୯ ଜିଲାକୁ ବ୍ୟାପିଛି କରୋନା

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ରାଜ୍ୟରେ ଏବେ ୯ ଜିଲାକୁ କରୋନା ଭୂତାଣୁ ‘କୋଭିଡ୍‌-୧୯’ ଡେଇଁଲାଣି। ରବିବାର ସନ୍ଧ୍ୟାସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖା ୫୪ଜଣ ରହିଥିବାବେଳେ ଏମାନଙ୍କ ଘର ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର, କେନ୍ଦ୍ରାପଡ଼ା, କଳାହାଣ୍ଡି, ଭଦ୍ରକ, ଢେଙ୍କାନାଳ ଓ ସୁନ୍ଦରଗଡ଼ରେ। ତେବେ ର୍ଖୋଦ୍ଧା ଜିଲାରେ ସର୍ବାଧିକ ୪୧ଜଣ ଆକ୍ରାନ୍ତ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୭ଜଣ ସୁସ୍ଥ ହୋଇଥିବାବେଳେ ୩୪ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ଭଦ୍ରକରେ ୩ଜଣ ଆକ୍ରାନ୍ତ ରହିଥିବାବେଳେ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କଟକ, ପୁରୀ ଓ ଯାଜପୁରରେ ଜଣେ ଲେଖାଏ ଆକ୍ରାନ୍ତ ଥିଲେ। ସେମାନେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁନ୍ଦରଗଡ଼ରେ ୨, କଳାହାଣ୍ଡିରେ ୨, କେନ୍ଦ୍ରାପଡ଼ାରେ ୨ ଓ ଢେଙ୍କାନାଳରେ ଜଣେ ଆକ୍ରାନ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରେ କଟକ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କଳାହାଣ୍ଡି ଜିଲାର ପ୍ରଥମ ଆକ୍ରାନ୍ତଙ୍କ ନମୁନା ନେଗେଟିଭ୍‌ ବାହାରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରବିବାର ରାତିରେ ଟୁଇଟ୍‌ ଜରିଆରେ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୫ପ୍ରତିଶତ ମହିଳା ରହିଥିବାବେଳେ ୬୫ପ୍ରତିଶତ ପୁରୁଷ ଅଛନ୍ତି। ଅର୍ଥାତ୍‌ ମହିଳା ୧୯ଜଣ ଓ ୩୫ଜଣ ପୁରୁଷ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଅପରାଧ ରୋକିବାକୁ ନୂଆ ପ୍ରସ୍ତୁତି: କମିଶନରେଟ ପୋଲିସରେ ହେବ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌

ଭୁବନେଶ୍ୱର,୨୪ା୯(ବ୍ୟୁରୋ): ଡ୍ରଗ୍ସ ମାଫିଆ, ଜମି ମାଫିଆ, ବନ୍ଧୁକ ବେପାରୀ ଓ ସଂଗଠିତ ଅପରାଧୀ ସାବାଡ଼ ହେବେ। ବଡ଼ ଅପରାଧ ରୋକିବା ସହ ସମ୍ପୃକ୍ତ ଅପରାଧୀଙ୍କୁ ଧରିବା...

ଫେକ୍‌ ଆପ୍‌, ଫ୍ରି ଓ୍ବାଇଫାଇ ପ୍ରତି ସାବଧାନ: ଅପରାଧୀଙ୍କ ଟାର୍ଗେଟରେ ମହିଳା, ଛାତ୍ର ଓ ବୟସ୍କ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଆପଣ ସ୍ପାର୍ଟ ଫୋନ୍‌ ବ୍ୟବହାର କରୁଛନ୍ତି କି? ସତର୍କ ନ ହେଲେ ନିମିଷକରେ ସାଇବର ଅପରାଧୀମାନେ ଆପଣଙ୍କ ମୋବାଇଲ୍‌ରୁ ତଥ୍ୟ ଚୋରିକରି ଟଙ୍କା ଲୁଟିନେବେ।...

ଫିଲ୍ମ ରିପୋର୍ଟର ପରିଚୟ ଦେଇ ଅଭିନେତ୍ରୀଙ୍କୁ ହଇରାଣ: ଯୁବକଙ୍କୁ ନୋଟିସ ଦେଇ ଛାଡ଼ିଲା ପୋଲିସ

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ଓଲିଉଡ୍‌ର ଜଣେ ଜଣାଶୁଣା ଅଭିନେତ୍ରୀଙ୍କୁ ସୋସିଆଲ ମିଡ଼ିଆରେ ହଇରାଣ କରିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଥାନାରେ ଅଟକ ରଖିଥିଲା। ତେବେ ଯୁବକ...

ଲାଞ୍ଚ ମାଗି ଗିରଫ ହେଲେ ଥାନା ଅଧିକାରୀ

ଭୁବନେଶ୍ୱର,୭।୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ଦ୍ୱାରା ‘ମୋ ସରକାର’ କାର୍ଯ୍ୟକ୍ରମ ଜାରି ରହିଛି। ଓଡ଼ିଶାରେ ପୋଲିସ ବ୍ୟବସ୍ଥାକୁ ପୂର୍ବାପେକ୍ଷା ଅଧିକ ଲୋକାଭିମୁଖୀ କରିବାକୁ ଏହି ପ୍ରୟାସ କରାଯାଇଛି।...

ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ ସାମାଜିକ ଦୂରତା ପାଇଁ ପଦକ୍ଷେପ

ସମ୍ବଲପୁର,୨୬।୩(ବ୍ୟୁରୋ): କରୋନା ମୁକାବିଲା ନେଇ ସମ୍ବଲପୁର ମହାନଗର ନିଗମ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଗୁରୁବାର ସକାଳେ ପନିପରିବା ବଜାର ଯେମିତି...

ରାଜ୍ୟରେ ୨୩ ଶହ କି.ମି. କେନାଲ ରାସ୍ତା ନିର୍ମାଣ ହେବ: ଖର୍ଚ୍ଚ ହେବ ୯ଶହ କୋଟି

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ଆର୍‌ସିଆର୍‌ ପ୍ରୋଜେକ୍ଟ ଅଧୀନରେ ରାଜ୍ୟରେ ୨୩ଶହ କିମି କେନାଲ ରାସ୍ତା ନିର୍ମାଣ ହେବ। ଏଥିପାଇଁ ୯ଶହ କୋଟି ଟଙ୍କା ଖର୍ଚ୍ଚ ହେବ। କ୍ୟାବିନେଟ ଅନୁମୋଦନ...

ମାଗଣା କରୋନା ଟେଷ୍ଟ କରିବାକୁ ନେଇ ଆସୁଛି କି ମେସେଜ୍‌.. ହୋଇଯାଆନ୍ତୁ ସାବଧାନ..

ନୂଆଦିଲ୍ଲୀ,୪।୮: ମହାମାରୀ କରୋନା ସଙ୍କଟ ସମୟରେ ବ୍ୟାଙ୍କ ଠକେଇର ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସମୟରେ ଠକମାନେ ଏକ ନୂଆ ଉପାୟ...

ଖାଁ ଖାଁ ବ୍ରହ୍ମପୁର: ଘରୁ ବାହାରୁନାହାନ୍ତି ଲୋକେ

ବ୍ରହ୍ମପୁର ଅଫିସ,୨୭।୬- ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବନ୍ଦ ହେବାର ନା ନେଉନାହିଁ। ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *