୍ତୁ ଇଭିଏମ୍‌ ତ୍ରୁଟି ଓ ପରିଚାଳନାଗତ ଅବ୍ୟବସ୍ଥା କାରଣରୁ ନିର୍ଦ୍ଧାରିତ ସମୟରେ ମତଦାନ ଶେଷ ହୋଇପାରି ନ ଥିଲା। କେତେକ ସ୍ଥାନରେ ରାତି ୧୧ଟା ଯାଏ ଭୋଟ ନିଆଯାଇଥିଲା। ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ୭୨ ପ୍ରତିଶତ ହୋଇଥିବା ସୂଚନା ମିଳିଛି। ଏଠାରେ ମୋଟ୍‌ ମତଦାତାଙ୍କ ସଂଖ୍ୟା ୧,୭୮,୬୦୯ ଥିବା ବେଳେ ସେଥିରୁ ପୁରୁଷଙ୍କ ସଂଖ୍ୟା ୯୪,୮୦୯ ଓ ମହିଳା ୮୩, ୭୭୩ ଏବଂ ୨୭ଜଣ ୩ୟ ଲିଙ୍ଗି ଭୋଟର ରହିଛନ୍ତି। ତେବେ ମତଦାନ ବେଳେ ସେପରି ଗଣ୍ଡଗୋଳ କି ହିଂସାକାଣ୍ଡ ଘଟି ନ ଥିବା ଉପଜିଲାପାଳ ତଥା ରିଟର୍ନିଂ ଅଫିସର ପରେଶ ଚନ୍ଦ୍ର ନାୟକ ଓ ଏସ୍‌ଡିପିଓ ହେମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି। ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ୨୫୦ ବୁଥ୍‌ରେ ଭୋଟଗ୍ରହଣ କରାଯାଇଛି। ଏଠାରେ ମଧ୍ୟ ମତଦାନ ବିଳମ୍ବିତ ହୋଇଛି। ତଥାପି ୫୮ ପ୍ରତିଶତ ମତଦାନ ହୋଇଥିବା ରିଟର୍ନିଂ ଅଫିସର ତଥା ଆଠମଲ୍ଲିକ ଉପଜିଲାପାଳ ସୁବାସ ଚନ୍ଦ୍ର ରାୟ ପ୍ରକାଶ କରିଛନ୍ତି। ସୋଲଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଭାଜପା ବିଧାୟକ ପ୍ରାର୍ଥୀ ଭାଗୀରଥି ପ୍ରଧାନ ୯୪ ନମ୍ବର ବୁଥ୍‌ରେ ଭୋଟ ଦେଇଥିଲେ। ସେହିପରି କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜୟାନନ୍ଦ ଚାଉଳିଆ ମଳିପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୮୫ ନମ୍ବର ବୁଥ୍‌ରେ ଭୋଟ ଦେଇଥିଲେ। ବିଜେଡି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ବନ୍ଧଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ୧୨୪ ନମ୍ବର ବୁଥ୍‌, ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ନଳିନୀ ପ୍ରଧାନ ତୁରୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୯ ନମ୍ବର ବୁଥରେ ମତଦାନ କରିଥିଲେ। ଅଙ୍ଗପଡା ନୋଡାଲ ଉପ୍ରା ବିଦ୍ୟାଳୟରେ ୫୮ ନମ୍ବର ବୁଥ୍‌ରେ ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ ପୁଅଙ୍କ ସହ ଆସି ମତଦାନ କରିଥିଲେ। ସେହିପରି ପାଲଲହଡ଼ା ନିର୍ବାଚନ ମଣ୍ଡଳୀରେ ୭୫ ପ୍ରତିଶତ ଓ ଛେଣ୍ଡିପଦାରେ ୬୫ ପ୍ରତିଶତ ମତଦାନ ହୋଇଥିବା ସୂଚନା ମଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri