Posted inଜାତୀୟ

୮ମାସ ପରେ ଗୃହବନ୍ଦୀରୁ ମୁକୁଳିଲେ ଓମାର ଅବଦ୍ଦୁଲା

ଶ୍ରୀନଗର,୨୪।୩: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲାଙ୍କୁ ଦୀର୍ଘ ୮ମାସ ପରେ ଗୃହବନ୍ଦୀରୁ ମୁକ୍ତ କରାଯାଇଛି। ଓମାରଙ୍କ ଉପରେ ଲାଗିଥିବା ପିଏସ୍‌ଏ ହଟାଇ ଦିଆଯାଇଛି ବୋଲି ଜମ୍ମୁ-କଶ୍ମୀରର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଓମାରଙ୍କ ଭଉଣୀ ସାରା ଅବଦ୍ଦୁଲା ପାଇଲଟ ଗୃହବନ୍ଦୀରୁ ତାଙ୍କୁ ମୁକୁଳାଇବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ମାର୍ଚ୍ଚ ୧୮ରେ ଏହି ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କଶ୍ମୀର ପ୍ରଶାସନଙ୍କୁ ତୁରନ୍ତ ଓମାରଙ୍କୁ ମୁକୁଳାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ୫ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦କୁ ହଟାଇ ଦିଆଯିବା ପରେ ଘାଟିରେ ସୁରକ୍ଷା ଦୃଷ୍ଟିରୁ କେତେକ ରାଜନେତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା। ଗତ କିଛି ଦିନ ତଳେ ଓମାରଙ୍କ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦ୍ଦୁଲା ମଧ୍ୟ ଗୃହବନ୍ଦୀରୁ ମୁକୁଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦଳକୁ ନେଇ କଟାକ୍ଷ କଲେ ସୁବ୍ରମଣ୍ୟମ

ନୂଆଦିଲ୍ଲୀ,୧୨।୭: ଭାଜପାର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ନିଜ ଦଳକୁ ନେଇ କଟାକ୍ଷ କରିଛନ୍ତି। ଶୁକ୍ରବାର ସେ ଟୁଇଟ୍‌ କହିଛନ୍ତି, ଗୋଆ ଓ କଶ୍ମୀରକୁ ଦେଖିଲେ...

ଜଗନମୋହନଙ୍କ ନୂଆ ଯୋଜନା: ବୁଣାକାର-ଆଇନଜୀବୀ ଓ ଧୀବରଙ୍କୁ ମିଳିବ ଆର୍ଥିକ ସହାୟତା

ଅମରାବତୀ,୧୭।୧୦: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌.ଜଗନମୋହନ ରେଡ୍ଡୀ ରାଜ୍ୟର ବୁଣାକାର-ଆଇନଜୀବୀ ଓ ଧୀବରଙ୍କ ଆର୍ଥିକ ବିକାଶ ପାଇଁ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ଓ୍ବାଇଏସ୍‌ଆର୍‌ ନେତନ୍ନା ନେସ୍ତାମ୍‌...

ଅପେକ୍ଷାର ଅନ୍ତ: ପାକିସ୍ତାନରୁ ଭାରତ ଆସିଲେ ଦୁଇ ବୋହୂ

ବାଡମେର,୯।୩: ପାକିସ୍ତାନରେ ରହୁଥିବା ଦୁଇ ନବବିବାହିତା ଭାରତ ଫେରିଛନ୍ତି। ଦୁଇ ବର୍ଷ ପୂର୍ବେ ବିବାହ ସତ୍ତ୍ୱେ ଭିସା ନ ପାଇ ପାକିସ୍ତାନରୁ ଭାରତ ଆସିପାରି ନ...

କରୋନା ସ୍ଥିତି ସମୀକ୍ଷା କଲେ ମୋଦି-ଶାହା

ନୂଆଦିଲ୍ଲୀ,୨୪।୧୧: କରୋନା ମହାମାରୀ ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂରେ ଏକ ବୈଠକରେ ଯୋଗଦେଇ ସ୍ଥିତି...

କରୋନାରେ ମୃତ ମହିଳାଙ୍କ ହାତରୁ ସୁନା ଚୁଡି କାଢି ନେଇଗଲେ ଚୋର, ଆଉ ତା’ପରେ

କୋଏମ୍ବାଟୁର,୫।୮: ତାମିଲନାଡୁର କୋଏମ୍ବାଟୁରରେ ଏକ ଅଭାବନୀୟ ଘଟଣା ଘଟିଛି। କରୋନା ରୋଗରେ ମୃତ ମହିଳାଙ୍କ ହାତରୁ ସୁନା ଚୁଡି କାଢି ନେଇଯାଇଛନ୍ତି ଚୋର। ଗତ ସୋମବାର...

ଇରାନରୁ ଫେରିଲେ ୪୪ ଭାରତୀୟ

ମୁମ୍ବାଇ/ନୂଆଦିଲ୍ଲୀ,୧୪ା୩(ପି.ଟି.): କରୋନା ସଂକ୍ରମିତ ଇରାନରୁ ଦ୍ୱିତୀୟ ପର୍ଯ୍ୟାୟରେ ୪୪ ଭାରତୀୟ ପର୍ଯ୍ୟଟକ ଫେରିଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଇରାନ ଏୟାରର ଏକ ବିମାନରେ...

ଦୀର୍ଘବର୍ଷ ଧରି ଲିଭ୍‌-ଇନ୍‌ରେ ରହିବା ପରେ ବିବାହ ବନ୍ଧନରେ ବାନ୍ଧି ହେଲେ ୫୫ ଯୋଡ଼ି

ରାଞ୍ଚି,୧୮।୨: ଦୀର୍ଘବର୍ଷ ଧରି ଲିଭ୍‌-ଇନ୍‌-ରିଲେସନଶିପ୍‌ରେ ରହିବା ପରେ ଝାଡ଼ଖଣ୍ଡର ୫୫ ଯୋଡ଼ି ବସନ୍ତ ପଞ୍ଚମୀ ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯାହାକି ଗରିବ ଏବଂ...

କୋର୍ଟ ଭିତରେ ଓକିଲଙ୍କୁ ହତ୍ୟା

ଶାହଜାନପୁର, ୧୮।୧୦: ଉତ୍ତରପ୍ରଦେଶର ଶହଜାନପୁର ଜିଲା କୋର୍ଟ ଭିତରେ ସୋମବାର ଜଣେ ଆଇନଜୀବୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। କେତେକ ମାମଲା ସମ୍ପର୍କରେ ବୁଝିବା ପାଇଁ ଜଲାଲାବାଦ...

Advertisement


Archives

Model This Week