୭ କଏଦୀ, ୫ ଜେଲ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ

ପୁରୀ ଅଫିସ,୨୬ା୫: ଆଶ୍ୱସ୍ତି ହୋଇଛନ୍ତି ପୁରୀ ଜେଲ୍‌ କର୍ତ୍ତୃପକ୍ଷ। ଜଣେ ଅଭିଯୁକ୍ତ ଜେଲ୍‌କୁ ଆସିବା ପରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ନେଇ ଚିନ୍ତାରେ ପଡ଼ିିଥିଲେ ଅନ୍ୟ ବିଚାରାଧୀନ କଏଦୀ ଏବଂ ଜେଲ୍‌ କର୍ମଚାରୀ। ତେଣୁ ସମ୍ପୃକ୍ତ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବା ୭ ବିଚାରାଧୀନ କଏଦୀ ଓ ୫ ଜେଲ୍‌ କର୍ମଚାରୀଙ୍କ କରୋନା ଟେଷ୍ଟ ଲାଗି ସ୍ବାବ ନମୁନା ସଂଗ୍ରହ କରାଯାଇ ପଠାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ ରହିଥିବା ଜେଲର ଦିଲୀପ କୁମାର ଜେନା କହିଛନ୍ତି। ସମ୍ପୃକ୍ତ ଅଭିଯୁକ୍ତ ଜେଲ୍‌କୁ ଆସିବା ପରେ ତାଙ୍କୁ ଗେଟ୍‌ରେ ରିସିଭ କରିଥିବା, ସର୍ଚ୍ଚ କରିଥିବା ଏବଂ ସେଲ୍‌କୁ ଆଣିଥିବା ୫ କର୍ମଚାରୀଙ୍କ ସ୍ବାବ ସଂଗ୍ରହ କରାଯାଇଥିଲା। ସେହିପରି ଅଭିଯୁକ୍ତ ଯେଉଁ ରୁମ୍‌ରେ ରହୁଥିଲେ ତାଙ୍କ ସହିତ ଥିବା ଅନ୍ୟ ୭ ବିଚାରାଧୀନ କଏଦୀଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ସୋମବାର ରିପୋର୍ଟ ମିଳିବା ପରେ ସମସ୍ତଙ୍କ ନେଗେଟିଭ ରହିଛି ବୋଲି ସୂଚନା ମିଳିଛି। ସୂଚନାଥାଉ କି, ଏକ ଚୋରି ମାମଲାରେ ଗିରଫ ଯୁବକଙ୍କୁ କୁମ୍ଭାରପଡ଼ା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସମ୍ପୃକ୍ତ ଅଭିଯୁକ୍ତଙ୍କ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିିବା ପରେ କୁମ୍ଭାରପଡ଼ା ଆଇଆଇସିଙ୍କ ସମେତ ପ୍ରାୟ ୩୦ କର୍ମଚାରୀ କ୍ବାରାଣ୍ଟାଇନରେ ରହିଥିଲେ। ସମସ୍ତଙ୍କର ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବସ୍‌ରୁ ୨୩ କେଜି ଗଞ୍ଜେଇ ଜବତ

କରଞ୍ଜିଆ,୧୩ା୩: ଅନୁଗୋଳରୁ ଭାୟା ରାଇରଙ୍ଗପୁର ଦେଇ ବାରିପଦା ଯାଉଥିବା ଏକ ସରକାରୀ ବସ୍‌ରୁ ୨୩ କେଜି ଗଞ୍ଜେଇ ଜବତ ହୋଇଛି। ଯଶିପୁର ବସ୍‌ ଷ୍ଟାଣ୍ଡରୁ ପୋଲିସ...

ଆଠମଲ୍ଲିକ: ରମେଶ ଚନ୍ଦ୍ର ସାଏ ଆଗରେ

ଆଠମଲ୍ଲିକ, ୨୩ା୫(ଡି.ଏନ.ଏ.)- ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ଅଛନ୍ତି। ରମେଶଚନ୍ଦ୍ର ସାଏ ୪୦୭୪...

ପ୍ରବାସୀ ଓଡ଼ିଆଙ୍କ ପାଇଁ ‘ଅପରେଶନ ଶୁଭଯାତ୍ରା’ ଆରମ୍ଭ: ଓଡ଼ିଶା ଆସୁଛନ୍ତି ୧୧୫୦ ଜଣ

ଭୁବନେଶ୍ୱର,୨ା୫(ବ୍ୟୁରୋ) : ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ପାଇଁ ରାଜ୍ୟ ସରକାର ଏକ ନୂଆ ଅଭିଯାନ ‘ଅପରେଶନ ଶୁଭଯାତ୍ରା’ ଆରମ୍ଭ କରିଛନ୍ତି। ପ୍ରବାସୀଙ୍କୁ...

ବେପାରୀଙ୍କ କବ୍‌ଜାରେ ହଳଦୀପତ୍ର

କେନ୍ଦୁଝର,୧୬।୧୧: ଓଡ଼ିଆ ଘରେ ବାର ମାସରେ ତେର ପର୍ବ। ବିଭିନ୍ନ ପର୍ବରେ ଘରେ ପିଠାପଣାରେ ମହକି ଉଠେ। ଓଡ଼ିଆଣୀ ଘରେ ବିଭିନ୍ନ ପ୍ରକାରର ପିଠା ମଧ୍ୟରୁ...

ବାତ୍ୟାକୁ ପୂରିଲା ୩ ମାସ: ପୁରୀ ଜିଲାରେ ଅସଜଡ଼ା ଶିକ୍ଷା ଭିତ୍ତିଭୂମି

ପୁରୀ ଅଫିସ, ୩।୮: ୨୦୧୯ ମେ ୩ ତାରିଖ। ଉପକୂଳବର୍ତ୍ତୀ ପୁରୀ ଜିଲା ପାଇଁ ଅଭିଶପ୍ତ ଦିନଟିଏ। ଏହିଦିନ ପୁରୀକୁ ଛାରଖାର କରିଦେଇଥିଲା ବାତ୍ୟା ଫନୀ।...

ବରଗଡ଼ରେ ୪ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼ ଅଫିସ,୧୧ା୯: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। ଶୁକ୍ରବାର ଜିଲାରେ ୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...

ବେଲଟିକିରିରେ ବଜବଜିଆ ରୋଗ ଆତଙ୍କ: ବାଛୁରି ମୃତ, ୧୨ ଗୋରୁ ଆକ୍ରାନ୍ତ

ଢେଙ୍କାନାଳ ଅଫିସ, ୧୪।୧୧ – ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ଗ୍ରାମରେ ବଜବଜିଆ ରୋଗ ଆତଙ୍କ ଦେଖାଦେଇଛି। ଏଥିରେ ଆକ୍ରାନ୍ତ ହୋଇ କୈଳାସ ସାମଲଙ୍କ ଗୋଟିଏ...

୩ ପିଲାଙ୍କୁ ଅନାଥ କଲା କାମଳ ରୋଗ

ରସୁଲପୁର,୧୯ା୭(ଡି.ଏନ.ଏ.): ରସୁଲପୁର ବ୍ଲକ ପହଁଗା ପଞ୍ଚାୟତରେ କାମଳ ରୋଗ ୨ ଜଣଙ୍କ ଜୀବନ ନେଇଛି। ଗୋଟିଏ ପରିବାରର ଦମ୍ପତି ଏହି ରୋଗରେ ଆରପାରିକୁ ଚାଲିଯାଇଛନ୍ତି। ୫ବର୍ଷ...

Advertisement
Archives

Model This Week