୬ ମାସ ହେଲା ସଏଲାନ ବିଜୁ ପକ୍କାଘର କାମ୍‌: ବିଲ୍‌ ଲାଗି ହିତାଧିକାରୀ ବାରଦୁଆର

ବୌଦ୍ଧ, ୧୫ା୮(ସ୍ବ.ପ୍ର.): କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ନିଅଁାସି ପରିବାରମାନକୁ ପ୍ରଧାନମନ୍ତ୍ରୀ ଆବାସ, ଇନ୍ଦିରା ଆବାସ, ବିଜୁ ପକ୍କାଘର, ମୋ କୁଡ଼ିଆ ଯୋଜନାରେ ସାମିଲ କରି ପକାଘର ଯୁଗେଇ ଦେଉଛନ୍‌। ଯେନ୍‌ ହିତାଧିକାରୀମାନେ ଧାଯ୍‌ ସମିଆ ଭିତରେ ଘର ତିଆରି କରବେ ତାହାକୁ ସରକାରକଁର ତରଫୁ ପୋରଛାହନ୍‌ ଟଁକା ବି ଦିଆଯାଉଛେ। ହେଲେ ଅନେକ ଜାଗାରେ ଅଧ୍‌କାରୀ, କରମଚାରୀମାନକର ଖାମଖିଆଲି ମନଭାବ ଲାଗି ଅନେକ ହିତାଧିକାରୀ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ସେନ୍‌ତା ଆରକେତେ ଜାଗାରେ ହିତାଧିକାରୀ ଯୋଜନାରେ ଘର ତିଆରି କରି ବିଲ୍‌ ଟଁକା ପାଏବାର ଲାଗି ବାରଦୁଆର ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଂଚଲରେ।
ସୂଚନା ହିସାବେ ହରଭଙ୍ଗା ବ୍ଲକ କୁଶଙ୍ଗ ପଁଚେତ୍‌ ଭଗାମୁଣ୍ଡା ଗଁାର ଅର୍ଜୁନ ସାହୁ। ସେ ୨୦୧୮-୧୯ ସାଲେ ବିଜୁ ପକ୍କାଘର ଯୋଜନାରେ ଘର ତିଆରିବାର ଲାଗି କାର୍ଯ୍ୟାଦେଶ ପାଇଥିଲେ। ସେ ଧାର ଉଧାର କରି ଆଏଜ୍‌କେ ୬ ମାସ୍‌ ହେଲା ଘର ତିଆରି କରି ସାଏଲେନ। ତାହାକୁ ଘରବନା ବାବ୍‌ଦେ କେତେ ଟଁକା ମିଲିଥିଲାବେଲେ ଶେଷ୍‌ ବିଲ୍‌ ନାଇଁ ମିଲୁଥିବାର ସେ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଅର୍ଜୁନ ପଁଚେତ୍‌ କରମଚାରୀନୁ ମୂଲ କରି ବ୍ଲକ ପରଶାସନ ତକ୍‌ ଗୁହାରି କରି ଥକି ଗଲେନ, ହେଲେ କେହି ତାକର କଥା ନାଇଁ ଶୁନୁଥିବାର ସେ କହିଛନ୍‌। ସେ ଘର ପୂରା କରବାର ୬ ମାସ ବିତିଯାଇଥିଲା ବେଲେ ଲୁକ୍‌କରନୁ ଆନିଥିବାର ଧାର ଉଧାର ସୁଝବାର ଲାଗି ନାନା ସମସିଆର ସାମନା କରୁଛନ୍‌। ଇ ବାବ୍‌ଦେ କୁଶଙ୍ଗ ପଁଚେତ୍‌ର କାର୍ଯ୍ୟନିର୍ବାହୀ ଅଧ୍‌କାରୀ ଜଗଦିଶ ମଲିକକୁଁ ପଚରାଲାରୁ ମୁଇଁ ଫାଇନାଲ ବିଲ କରବାର ଲାଗି ସବୁ କାଗଜପତର ବ୍ଲକ ପରଶାସନକେ ପଠେଇ ଦେଇଛେଁ। ହେଲେ କାଗଜପତର ବ୍ଲକ ପରଶାସନ ପାସେ ଅଟକି ରହିଥିବାର ଲାଗି ଟଁକା ନାଇଁ ମିଲବାର ବଲି ସେ କହିଥିଲେ। ଇ ଦିଗେ ଜିଲାପାଲ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଅର୍ଜୁନ ଗଣମାଧ୍ୟମ ଜରିଆରେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପତ୍ତି ଭାଗବଣ୍ଟାକୁ ନେଇ ମହାଭାରତ: ବଡ଼ ଭାଇର ଚୋଟରେ ସାନ ଭାଇ, ମାଉସୀ ଶାଶୁ ଲହୁଲୁହାଣ

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ମଙ୍ଗଳବାର ସକାଳେ ପାରିବାରିକ ହିଂସା କାରଣରୁ ବଡ଼ଭାଇ ବି.ଦଣ୍ଡ ରେଡ୍ଡୀଙ୍କ କାତି ଚୋଟରେ ସାନଭାଇ…

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ବିବାହ କଲେ ୩୯ ଯୋଡି, ଯୋଗ ଦେଲେ ବିଧାୟକ ଲକ୍ଷ୍ମଣ ବାଗଙ୍କ ସହ …

ବଲାଙ୍ଗୀର, ୨୧।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର କୋଶଳ କଳା ମଣ୍ଡଳ ପଡ଼ିଆରେ ମଙ୍ଗଳବାର ଏକ ଅଭିନବ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ…

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଉଠିଲା ଥାଳ: ହରିବୋଲ ଧ୍ୱନିରେ ଦୁଲକିଲା ଶୈବ ପୀଠ

ବଲାଙ୍ଗୀର,୨୧।୪(ସୁନିଲ କୁମାର ମହାନ୍ତି): ପବିତ୍ର ଅକ୍ଷୟ ତୃତୀୟା ତିଥିରେ ବଲାଙ୍ଗୀର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଥାଳ ଉଠା ପର୍ବ ପରମ୍ପରା ଓ ରୀତିନୀତି ଓ ଅନୁସାରେ…

ଷ୍ଟିଲ୍‌ସିଟିରେ ରାଷ୍ଟ୍ରପତି: ଅଭିଭାଷଣରେ କହିଲେ ସୁନ୍ଦରଗଡ଼ କେବଳ ସଂସ୍କୃତି ପାଇଁ ନୁହେଁ, ସଂଗ୍ରାମ ହେଉଛି…

ରାଉରକେଲା,୨୧ା୪: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଝାରସୁଗୁଡ଼ା ଏୟାରପୋର୍ଟରେ ଓହ୍ଲାଇ ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ଷ୍ଟିଲସିଟି ରାଉରକେଲାରେ ମଙ୍ଗଳବାର ପହଞ୍ଚିଛନ୍ତି। ଏଠାରେ…

ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ: ବଟେଶ୍ୱର ପୀଠରେ ସପ୍ତଫେଣୀ ନାଗ ଦେଖି…

ଗଞ୍ଜାମ,୨୧।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ଗ୍ରାମ ନିକଟରେ ଅବସ୍ଥିତ ପ୍ରସିଦ୍ଧ ବାବା ବଟେଶ୍ୱର ପୀଠରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନୂତନ…

ବରୁଣେଇ ପୀଠରେ ସାମୁହିକ ବିବାହ ଉତ୍ସବ: ୪୯ ଯୋଡ଼ିଙ୍କର ଏକାସାଙ୍ଗେ ପଡ଼ିଲା ହାତଗଣ୍ଠି

ଖୋର୍ଦ୍ଧା,୨୧ା୪(ପ୍ରଭାତ କୁମାର ପାଣିଗ୍ରାହୀ): ଖୋର୍ଦ୍ଧା ବରୁଣେଇ ପୀଠରେ ସାମୁହିକ ବିବାହୋତ୍ସବ ଅନୁଷ୍ଠିତ ହୋଇଛି। ଜିଲାରେ ବିଭିନ୍ନ ବ୍ଲକରୁ ମନୋନୀତ ହୋଇଥିବା ୪୯ ଯୋଡ଼ି ଏହି ବିବାହରେ ସାମିଲ…

ଗତକାଲିଠୁ ଥିଲେ ନିଖୋଜ, ଆଜି ମୁର୍ମୂଷୁ ଅବସ୍ଥାରେ କେନାଲରୁ ମିଳିଲେ ନାବାଳକ

ଭଦ୍ରକ, ୨୧।୪(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ନଳାଙ୍ଗ କେନାଲ ବନ୍ଧରୁ ମୁର୍ମୂଷ ଅବସ୍ଥାରେ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ସୋମବାର ସନ୍ଧ୍ୟାରୁ ନାବାଳକ ଜଣକ…

ଯାଜପୁର ରେଳ ଷ୍ଟେଶନରୁ ୧୪ ନାବାଳକ ଉଦ୍ଧାର: କୁଆଡେ ଯାଉଥିଲେ, କିଏ ନେଉଥିଲେ… ତଦନ୍ତ ଆରମ୍ଭ

ଭଦ୍ରକ, ୨୧।୪(ସନାତନ ରାଉତ): ବିହାର ରାଜ୍ୟରୁ ଯାଜପୁରରୋଡ଼ ଷ୍ଟେଶନ ଅଭିମୁଖେ ଯାଉଥିବା ୧୪ ନାବାଳକଙ୍କୁ ଉଦ୍ଧାର କରିଛି ଭଦ୍ରକ ଚାଇଲଡ ଲାଇନ ଓ ରେଳବାଇ ପୋଲିସ l…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri