Posted inଫୁରସତ

ଅଗଷ୍ଟ ୧୫: ସ୍ବାଧୀନତାର ସ୍ବାଦ ବାରିଥିଲେ ୬ ଦେଶ

ସ୍ବାଧୀନତା ମଣିଷର ଜନ୍ମସିଦ୍ଧ ଅଧିକାର। ପରାଧୀନତାର ଅଭିଶପ୍ତ ଜୀବନ ଜିଉଁଥିବା ଲୋକଟିଏ ହିଁ ବୁଝିପାରେ ଏହାର ପ୍ରକୃତ ମୂଲ୍ୟ କେତେ। ପରାଧୀନତା ବେଡିରେ ଅଣନିଃଶ୍ୱାସୀ ହୋଇପଡ଼ିଥିବା ମଣିଷ ଯେତେବେଳେ ସ୍ବାଧୀନତା ଦାବି କରେ, ସେତେବେଳେ ଆରମ୍ଭ ହୁଏ ସଂଗ୍ରାମ। ମୁକ୍ତିର ଆନନ୍ଦ ପାଇଁ ବଳିଦାନ ଦେବାକୁ ପଛାଏ ନାହିଁ ସେ। ସ୍ବାଧୀନତା ସଂଗ୍ରାମର ଲହୁଲୁହର ଇତିହାସ ହିଁ ଏମିତି। ୨୦୦ ବର୍ଷର ବ୍ରିଟିଶ ଶାସନର ଶୃଙ୍ଖଳ ଛିଣ୍ଡାଇବାକୁ ଭାରତବାସୀଙ୍କୁ ଲାଗିଯାଇଥିଲା ଅନେକ ବର୍ଷ। ଭାରତ ସ୍ବାଧୀନ ହୋଇଛି। ୨୦୨୦ ଅଗଷ୍ଟ ୧୫ରେ ଦେଶବାସୀ ପାଳୁଛନ୍ତି ୭୪ତମ ସ୍ବାଧୀନତା ଦିବସ। ହେଲେ କେବଳ ଭାରତ ନୁହେଁ, ଅନ୍ୟ ୫ ଦେଶ ମଧ୍ୟ ଏହି ଦିନ ବାରିଥିଲେ ସ୍ବାଧୀନତାର ସ୍ବାଦ।

ଦକ୍ଷିଣ କୋରିଆ: ୧୯୪୫ ଅଗଷ୍ଟ ୧୫ରେ ଜାପାନଠାରୁ ସ୍ବାଧୀନତା ହାସଲ କରିଥିଲା ଦକ୍ଷିଣ କୋରିଆ। ଏହାପଛରେ ପ୍ରମୁଖ ଭୂମିକା ନିଭାଇଥିଲେ ଆମେରିକା ଏବଂ ରୁଷିଆ। ଏହି ଦିବସକୁ ଦକ୍ଷିଣ କୋରିଆବାସୀ ଛୁଟିଦିନ ଭାବେ ପାଳନ କରିଥାନ୍ତି। ଏହି ଅବସରରେ ନୃତ୍ୟସଙ୍ଗୀତର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ।

ଉତ୍ତର କୋରିଆ: ଜାପାନ ଶାସନାଧୀନ ଉତ୍ତର କୋରିଆ ମଧ୍ୟ ଅଗଷ୍ଟ ୧୫ରେ ପାଳିଥାଏ ସ୍ବାଧୀନତା ଦିବସ। ଏହି ଦିନକୁ ଉତ୍ତର କୋରିଆର ଜନସାଧାରଣ ଜାତୀୟତା ଦିବସ ଭାବେ ପାଳନ କରିଥାନ୍ତି। ଦେଶର ସ୍ବାଧୀନତା ଦିବସକୁ ସ୍ମରଣୀୟ କରିବାକୁ ଏହି ଦିନ ଅନେକେ ବିବାହ ବନ୍ଧନରେ ଆବଦ୍ଧ ହେବା ପରମ୍ପରା ପ୍ରଚଳିତ।

ବାହାରିନ୍‌: ୧୯୭୧ ଅଗଷ୍ଟ ୧୫ରେ ବିଟିଶ ଶାସନରୁ ନିଜକୁ ମୁକ୍ତ ଘୋଷଣା କରିଥିଲା ଆରବୀୟ ଦେଶ ବାହାରିନ୍‌। ଯଦିଓ ଏଠାରୁ ୧୯୬୦ ପରବର୍ତ୍ତୀ ସମୟରୁ ହିଁ ବ୍ରିଟିଶ ସେନା ବାହିନୀର ଅପସାରଣ ଆରମ୍ଭ ହୋଇଯାଇଥିଲା ତଥାପି ଅଗଷ୍ଟ ୧୫ରେ ହିଁ ବ୍ରିଟେନ ଏବଂ ବାହାରିନ୍‌ ମଧ୍ୟରେ ସ୍ବାଧୀନତାର ଚୁକ୍ତ ହୋଇଥିଲା। ତେବେ ବାହାରିନ୍‌ ନିଜର ନ୍ୟାଶନାଲ ହଲିଡେ’ ଅଗଷ୍ଟ ୧୬ରେ ପାଳନ କରେ। ଏହି ଦିନ ବାହାରିନ୍‌ ଶାସକ ଇସା ବିନ୍‌ ସଲମାନ ଅଲ୍‌ ଖଲିଫାଙ୍କୁ ଶାସନ ଗାଦି ମିଳିଥିଲା।

କଙ୍ଗୋ: ୧୮୮୦ରୁ ଫ୍ରାନ୍ସ ଅଧୀନ ହୋଇ ରହିଥିଲା ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋ। କଙ୍ଗୋବସୀଙ୍କ ଦାବି ଆଗରେ ଶେଷରେ ଫ୍ରାନ୍ସକୁ ମଥାନତ କରିବାକୁ ପଡ଼ିଥିଲା। ଦୀର୍ଘଦିନର ସଂଗ୍ରାମ ପରେ ୧୯୬୦ ଅଗଷ୍ଟ ୧୫ରେ କଙ୍ଗୋକୁ ମିଳିଥିଲା ସ୍ବାଧୀନତା। ଏଥିପୂର୍ବରୁ ଏହି ଦେଶ ‘ଫ୍ରାନ୍ସ କଙ୍ଗୋ’ ନାମରେ ପରିଚିତ ଥିଲା। ୧୯୦୩ରେ ଏହାକୁ ‘ମିଡିଲ କଙ୍ଗୋ’ ଏବଂ ସ୍ବାଧୀନତା ହାସଲ କରିବା ପରେ ଏହାର ନାମ ରଖାଯାଇଥିଲା ‘ରିପବ୍ଲିକ୍‌ ଅଫ୍‌ କଙ୍ଗୋ’।

ଲିକ୍‌ଟେନଷ୍ଟାଇନ୍‌: ପୃଥିବୀର କ୍ଷୁଦ୍ର ରାଷ୍ଟ୍ରମାନଙ୍କ ମଧ୍ୟରେ ଲିକ୍‌ଟେନଷ୍ଟାଇନ୍‌ ଅନ୍ୟତମ। ଏହି ଦେଶ ୧୮୬୬ ଅଗଷ୍ଟ ୧୫ରେ ଜର୍ମାନୀଠାରୁ ସ୍ବାଧୀନତା ହାସଲ କରିଥିଲା। ତେବେ ୧୯୪୦ ଅଗଷ୍ଟ ୧୫ରୁ ଲିକ୍‌ଟେନଷ୍ଟାଇନ୍‌ ସ୍ବାଧୀନତା ଦିବସ ପାଳନ କରି ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri