୮ ଶିଳ୍ପୀଙ୍କୁ ପୁରସ୍କୃତ କଲେ ରାଜ୍ୟପାଳ

ଭୁବନେଶ୍ୱର,୧୪।୩ (ବ୍ୟୁରୋ): ବୁଦ୍ଧ ଆର୍ଟ ଗ୍ୟାଲେରିରେ ହେବାକୁ ଥିବା ଓଡ଼ିଶା ଲଳିତ କଳା ଏକାଡେମୀର ୩୮ତମ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ ଉତ୍ସବକୁ ବାତିଲ କରାଯାଇ ରାଜଭବନରେ କରାଯାଇଛି। କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ରାଜଭବନରେ ନିରାଡମ୍ବର ଭାବେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ୍‌ ୮ଜଣ ଶିଳ୍ପୀଙ୍କୁ ପୁରସ୍କୃତ କରିଥିଲେ। ସେମାନେ ହେଲେ ଭାସ୍କର୍ଯ୍ୟ କଳାରେ ବରୁଣ ବେହେରା, ବିଶ୍ୱଜିତା ମହାରଣା, ଚିତ୍ରକଳାରେ ହୃଷୀକେଶ ବିଶ୍ୱାଳ, ଜ୍ୟୋତି ପ୍ରକାଶ ପ୍ରଧାନ, ଭାସ୍କର୍ଯ୍ୟ କଳାରେ ମାୟାଧର ସାହୁ, ମୁଦ୍ରଣ କଳାରେ ନୀର ଜାନି, ପାରମ୍ପରିକ କଳା ପାଇଁ ନିରଞ୍ଜନ ମହାପାତ୍ର ଏବଂ ଚିତ୍ରକଳା ପାଇଁ ସତ୍ୟରଞ୍ଜନ ଦାସ। ପ୍ରତ୍ୟେକଙ୍କୁ ପୁରସ୍କାର ସ୍ବରୂପ ୫୦ହଜାର ଟଙ୍କା ସହ ତାମ୍ରଫଳକ ଏବଂ ଉପଢୌକନ ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଭାଗୀୟ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଯୁଗ୍ମ ଶାସନ ସଚିବ ମନସ୍ବିନୀ ସାହୁ, ଓଡ଼ିଶା ଲଳିତ କଳା ଏକାଡେମୀ ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ, ସଭାପତି ସୁଦର୍ଶନ ପଟ୍ଟନାୟକ ଯୋଗଦେଇଥିଲେ। ଏହି ଅବସରରେ ଏକାଡେମୀ ପକ୍ଷରୁ ଆୟୋଜିତ ଚିତ୍ର ପ୍ରଦର୍ଶନୀରେ ସ୍ଥାନ ପାଇଥିବା କଳାକୃତିର ରଙ୍ଗିନ୍‌ ଚିତ୍ରପୁସ୍ତିକା ଉନ୍ମୋଚିତ ହୋଇଥିଲା। ପ୍ରଦର୍ଶନୀ ପାଇଁ ରାଜ୍ୟର ୩୬୮ଜଣ ଶିଳ୍ପୀଙ୍କଠାରୁ ୬୧୫ଟି ଚିତ୍ରକଳା ଗ୍ରହଣ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଚୟନ କମିଟି ୧୨୮ଜଣ ଶିଳ୍ପୀଙ୍କ ମୂଳ କଳାକୃତିକୁ ୨ୟ ପର୍ଯ୍ୟାୟ ପାଇଁ ମନୋନୀତ କରିଥିଲେ। ସେଥିରୁ ୧୧୦ ମୂଳ କଳାକୃତି ମଧ୍ୟରୁ ୮ଜଣ ଶିଳ୍ପୀଙ୍କୁ ବିଚାରକ ମଣ୍ଡଳୀ ସୁପାରିସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ରାଉଣ୍ଡ ଶେଷ: ପରଜଙ୍ଗରେ ଭାଜପା ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ୭ ବିଧାନସଭା ଆସନରେ ଶାନ୍ତିଶୃଙ୍ଖଳାର ସହ ଭୋଟ ଗଣତି ଜାରି ରହିଛି। ପରଜଙ୍ଗ ବିଧାନସଭା...

ଭାଷାଗତ ଶାଳୀନତାକୁ ନେଇ ଆପତ୍ତି ଉଠାଇଲେ ଅମର

ଭୁବନେଶ୍ୱର,୧୮।୨(ବ୍ୟୁରୋ): ବାଚସ୍ପତିଙ୍କ ଭାଷାଗତ ଶାଳୀନତାକୁ ନେଇ ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଆପତ୍ତି ଉଠାଇଛନ୍ତି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି...

ପଙ୍ଗପାଳ ଚିନ୍ତା: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ; ୧୦ ଦିନ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨ା୬(ବ୍ୟୁରୋ)-ପାକିସ୍ତାନରୁ ଆସିଥିବା ପଙ୍ଗପାଳ ଭାରତର ବିଭିନ୍ନ ରାଜ୍ୟରେ ଭୟଙ୍କର ଭାବେ ଫସଲକୁ ଉଜାଡିବାରେ ଲାଗିଛନ୍ତି। ରାଜସ୍ଥାନରୁ ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଦେଇ ଲକ୍ଷ ଲକ୍ଷ ପଙ୍ଗପାଳ...

ଏବେ ପସନ୍ଦ ହର୍ବାଲ ହୋଲି

ଭୁବନେଶ୍ୱର,୭ା୩(ବ୍ୟୁରୋ): ଦିନଥିଲା ପ୍ରକୃତିର ବିଭିନ୍ନ ରଙ୍ଗକୁ ବ୍ୟବହାର କରି ଲୋକେ ହୋଲି ଖେଳୁଥିଲେ। କିନ୍ତୁ କିଛିବର୍ଷ ହେଲା ହୋଲିରେ ରାସାୟନିକ ରଙ୍ଗର ବହୁଳ ବ୍ୟବହାର ହେଉଛି।...

କରେଣ୍ଟ ଲାଗି ବସ୍‌ ଦୁର୍ଘଟଣା ପ୍ରସଙ୍ଗ: ୪ ଯନ୍ତ୍ରୀ ନିଲମ୍ବିତ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ଗଞ୍ଜାମ ଜିଲା ଗୋଳନ୍ଥରା ବସ ଟ୍ରାଜେଡି ଯୋଗୁ ୧୦ ଜଣ ଆଖି ବୁଜି ସାରିଥିବା ବେଳେ ୨୨ ଜଣ ଆହତ ଏବେ ମେଡିକାଲରେ ଚିକିତ୍ସାଧୀନ...

ବଢ଼ିଲା ଖରାଛୁଟି, ୨୬ରେ ଖୋଲିବ ସ୍କୁଲ

ଭୁବନେଶ୍ୱର,୧୮।୬(ବ୍ୟୁରୋ): ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ବିଦ୍ୟାଳୟର ଖରାଛୁଟି ଅବଧିକୁ ବଢ଼ାଇଛନ୍ତି। ତଦନୁଯାୟୀ  ସ୍କୁଲଗୁଡ଼ିକ ଆସନ୍ତା ୨୫ ତାରିଖ ଯାଏଁ...

ଉଚ୍ଚଶିକ୍ଷା ବିଭାଗର କଡ଼ା ନିଷ୍ପତ୍ତି:କର୍ମଚାରୀଙ୍କୁ ଜଗିବ ବାୟୋମେଟ୍ରିକ ମେଶିିନ

ଭୁବନେଶ୍ୱର, ୨୫-୯(ବ୍ୟୁରୋ):କାର୍ଯ୍ୟରେ ଠକୁଥିବା କର୍ମଚାରୀଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ କଡ଼ା ନିଷ୍ପତ୍ତି ନେଇଛି। କର୍ମଚାରୀମାନେ ଆଉ ଅଳ୍ପ ସମୟ କାମ କରି ପଳାଇ ଯାଇପାରିବେ ନାହିଁ।...

୮ରୁ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଏଥର ‘ଫୋକସ୍‌ ଏମ୍‌ଏସ୍‌ଏମ୍‌ଇ-୨୦୨୦’

ଭୁବନେଶ୍ୱର,୭ା୧(ବ୍ୟୁରୋ): ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଫେୟାର-୨୦୨୦ ଜାନୁୟାରୀ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *