ଅଚଳ ପମ୍ପ ବଢ଼ାଉଛି ସଙ୍କଟ: ଜଳ ପାଇଁ ଡହଳବିକଳ

ବଇଣ୍ଡା,୧୭।୪(ଡି.ଏନ.ଏ.)- ଗ୍ରାମାଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ବହୁ ପ୍ରକଳ୍ପ ଅଚଳ ହୋଇପଡ଼ିଥିଲେ ବି ସେଗୁଡ଼ିକର ମରାମତି କରାଯାଉ ନାହିଁ। ବର୍ତ୍ତମାନ ଗ୍ରୀଷ୍ମଋତୁରେ ଅଧିକ ଜଳର ଆବଶ୍ୟକତା ଥିବାବେଳେ ଏପରି ଅଚଳ ପ୍ରକଳ୍ପ ଲୋକଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି। ସେମାନେ ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି। ଆଠମଲ୍ଲିକ ବ୍ଲକ ଆମ୍ବଶରମୁଣ୍ଡା ପଞ୍ଚାୟତ ତାଳମଳିହା ଗ୍ରାମରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଏଠାକାର ପ୍ରକଳ୍ପରେ ଲାଗିଥିବା ପମ୍ପ ଅଚଳ ହୋଇଯାଇଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାକୁ ମରାମତି କରାଯାଉ ନ ଥିବା ଯୋଗୁ  ଏକ ସପ୍ତାହରୁ ଊର୍ଦ୍ଧ୍ୱ ହେବ ଜଳ ଯୋଗାଣ ବନ୍ଦ ରହିଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୨୦୦୭ରେ ତାଳମଳିହାଠାରେ ସରକାରଙ୍କ ପକ୍ଷରୁ ୭ ଲକ୍ଷ ଟଙ୍କା ବ୍ୟୟରେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇ ୨ଶହ ପରିବାରକୁ ପାଣି ଯୋଗାଇ ଦିଆଯାଉଥିଲା। ହେଲେ ଅତି ନିମ୍ନମାନର ଯନ୍ତ୍ରାଂଶ ଯୋଗୁ ପ୍ରକଳ୍ପଟି ବାରମ୍ବାର ଅଚଳ ହୋଇପଡ଼ୁଛି। ପୂର୍ବରୁ ୨ ଥର ପମ୍ପ ଅଚଳ ହୋଇଯାଇଥିବାରୁ ଏକ ନୂତନ ପମ୍ପ ଲଗାଇବା ପାଇଁ ଗ୍ରାମବାସୀ ବହୁବାର ଆଠମଲ୍ଲିକ ଜଳ ଯୋଗାଣ ବିଭାଗରେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମରେ ୨ଟି ନଳକୂପ ଥିଲେ ବି ଜଳସ୍ତର ହ୍ରାସ କାରଣରୁ ପର୍ଯ୍ୟାପ୍ତ ପାଣି ମିଳିପାରୁ ନାହିଁ। ବାଧ୍ୟ ହୋଇ ଲୋକେ ଅଧ କିମି ଦୂରରେ ଥିବା ଏକ ଖୋଲା କୂଅରୁ ପାଣି ଆଣି ବ୍ୟବହାର କରୁଛନ୍ତି। ତୁରନ୍ତ ଏକ ନୂତନ ପମ୍ପ ଲଗାଇ ଜଳ ଯୋଗାଣ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଗୋଲଖ ଚନ୍ଦ୍ର ସାହୁ, କ୍ଷୀରୋଦ ସାହୁ, ତ୍ରିଲୋଚନ ପ୍ରଧାନ, ସୁରେଶ ପ୍ରଧାନ, ସପ୍ନେଶ୍ୱର ସାହୁ, କୀର୍ତ୍ତନ ମାଝି, ତ୍ରିଲୋଚନ ପ୍ରଧାନ ପ୍ରମୁଖ ଚେତାବୀନୀ ଦେଇଛନ୍ତି। ଏ ନେଇ ଆମ୍ବଶରମୁଣ୍ଡା ସରପଞ୍ଚ ମହେଶ୍ୱର ଦେହୁରି କହିଛନ୍ତି, ପମ୍ପ ଅଚଳ ଯୋଗୁ ଜଳ ଯୋଗାଣ ବନ୍ଦ ରହିଛି। ପାଣି ପାଇଁ ଲୋକେ ବହୁ ହୀନସ୍ତା ହେଉଥିବାରୁ  ଯଥାଶୀଘ୍ର ଏକ ନୂତନ ପମ୍ପ ଲଗାଇବା ପାଇଁ ଆଠମଲ୍ଲିକ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରାଯାଇଛି। କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ବେହେରା କହିଛନ୍ତି, କର୍ମଚାରୀ ଅଭାବ ଯୋଗୁ ମରାମତି କାର୍ଯ୍ୟ ହୋଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ପରୀକ୍ଷା ହଲ୍‌ରେ କପି ଦେଲେ ମହିଳା ହୋମଗାର୍ଡ, ସହଯୋଗ କରି ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

କଟକ,୨୬ା୨ (କାର୍ତ୍ତିକ ସାହୁ): ମାଟ୍ରିକ ପରୀକ୍ଷା ହଲ୍‌ରେ ଦାୟିତ୍ୱ ଠିକ ଭାବେ ତୁଲାଇ ନ ଥିବାରୁ ନରସିଂହପୁର ବ୍ଲକ ଅନ୍ତର୍ଗତ ପତଣ୍ଡାସ୍ଥିତ ଶଙ୍କର୍ଷଣ ବିଦ୍ୟାପୀଠର ଶିକ୍ଷୟିତ୍ରୀ...

ମାଟି ତଳେ ପୋତା ଛୁଆକୁ ଜଗିଛି ମା’ ହାତୀ

ଯୋଡ଼ା(ମାନସ ମହାନ୍ତି)/କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ),୬ା୨:ଜଙ୍ଗଲରୁ ଜନପଦ, ସ୍ନେହରେ ବନ୍ଧା ଏ ଜଗତ। ମଣିଷ ହେଉ ବା ବନ୍ୟପ୍ରାଣୀ ନିଜ ସନ୍ତାନ ପ୍ରତି ସ୍ନେହ ସମସ୍ତଙ୍କର ରହିଛି।...

ମାଲିକାନା ପରିବର୍ତ୍ତନକୁ ନେଇ ବ୍ୟବସାୟୀଙ୍କ ଗଳା କାଟିଦେଲେ ଅଭିଯୁକ୍ତ

ଉଦଳା,୨୫ା୧୧(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ସମୀବୃକ୍ଷ ପର୍ଯ୍ୟଟନସ୍ଥଳୀ ନିକଟରେ ବ୍ୟବସାୟୀ ଚିତ୍ତରଞ୍ଜନ ବେହେରାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ।...

ବାଣ ଫୁଟାଇ ପାପୁଲି ହରାଇଲେ ୨: ୯ ଆହତ

ଭଦ୍ରକ/ତିହିଡ଼ି,୧୩ା୧୧(ସନାତନ ରାଉତ/ସଞ୍ଜିତ ବଳ)-ଦୀପାବଳିରେ ବାଣ ଫୁଟାଇବା ବେଳେ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ବିସ୍ଫୋରଣରେ ୨ଜଣ ପାପୁଲି ହରାଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି। ସେହିପରି...

୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ବିଗିଡ଼ିପାରେ ପୂଜା ମାହୋଲ!

ଭୁବନେଶ୍ୱର, ୧୭।୧୦: ଚଳିତ ସପ୍ତାହ ଶେଷ ଆଡକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ...

ପାଟପୁର ପୋଲିସ ବିରୋଧରେ ଏସ୍‌ପିଙ୍କୁ ଫେରାଦ

ଛତ୍ରପୁର,୮ା୭(ସନ୍ତୋଷ ପାଢ଼ୀ): ପାଟପୁର ଥାନା ପୋଲିସର ମନମୁଖୀ କାର୍ଯ୍ୟ ବିରୋଧରେ ଗଞ୍ଜାମ ଏସ୍‌ପିଙ୍କ ନିକଟରେ ଯୁବକମାନେ ଫେରାଦ ହୋଇଛନ୍ତି । ପାଟପୁର ଥାନା ପୋଲିସ କିଛି...

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଆରମ୍ଭ ହେଲା ଜଳ ଯୋଗାଣ: ୪୨୯ଟି ଗାଁର ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷଜମି ହେବ ଜଳ ସେଚିତ

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି । ହେଲେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷୀମାନେ ପାଣି ପାଇଁ ହନ୍ତସନ୍ତ ହେଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri