Posted inଫୁରସତ

୮୭ ବର୍ଷୀୟ କରୋନା ସଂକ୍ରମିତଙ୍କୁ ଡାକ୍ତର ଦେଖାଇଲେ ସୂର୍ଯ୍ୟାସ୍ତ ଦୃଶ୍ୟ, ଫଟୋ ଭାଇରାଲ

ବେଜିଂ,୮ା୩: ଚାଇନାର ଉହାନ ସହର କରୋନା ଭାଇରସ୍‌ରେ ଅଧିକ ପ୍ରଭାବିତ। ପ୍ରାୟ ୮୦ ହଜାର ଲୋକ ଏହି ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଉହାନ୍‌ ୟୁନି ହସ୍ପିଟାଲରେ ଏକ ଦୃଶ୍ୟ ଏବେ ସମସ୍ତଙ୍କ ହୃଦୟକୁ ଛୁଇଁଯାଇଛି। ଏହି ଦୃଶ୍ୟଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଫଟୋରେ ଜଣେ ଡାକ୍ତର ୮୭ ବର୍ଷୀୟ କରୋନା ଭାଇରସ୍‌ରେ ପୀଡ଼ିତ ଜଣେ ରୋଗୀଙ୍କୁ ହସ୍ପିଟାଲ ବାହାରେ ଶନିବାର ସୂର୍ଯ୍ୟାସ୍ତ ଦେଖାଉଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ହୃଦୟକୁ ଛୁଇଁଗଲା ପରି ଦୃଶ୍ୟ। ସେହିପରି ଆଉ ଜଣେ ଲେଖିଛନ୍ତି ‘ଆଶା କରୁଛି ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ’। କିନ୍ତୁ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ ପୀଡ଼ିତ ଜଣକ ମହିଳା କିମ୍ବା ପୁରୁଷ ବୋଲି। ଏହି ଫଟୋଟିକୁ ଜଣେ ୟୁଜର @chenchenzh ପ୍ରଥମେ ଶେୟାର କରିଥିଲେ।

ଉହାନର ଡାକ୍ତରଖାନା କର୍ମଚାରୀମାନେ କରୋନା ଭାଇରସ୍‌ ପ୍ରଭାବିତ ରୋଗୀଙ୍କୁ ସକାରାତ୍ମକ ଏବଂ ଖୁସି ରଖିବା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛନ୍ତି। ଡାକ୍ତରଖାନା ଏବଂ ଅସ୍ଥାୟୀ ଡାକ୍ତରଖାନାରେ ନୃତ୍ୟ ଏବଂ ବ୍ୟାୟାମ କ୍ଲାସ ଚାଲିଛି। ପୂର୍ବରୁ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ଲାକେ ବେଶ୍‌ ପ୍ରଶଂସା ମଧ୍ୟ କରିଥିଲେ।
ସୂଚନାଯୋଗ୍ୟ, କରୋନା ଭାଇରସ୍‌ରେ ୩୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସୂଚନା ଅନୁଯାୟୀ, କରୋନା ଭାଇରସ୍‌ ୯୦ଟି ଦେଶରେ ବ୍ୟାପିଛି। ମୋଟ୍‌ ମୃତ୍ୟୁସଂଖ୍ୟା ୩୪୮୬ରେ ପହଞ୍ଚିଥିବା ବେଳେ କେବଳ ଚାଇନାରେ ୩୦୭୩ ଜଣଙ୍କ ମୃତ୍ୟୁ ଘଟିସାରିଛି। ବାକି ଦେଶରେ ୪୧୩।


Enter your email to get our daily news in your inbox.

All Right Reserved By Dharitri.Com

ବିନା ସୁରକ୍ଷାରେ ଧରନ୍ତି ମହୁମାଛି

ମହୁମାଛି ଯାହାକୁ କାମୁଡିଛି ସେ ଜାଣିଛି ତା’ର ଯନ୍ତ୍ରଣା କିଭଳି। ସେଥିପାଇଁ ତ ମହୁଫେଣା ଭାଙ୍ଗିବାବେଳେ ଲୋକେ ସ୍ବତନ୍ତ୍ର ସୁଟ୍‌ ପିନ୍ଧିବା ସହ ହାତରେ ଗ୍ଲୋଭ୍‌ସ...

ପବନରେ କରୋନା ଭୂତାଣୁ ହରାଇ ଥାଏ ୯୦ ପ୍ରତିଶତ ସଂକ୍ରମଣ ଶକ୍ତି, ଗବେଷଣା ରିପୋର୍ଟ…

ନୂଆଦିଲ୍ଲୀ, ୧୨।୧ : କରୋନା ମହାମାରୀ ସଂକ୍ରମଣ ପୃଥିବୀରେ ବୃଦ୍ଧି ପାଉଥିବାବେଳେ ଏହାଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି...

ବ୍ଲେଡ ମଝିରେ କାହିଁକି ଥାଏ ଏକ ଖାସ୍‌ ଡିଜାଇନ୍‌

ବ୍ଲେଡ ଯେଉଁ କମ୍ପାନୀର ହେଉ ନା କାହିଁକି, ତାହା ପୃଥିବୀର ଯେଉଁଠି ବି ତିଆରି ହୋଇଥାଉ ପଛେ ତା’ର ଡିଜାଇନ୍‌ କିନ୍ତୁ ଏକାପରି ଥାଏ। ଆଉ...

ଏମିତି ରେଷ୍ଟୁରାଣ୍ଟ, ଯେଉଁଠି ଓ୍ବେଟର ଯେତେଥର ଆସିବେ ସେତେ ବିଲ୍‌ ବଢ଼ିବ

ଦୁନିଆରେ ଅନେକ ରେଷ୍ଟୁରାଣ୍ଟ ରହିଛି। ସବୁ ରେଷ୍ଟୁରାଣ୍ଟର ନୀତି ନିୟମ ଅଲଗା। କିନ୍ତୁ ଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ଓ୍ବେଟର ଯେତିକିଥର ଆପଣଙ୍କ ନିକଟକୁ...

ବୃକ୍ଷ ପ୍ରେମରେ ବନ୍ଧା ମଣିଷ

ବୃକ୍ଷ ହିଁ ଜୀବନ। ହେଲେ ଅଧୁନା ମଣିଷ ନିଜର ସ୍ବାର୍ଥ ସାଧନ ଲାଗି କାଟି ଚାଲିଛି ଶହଶହ ବର୍ଷର ପୁରୁଣା ଗଛ। ଜଙ୍ଗଲ କାଟି ପଦା...

ଜୀବନକୁ ବାଜି ଲଗାଇ ସାପକୁ ଏମିତି ଉଦ୍ଧାର କଲେ ବ୍ୟକ୍ତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ଜାଣନ୍ତି ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଆକାଶ କାହିଁକି ଦିଶିଥାଏ ଲାଲ୍‌

ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିବା ସୂର୍ଯ୍ୟଙ୍କ ରଙ୍ଗ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ବଦଳି ଯାଇଥାଏ। ଏହି ସମୟରେ ଆକାଶ କମଳା, ଗାଢ୍‌ ଲାଲ କିମ୍ବା...

ମାଛ ପାଇଁ ପ୍ରଫେସର ଚାକିରି ଛାଡ଼ିଲେ ଏହି ବ୍ୟକ୍ତି

ଚେନ୍ନାଇ: ପ୍ରଫେସର ଏମିତି ଏକ ପଦବୀ ଯେଉଁଠି ପହଞ୍ଚିବାକୁ ହେଲେ ବହୁ କଷ୍ଟ କରିବାକୁ ପଡ଼ିଥାଏ। କିନ୍ତୁ ଜଣେ ପ୍ରଫେସର ଲକ୍ଷାଧିକ ଟଙ୍କା କମାଉଥିଲେ ମଧ୍ୟ...

Advertisement
Archives

Model This Week