ଅଚଳ ପମ୍ପ ବଢ଼ାଉଛି ସଙ୍କଟ: ଜଳ ପାଇଁ ଡହଳବିକଳ

ବଇଣ୍ଡା,୧୭।୪(ଡି.ଏନ.ଏ.)- ଗ୍ରାମାଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ବହୁ ପ୍ରକଳ୍ପ ଅଚଳ ହୋଇପଡ଼ିଥିଲେ ବି ସେଗୁଡ଼ିକର ମରାମତି କରାଯାଉ ନାହିଁ। ବର୍ତ୍ତମାନ ଗ୍ରୀଷ୍ମଋତୁରେ ଅଧିକ ଜଳର ଆବଶ୍ୟକତା ଥିବାବେଳେ ଏପରି ଅଚଳ ପ୍ରକଳ୍ପ ଲୋକଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି। ସେମାନେ ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି। ଆଠମଲ୍ଲିକ ବ୍ଲକ ଆମ୍ବଶରମୁଣ୍ଡା ପଞ୍ଚାୟତ ତାଳମଳିହା ଗ୍ରାମରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଏଠାକାର ପ୍ରକଳ୍ପରେ ଲାଗିଥିବା ପମ୍ପ ଅଚଳ ହୋଇଯାଇଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାକୁ ମରାମତି କରାଯାଉ ନ ଥିବା ଯୋଗୁ  ଏକ ସପ୍ତାହରୁ ଊର୍ଦ୍ଧ୍ୱ ହେବ ଜଳ ଯୋଗାଣ ବନ୍ଦ ରହିଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୨୦୦୭ରେ ତାଳମଳିହାଠାରେ ସରକାରଙ୍କ ପକ୍ଷରୁ ୭ ଲକ୍ଷ ଟଙ୍କା ବ୍ୟୟରେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇ ୨ଶହ ପରିବାରକୁ ପାଣି ଯୋଗାଇ ଦିଆଯାଉଥିଲା। ହେଲେ ଅତି ନିମ୍ନମାନର ଯନ୍ତ୍ରାଂଶ ଯୋଗୁ ପ୍ରକଳ୍ପଟି ବାରମ୍ବାର ଅଚଳ ହୋଇପଡ଼ୁଛି। ପୂର୍ବରୁ ୨ ଥର ପମ୍ପ ଅଚଳ ହୋଇଯାଇଥିବାରୁ ଏକ ନୂତନ ପମ୍ପ ଲଗାଇବା ପାଇଁ ଗ୍ରାମବାସୀ ବହୁବାର ଆଠମଲ୍ଲିକ ଜଳ ଯୋଗାଣ ବିଭାଗରେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମରେ ୨ଟି ନଳକୂପ ଥିଲେ ବି ଜଳସ୍ତର ହ୍ରାସ କାରଣରୁ ପର୍ଯ୍ୟାପ୍ତ ପାଣି ମିଳିପାରୁ ନାହିଁ। ବାଧ୍ୟ ହୋଇ ଲୋକେ ଅଧ କିମି ଦୂରରେ ଥିବା ଏକ ଖୋଲା କୂଅରୁ ପାଣି ଆଣି ବ୍ୟବହାର କରୁଛନ୍ତି। ତୁରନ୍ତ ଏକ ନୂତନ ପମ୍ପ ଲଗାଇ ଜଳ ଯୋଗାଣ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଗୋଲଖ ଚନ୍ଦ୍ର ସାହୁ, କ୍ଷୀରୋଦ ସାହୁ, ତ୍ରିଲୋଚନ ପ୍ରଧାନ, ସୁରେଶ ପ୍ରଧାନ, ସପ୍ନେଶ୍ୱର ସାହୁ, କୀର୍ତ୍ତନ ମାଝି, ତ୍ରିଲୋଚନ ପ୍ରଧାନ ପ୍ରମୁଖ ଚେତାବୀନୀ ଦେଇଛନ୍ତି। ଏ ନେଇ ଆମ୍ବଶରମୁଣ୍ଡା ସରପଞ୍ଚ ମହେଶ୍ୱର ଦେହୁରି କହିଛନ୍ତି, ପମ୍ପ ଅଚଳ ଯୋଗୁ ଜଳ ଯୋଗାଣ ବନ୍ଦ ରହିଛି। ପାଣି ପାଇଁ ଲୋକେ ବହୁ ହୀନସ୍ତା ହେଉଥିବାରୁ  ଯଥାଶୀଘ୍ର ଏକ ନୂତନ ପମ୍ପ ଲଗାଇବା ପାଇଁ ଆଠମଲ୍ଲିକ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରାଯାଇଛି। କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ବେହେରା କହିଛନ୍ତି, କର୍ମଚାରୀ ଅଭାବ ଯୋଗୁ ମରାମତି କାର୍ଯ୍ୟ ହୋଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

କ୍ରିକେଟ ଖେଳୁଥିବା ବେଳେ ଯୁବକଙ୍କ ଉପରେ ହେଲା ବଜ୍ରପାତ: ଟଳିପଡ଼ିଲେ…

ମୋହନା,୧୬।୫(ମନ୍ମଥ ମିଶ୍ର ):  ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତ ଶୁଲୁବା ଗାଁ ରେ ଅଘଟଣ ଘଟିଛି।  ଗାଁ ନିକଟସ୍ଥ ଏକ ପଡିଆରେ ବୟନ୍ତ…

ଏପ୍ରିଲ ୩୦ ସନ୍ଧ୍ୟାରୁ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ: ୨ ମାସ ଠପ୍‌ ପଡିବ…

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ୩୦ ତାରିଖ ସନ୍ଧ୍ୟା ୫ଟାରୁ ବରଗଡ଼ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ ରହିବ। ସେହିପରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ବିତ କରିବା…

ଡେପୁଟେସନ ନୁହେଁ, ସ୍ଥାୟୀ ଶିକ୍ଷକ ଦରକାର: ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୧୬।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ବିରିକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ସୃଷ୍ଟି ହୋଇଥିବା…

କୁମାର ପୂର୍ଣ୍ଣିମା, ଗଜଲକ୍ଷ୍ମୀ ପୂଜା ତାରିଖକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୫ା୧୦: ଓଡ଼ିଶାରେ ପାରମ୍ପରିକ ଭାବେ ଗୋଟିଏ ଦିନରେ ପାଳନ କରାଯାଉଥିବା କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜାର ତାରିଖକୁ ନେଇ ଚଳିତ ଦ୍ୱନ୍ଦ୍ୱ ଦେଖାଦେଇଛି। କ୍ୟାଲେଣ୍ଡରରେ ଏକ…

ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ବରଗଡ଼,୫ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜଣାଶୁଣା ରାଜନେତା, ବିରୋଧୀ ଦଳ ଉପନେତା, ରେଢ଼ାଖୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଚାରୁଶୀଳା ଆଚାର୍ଯ୍ୟ(୬୮)ଙ୍କ…

ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର: ସମସ୍ୟାର ତ୍ୱରିତ୍‌ ସମାଧାନ ନିର୍ଦ୍ଦେଶ

ସୋହେଲା,୧୯।୫(ଅଶ୍ବିନୀ ପାତ୍ର):ବରଗଡ ଜିଲା ସୋହେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ…

କବାଟ ଭାଙ୍ଗି ଘରୁ ସୁନାଗହଣା, ଟଙ୍କା ଚୋରି

ଦିଗପହଣ୍ଡି,୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଗୁଡ଼ିଆଗଳି ବାସିନ୍ଦା ସୁଦର୍ଶନ ସାହୁଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୪୦ ହଜାର ଟଙ୍କା ଏବଂ ବହୁ ପରିମାଣର ସୁନାଗହଣା ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri