ଅଗ୍ନିଶମ ଗାଡ଼ିରେ ଜନ୍ମ ନେଲା ଶିଶୁକନ୍ୟା

ମହାକାଳପଡ଼ା,୨୧।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ବାତ୍ୟା ଅମ୍ଫନ୍‌ ସମୟରେ ବୁଧବାର ଅଗ୍ନିଶମ ବିଭାଗ ଗାଡ଼ିରେ ଏକ ଶିଶୁକନ୍ୟା ଜନ୍ମ ହୋଇଛି। ବାତ୍ୟା ପବନ ଚାଲିଥିବା ସମୟରେ ବ୍ଲକ ଅନ୍ତର୍ଗତ ଜହ୍ନରା ଗଁାର ଜାନକୀ ସେଠୀ(୨୦)ଙ୍କ ପ୍ରସବଜନିତ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ମାତ୍ର ବାଟରେ ଗଛ ପଡ଼ିଥିବାରୁ ଆମ୍ବୁଲାନ୍ସ ଆସିପାରି ନ ଥିଲା। ଏନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗରେ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ରାସ୍ତାରେ ପଡ଼ିିଥିବା ୨୨ଟି ଗଛ କାଟି ଜାନକୀଙ୍କ ପାଖରେ ପହଞ୍ଚତ୍ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ନେବା ବାଟରେ ତାଙ୍କର ଏକ ଶିଶୁକନ୍ୟା ଜନ୍ମ ନେଇଥିଲା। ଏହାପରେ କର୍ମଚାରୀମାନେ ଅତି ସତର୍କତାର ସହ ଉଭୟଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ। ଏବେ ଉଭୟ ମା’ଓ ନବଜାତ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି। ଅଗ୍ନିଶମ ବିଭାଗର ଏପରି ଉତ୍ସଗୀକୃତ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧୁବାଦ ଜଣାଇବା ସହ ନବଜାତ ଶିଶୁର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଇତିହାସ: ପ୍ରଥମ ଥର ପାଇଁ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦେଖି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): ଭବାନୀପାଟଣା ସହରରେ ପ୍ରଥମ ଥର ପାଇଁ ନନ୍ଦିଘୋଷ ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏହି…

ସୁନାବେଶରେ ଝଲସିଲେ ମହାପ୍ରଭୁ, ଭାବବିହ୍ବଳ ହେଲେ ଭକ୍ତ

ଛତ୍ରପୁର, ୨୫ା୭ (ଦିଲ୍ଲୀପ ସାମଲ): ପବିତ୍ର ସୁନାବେଶର ଦିବ୍ୟ ରୂପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଝଲସିଛନ୍ତି। ଛତ୍ରପୁର ତାଡେପଲ୍ଲୀ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥ ଉପରେ…

ସୁନା ବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼, ଭୁବନେଶ୍ୱର-ପୁରୀ ରାସ୍ତା ଜାମ୍‌

ଭୁବନେଶ୍ୱର,୨୫।୭: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି। ତିନିରଥରେ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ ମହଣ ସୁନାରେ ସଜେଇ ହୋଇ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ସୁନାବେଶ ଦର୍ଶନ…

ଦିଗପହଣ୍ଡିରେ ବାହୁଡ଼ା ଯାତ୍ରାର ଦିନକ ପରେ ଟଣା ହେଲା ରଥ, ସହସ୍ରାଧିକ ଭକ୍ତଙ୍କ ସମାଗମ

ଦିଗପହଣ୍ଡି,୨୫ା୭(ଅଶେଷ ନାଥ ମିଶ୍ର): ପୂର୍ବ ପ୍ରଚଳିତ ପରମ୍ପରା ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିରେ ବାହୁଡ଼ା ଯାତ୍ରାର ଦିନକ ପରେ ଅର୍ଥାତ୍ ଆଷାଢ଼ ଶୁକ୍ଳ ହରିଶୟନ ଏକାଦଶୀ ତିଥିରେ…

ବଡ଼ ଖବର: ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ପ୍ରହଲାଦ ଜୋଶୀଙ୍କୁ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ,୨୫।୭: ବଡ଼ ଘୋଷଣା। ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ନୂଆ ଶିକ୍ଷାମନ୍ତ୍ରୀ ଘୋଷଣା କରାଯାଇଛି। କ୍ୟାବିନେଟ ମନ୍ତ୍ରୀ ପ୍ରହଲାଦ ଜୋଶୀଙ୍କୁ ତାଙ୍କର ବର୍ତ୍ତମାନର ବିଭାଗ ସହିତ ଶିକ୍ଷା…

ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ୩ୟ ଶ୍ରେଣୀ ଛାତ୍ରୀଙ୍କ ଜୀବନ

ଦିଗପହଣ୍ଡି,୨୫ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମେଘଝୋଳି ଗ୍ରାମରେ ଶନିବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ଅଘଟଣ ଘଟିଛି। ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର…

ବଙ୍ଗୋପସାଗରରେ ଲଘୁଚାପ: ମତ୍ସ୍ୟଜୀବୀଙ୍କୁ ୩ ଦିନ ସମୁଦ୍ର ପ୍ରବେଶ ମନା, ଚିନ୍ତାରେ…

ଛତ୍ରପୁର,୨୫ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବ୍ୟାପକ ବର୍ଷା ଏବଂ ପବନ ବୃଦ୍ଧି ପାଇବାର ପୂର୍ବାନୁମାନ କରାଯାଇଛି। ଭାରତୀୟ…

ହୋଟେଲ୍‌ରେ ଚଢ଼ାଉ: ୧୧.୧୬୫ କିଲୋଗ୍ରାମ ଚନ୍ଦନକାଠ ଜବତ, ଜଣେ ଗିରଫ

କେନ୍ଦୁଝର,୨୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନ ବିଭାଗ ପକ୍ଷରୁ ଶନିବାର ଦିନ ଏକ ବଡ଼ଧରଣର ଚଢ଼ାଉ କରାଯାଇ ଧଳା ଚନ୍ଦନ କାଠ ଚୋରା ଚାଲାଣ ଅଭିଯୋଗରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri