ଅଧିବେଶନ ପୂର୍ବରୁ ପ୍ରଥମ ଥର ପାଇଁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ: ଏଥର ବିଧାନସଭାରେ ୨ମୁଲତବୀ ପ୍ରସ୍ତାବ ଆସିବ

ଭୁବନେଶ୍ୱର: ୨୪।୬(ବ୍ୟୁରୋ): ଏଣିକି ବିଧାନସଭା ଅଧିବେଶନ ଚାଲିବା ସମୟରେ ଗୃହରେ ୨ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେବ। ପ୍ରତ୍ୟେକ ମୁଲତବୀ ଆଲୋଚନା ୧ ଘଣ୍ଟା ଭିତରେ ସୀମିତ ରଖାଯିବ। ଉଭୟ ବିରୋଧୀ ଓ ଶାସକ ଦଳ ପକ୍ଷରୁ ସୋମବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବାଚସ୍ପତି ଏହି ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି। ପୂର୍ବରୁ ଗୋଟିଏ ପ୍ରସଙ୍ଗ ଉପରେ ମୁଲତବୀ ଆଲୋଚନ ହେଉଥିଲା ଓ ଏହା ଦୀର୍ଘ ସମୟ ଧରି ଚାଲୁଥିଲା। ରାଜ୍ୟର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୃହରେ ଆଲୋଚନା ହୋଇପାରୁ ନ ଥିଲା। ଏହାକୁ ଦୃଷ୍ଟିରେରଖି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆସନ୍ତା ଅଧିବେଶନରେ ୨ଟି ମୁଲତବୀ ପ୍ରସ୍ତାବ ଆଣିବା ପାଇଁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶାସକ ଦଳର ସଦସ୍ୟମାନେ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ଆସନ୍ତା ଅଧିବେଶନରୁ ବିରୋଧୀ ଦଳ ପକ୍ଷରୁ ଦିଆଯିବାକୁ ଥିବା ୨ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ବୈଠକ ଶେଷରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।
ସୋମବାର ପୂର୍ବାହ୍ନରେ ବିଧାନସଭା ପରିସରରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ପ୍ରଥମ ଥର ପାଇଁ ସର୍ବଦଳୀୟ ବୈଠକ ଡକାଯାଇଥିଲା। ଏଥିରେ ସମସ୍ତ ରାଜନୀତିକ ଦଳର ନିର୍ବାଚିତ ପ୍ରତିନିଧିମାନେ ଯୋଗ ଦେଇଥିଲେ। ପୂର୍ବରୁ କେବେ ବିଧାନସଭା ଅଧିବେଶନ ଆରମ୍ଭ ହେବା ଆଗରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ନ ଥିଲେ। ନୂତନ ବାଚସ୍ପତି ଭାବେ ଦାୟିତ୍ୱ ନେବାପରେ ସୂର୍ଯ୍ୟନାରାୟଣ ପାତ୍ର ଏହି ନୂଆ ପରମ୍ପରା ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ, ଅଧିବେଶନକୁ କିପରି ସରସ, ସୁନ୍ଦର ଓ ଗଠନମୂଳକ କରାଯାଇପାରିବ ସେଥିପାଇଁ ସର୍ବଦଳୀୟ ବୈଠକ ଡକାଯାଇଛି। ବିରୋଧୀଦଳମାନେ ଗୃହକାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବାଚସ୍ପତି ବିରୋଧୀ ଦଳ ସଦସ୍ୟଙ୍କୁ ଗୃହରେ ନିଜର ମତାମତ ରଖିବା ପାଇଁ ନିରପେକ୍ଷ ଭାବେ ସୁଯୋଗ ଦେବାକୁ ଆଶା କରୁଛନ୍ତି ବୋଲି ନରସିଂହ କହିଛନ୍ତି। ଏହି ବୈଠକରେ ଶାସକ ଦଳର ୪୦ ଜଣ ପ୍ରଥମ ଥର ନିର୍ବାଚିତ ହୋଇଥିବା ବିଧାୟକଙ୍କ ସମେତ ପ୍ରାୟ ୬୦ ଜଣ ନବନିର୍ବାଚିତ ସଦସ୍ୟ ଷୋଡ଼ଶ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେମାନଙ୍କୁ ଗୃହ କାର୍ଯ୍ୟବିଧି ଓ ପରିଚାଳନା ସମ୍ପର୍କିତ ଏକ ଓରିଏଣ୍ଟେଶନ କାର୍ଯ୍ୟକ୍ରମ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ପ୍ରତ୍ୟେକ ସାଧାରଣ ନିର୍ବାଚନ ପରେ ନବନିର୍ବାଚିତ ବିଧାୟକମାନଙ୍କୁ ବିଧାନସଭାର କାର୍ଯ୍ୟବିଧି ସମ୍ପର୍କରେ ଅବଗତ କରାଇବା ପାଇଁ ଏକ କର୍ମଶାଳାର ଆୟୋଜନ କରାଯାଇଥାଏ। ଏହି କାର୍ଯ୍ୟକ୍ରମ ଲୋକ ସଭା ପକ୍ଷରୁ ଆୟୋଜିତ ହୋଇଥାଏ। ତେବେ ନବନିର୍ବାଚିତ ବିଧାୟକଙ୍କୁ ପ୍ରଶିକ୍ଷଣ ଦେବା ଲାଗି ଜୁଲାଇ ୩ ତାରିଖରେ ଓଡ଼ିଶା ବିଧାନସଭା ପକ୍ଷରୁ ଏକ କର୍ମଶାଳାର ଆୟୋଜନ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri