୬ ସାହିରେ ଘଟ ପରିକ୍ରମା: ମନମୋହୁଛି ରଥ, କଳାକୁଞ୍ଜ

ବ୍ରହ୍ମପୁର ଅଫିସ, ୨୭ା୪- ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ଯାତ୍ରା ଶୁକ୍ରବାର ୨୮ ଦିନରେ ପହଞ୍ଚିଛି। ଆଉ ୩ ଦିନ ପରେ ମା’ଙ୍କ ବାହୁଡାଣୀ ପର୍ବ ଅନୁଷ୍ଠିତ ହେବ। ଅର୍ଥାତ୍‌ ମା’ ବାପଘରୁ  ନିଜସ୍ବ ମନ୍ଦିରକୁ ବାହୁଡିବେ। ତେଣୁ ମା’ଙ୍କ ଦର୍ଶନ ପାଇଁ ବାପ ଘର ଆଗରେ ନିର୍ମିତ ଅସ୍ଥାୟୀ ପୀଠରେ ଭିଡ ଜମୁଛି। ଅନ୍ୟପକ୍ଷରେ ଯାତ୍ରା ସରି ଆସୁଥିବାରୁ ମାନସିକ ଧାରୀମାନେ ବାଘ, ହନୁମାନ, ଭାଲୁ, ଭୂତ, ପୁତନା, ଛୋଡଗାଜିଆ, ଖଡଗପୁର ବାଘ ଓ ବିଭିନ୍ନ ଦେବଦେବୀ ବେଶରେ ନିଜକୁ ସଜେଇ ଲୋକଙ୍କ ମନୋରଞ୍ଜନ କରୁଛନ୍ତି। ପ୍ରତି ସାହିରେ ବାଘ ବେଶଧାରୀ ବୁଲୁଛନ୍ତି। ଗୁରୁବାର ସୁଦ୍ଧା ଯାତ୍ରା ଦାଣ୍ଡକୁ ୨୩ ରଥ ଓ ସମସ୍ତ କଳାକୁଞ୍ଜ ଯାତ୍ରାଦାଣ୍ଡକୁ ଓହ୍ଲାଇଛି।

ଏବେ ବଡବଜାର, ସାନବଜାର, ପୁରୁଣା ବ୍ରହ୍ମପୁର ଅଞ୍ଚଳର ପ୍ରତ୍ୟେକ ସାହି ଉତ୍ସବମୁଖର ହୋଇଉଠିଛି। ରଥ ଓ କଳାକୁଞ୍ଜ ସାଜସଜ୍ଜା ସାଙ୍ଗକୁ ଆକର୍ଷଣୀୟ ଆଲୋକମାଳାରେ ପ୍ରତି ସାହି ଝଲସୁଥିବା ବେଳେ ସାହିଗୁଡିକରେ ରାତିସାରା ଲୋକଙ୍କ ଭିଡ ଜମୁଛି। ମା’ଙ୍କ  ଘଟ ପରିକ୍ରମା ବେଳେ ଚାଙ୍ଗୁବାଦ୍ୟର ତାଳେ ତାଳେ ବାଘ ବେଶଧାରୀଙ୍କ ନୃତ୍ୟ ଲୋକଙ୍କୁ ଅଧିକ ଆକୃଷ୍ଟ କରୁଛି।  ସାହିବାସିନ୍ଦାଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଛକ ଜାଗାରେ ପଣା, ଭୋଗ ବଣ୍ଟନର ବ୍ୟବସ୍ଥା କରାଯାଇଛି। ଗୁରୁବାର ରାତି ସୁଦ୍ଧା ଯାତ୍ରାଦାଣ୍ଡରେ ସମସ୍ତ କଳାକୁଞ୍ଜ ଓ ରଥ ଉନ୍ମୋଚିତ ହୋଇଛି। ଶୁକ୍ରବାର ରାତିରେ ୬ ସାହିରେ ମା’ଙ୍କ ଘଟ ପରିକ୍ରମା କରିଥିଲା। ସନ୍ଧ୍ୟା ଆଳତୀ ପରେ ଅସ୍ଥାୟୀ ପୀଠରୁ ମା’ଙ୍କ ପାରମ୍ପରିକ ଘଟ ଶୋଭାଯାତ୍ରା ବାହାରିଥିଲା। ବିଭିନ୍ନ ବେଶଧାରୀଙ୍କ ଗହଣରେ ମା’ ଦେବକୀ ମୁଖ୍ୟଘଟ ଏବଂ ଡେରା ସମ୍ପ୍ରଦାୟର ସେନାପତିଙ୍କ ସ୍ତ୍ରୀମାନେ ଅନ୍ୟ ୮ ପାର୍ଶ୍ୱଘଟକୁ ମୁଣ୍ଡାଇଥିଲେ। ଅସ୍ଥାୟୀ ପୀଠରୁ ଘଟ ଶୋଭାଯାତ୍ରା ପ୍ରଥମେ ରାଜବାଟିକୁ ଯାଇଥିଲା। ସେଠାରେ ରାଜା ଆଶୋକ କୁମାର ନରେନ୍ଦ୍ର ଦେବ ମା’ଙ୍କ ପୂଜାର୍ଚ୍ଚନା କରିବା ସହ ମା’ଙ୍କ ଘଟ ବିଭିନ୍ନ ସାହି ପରିକ୍ରମା କରିଥିଲା। ରାଜବାଟିରୁ କମଳାବାରି ସାହି, ଭେଙ୍କେଟେଶ୍ୱର ମନ୍ଦିର, ପାବଲ ଷ୍ଟ୍ରିଟ, ବିରକା ଷ୍ଟ୍ରିଟ, ସାନବଜାର, ହନୁମାନ ବଜାର ଆଦି ଘଟ ପରିକ୍ରମା କରିଥିଲା। ମା’ଙ୍କ ଘଟ ଦର୍ଶନ ସହ ଯାତ୍ରାର ମଜା ନେବାକୁ ପ୍ରତି ଘରକୁ ବନ୍ଧୁବାନ୍ଧବ ଆସିଛନ୍ତି। ଯାତ୍ରାସ୍ଥଳରେ ମଧ୍ୟ ପ୍ରତ୍ୟେକ ଦିନ ବିଭିନ୍ନ ବେଶଧାରୀ ଓ ନୂତନ ପର୍ଯ୍ୟଟକଙ୍କ ଭିଡ ଜମୁଛି। ଶନିବାର ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ନେଇ ଯାତ୍ରା ଦାଣ୍ଡକୁ ଗାନ୍ଧିନଗର ଅଞ୍ଚଳର ୧୦୮ ହନୁମାନ ବେଶ ଓ ବିଜିପୁରର ପାରମ୍ପରିକ ବୁଦ୍ଧ ବେଶ ବାହରିବ ବୋଲି ସୂଚନା ମିଳିଛି। ସୋମବାର ରାତ୍ରରେ ମା’ ନିଜସ୍ବ ମନ୍ଦିରକୁ ବାହୁଡିବେ। ଉକ୍ତଦିନ ଶହ ଶହ ମାନସିକ ଘଟଧାରୀ ମା’ଙ୍କ ଘଟ ସହ ସାହି ପରିକ୍ରମା କରିବେ। ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ପୂର୍ବରୁ ରୁଟଚାର୍ଟ ପ୍ରସ୍ତୁତ କରାଯାଇଥିବା ଯାତ୍ରା ଆୟୋଜକ ଦେଶୀବେହେରାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତା ସ୍ତ୍ରୀଙ୍କୁ ଖଣ୍ଡ ଖଣ୍ଡ କରି ନଦୀକୁ ଫିଙ୍ଗିଲେ ସ୍ବାମୀ

ସୋରଡ଼ା, ୧୪ା୯(ଲମ୍ବୋଦର ପାଣିଗ୍ରାହୀ): ନବବିବାହିତା ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି କାଟି ନଦୀକୁ ଫିଙ୍ଗିଦେଇଛନ୍ତି ସ୍ବାମୀ। ଏଭଳି ବୀଭତ୍ସ ଓ ଲୋମହର୍ଷଣକାରୀ...

ବିଷ ପିଇ ଚିକିତ୍ସାଧୀନ ଅବସ୍ଥାରେ ଜିପିଓଙ୍କ ମୃତ୍ୟୁ

ଭଞ୍ଜନଗର,୧୨ା୨(ଡି.ଏନ୍‌.ଏ.): ବିଷ ପିଇ ଗୁରୁତର ଥିବା ଭଞ୍ଜନଗର ବ୍ଲକର ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଅଧିକାରୀ(ଜିପିଓ) ପ୍ରମୋଦ ପଟ୍ଟନାୟକଙ୍କ ରବିବାର ମୃତ୍ୟୁ ଘଟିଛି। ସେ ଗତ ୧...

ବରଜ ଗୁମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପୁରିଲା ଶହେ ବର୍ଷ

ସୋରଡା, ୨୧।୪: ବରଜ ଗୁମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ପାଳନ ସମାରୋହ ଶୁକ୍ରବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସମୀରକାନ୍ତ ଅଧିକାରୀଙ୍କ...

ମହୁ ବିକିବା ବାହାନାରେ ଘରେ ପଶି ଲୁଟ

ହିଞ୍ଜିଳିକାଟୁ,୧୭ା୭(ଡି.ଏନ୍‌.ଏ)-ହିଞ୍ଜିଳିକାଟୁ ବ୍ଲକ କଲୋନୀ ଅଞ୍ଚଳକୁ ମଙ୍ଗଳବାର ମହୁ ବକିବା ବାହାନାରେ ଆସିଥିବା ଜଣେ ଅଣ ଓଡ଼ିଆ ନାବାଳକ ଏକ ଘରେ ପଶି ସୁନା, ଟଙ୍କା ଚୋରି...

ଅଲିଭ୍‌ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ଜାରି: ଚତୁର୍ଥ ଦିନରେ ୮୫, ୭୪୭ ଅଣ୍ଡା

ଗଞ୍ଜାମ,୩୧।୩(ଡି.ଏନ.ଏ.):ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଣରେ ବିରଳ ପ୍ରଜାତିର ସାମୁଦ୍ରିକ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଗଣ ଅଣ୍ଡାଦାନ ଜାରି ରହିଛି। ଚତୁର୍ଥ ଦିନରେ ରାତ୍ରି ସମୟରୁ ବୁଧବାର ସକାଳ...

୧୫ ଆଇସ୍‌କ୍ରିମ କାଠିରେ ମା’ ଦୁର୍ଗା

ବ୍ରହ୍ମପୁର ଅଫିସ୍‌, ୨।୧୦: ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ସର୍ବଦା କିଛି ନିଆରା କଳାକୃତି ପାଇଁ ପ୍ରୟାସ ଜାରି ରଖିଥାନ୍ତି। ଯାହା ଦ୍ୱାରା ସେ...

ଧରାକୋଟର ଐତିହ୍ୟ ଜଗନ୍ନାଥ ମନ୍ଦିର

ଧରାକୋଟ,୧୦ା୧୦: ସମଗ୍ର ଭାରତବର୍ଷର ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ରହିଛି। ସେହି ମନ୍ଦିରଗୁଡ଼ିକ ମଧ୍ୟରୁ ମାତ୍ର ୯ଟି ହେଉଛି ବିମାନ ମନ୍ଦିର। ସେଥି ମଧ୍ୟରୁ ଗଞ୍ଜାମ...

ପରିବା ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୫ ଦୋକାନ, ନଗଦ ଏକ ଲକ୍ଷ ଟଙ୍କା

ପୋଲସରା, ୪।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଏନ୍‌ଏସିଠାରେ ଥିବା ପରିବା ମାର୍କେଟରେ ବୁଧବାର ଭୋରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ ସୁଶାନ୍ତ କୁମାର ସାହୁ, ସୁଦର୍ଶନ ପ୍ରଧାନ,...

Advertisement
Archives

Model This Week