୬ ମାସର ଶିଶୁ କରୋନା ପଜିଟିଭ୍‌

ଲଣ୍ଡନ,୧୩।୪: ପୂର୍ବରୁ ହୃଦ୍‌ରୋଗ ସମ୍ବନ୍ଧୀୟ ସମସ୍ୟା ଭୋଗୁଥିବା ୬ମାସର ଶିଶୁ ଏବେ କରୋନାରେ ସଂକ୍ରମିତ। କରୋନାରେ ସଂକ୍ରମିତ ହେବା ପରେ ଉକ୍ତ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଛି। ସୂଚନାଯୋଗ୍ୟ, ବ୍ରିଟେନର ଗ୍ରେଟ ମଞ୍ଚେଷ୍ଟରରେ ରହୁଥିବା ଜଣେ ୬ମାସର ଶିଶୁ ଜନ୍ମହେବା ପରଠାରୁ ହୃଦ୍‌ରୋଗ ସମସ୍ୟାରେ ପୀଡ଼ିତ ଥିଲେ। ୨୦୧୯ ଡିସେମ୍ବରରେ ଶିଶୁଟିର ଓପନ ହାର୍ଟ ସର୍ଜରୀ କରାଯାଇଥିଲା। ବହୁ କମ୍‌ ବୟସରେ ଏହି ସର୍ଜରୀ ସଫଳତା ପୂର୍ବକ ହୋଇଥିବାରୁ ଉକ୍ତ ଶିଶୁକୁ ଡାକ୍ତର ‘ମିରାକଲ୍‌ ବେବି’ ବୋଲି କହିିଥିଲେ। ବର୍ତ୍ତମାନେ ସମୟରେ ବ୍ରିଟେନରେ କରୋନା ଭୂତାଣୁର ପ୍ରକୋପ ଜାରି ରହିଥିବା ବେଳେ ଏଥିରେ ୬ମାସର ଶିଶୁ ମଧ୍ୟ ବର୍ତ୍ତି ପାରିନାର୍ହି। ଶୁକ୍ରବାର ଉକ୍ତ ଶିଶୁଟିର ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ଏହାପରେ ଶିଶୁଟିକୁ ବ୍ରିଟେନର ଲିବରପୁଲରେ ଥିବା ପେଡିଆଟିକ୍ସ ହସ୍ପିଟାଲର ଭେଣ୍ଟିଲେଟରରେ ରଖାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ କରୋନା ଯୋଗୁ କେବଳ ମା’ଙ୍କୁ ହସ୍ପିଟାଲରେ ରହିବାକୁ ଅନୁମତି ଦିଆଯାଇଛି। ପୀଡ଼ିତ ଶିଶୁଟିର ବାପାଙ୍କୁ ଘରକୁ ପଠାଇଦିଆଯାଇଛି। ଅପରପକ୍ଷେ ଶିଶୁଟି ସଂକ୍ରମିତ ହେବା ପରେ ଉକ୍ତ ମା’ ବାପା କରୋନା ଭୂତାଣୁକୁ ଗମ୍ଭୀରତାର ସହ ନେବାକୁ ଏବଂ ଘରେ ରହି ସରକାରଙ୍କ ନିୟମ ପାଳନ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି। ଏଥିସହ ମା’ବାପାଙ୍କ ସହମତିକ୍ରମେ ଉକ୍ତ ଶିଶୁଟିର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ହୋଲ୍‌ସେଲରଙ୍କ ନାମରେ ମାମଲା

ଯାଜପୁର ଅଫିସ,୨୮ା୩: ଯାଜପୁର ସହରର ବିରଜାହାଟ ନିକଟରେ ଥିବା ଦୁଇ ହୋଲ୍‌ସେଲରଙ୍କ ନାମରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲାପାଳଙ୍କ କୋର୍ଟରେ ମାମଲା ରୁଜୁ ହୋଇଛି। ହୋଲ୍‌ସେଲର ଦୁଇଜଣ...

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ମୁଖ୍ୟମନ୍ତ୍ରୀ

ଗୁରୁଗ୍ରାମ, ୧୪।୯: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର କରୋନା ମହାମାରୀରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ୬୬ ବର୍ଷୀୟ ଖଟ୍ଟର ସୋମବାର ରାଜଧାନୀ...

କରୋନା ଆଣିଲା ବ୍ୟତିକ୍ରମ

ଭୁବନେଶ୍ୱର,୧।୫(ବ୍ୟୁରୋ): କରୋନା ମହାମାରୀରେ ପରିଣତ ହୋଇଛି। ଏହି ସ୍ବାସ୍ଥ୍ୟ ବିପର୍ଯ୍ୟୟ ଦ୍ୱାରା ସାଧାରଣ ଜନତାର ସାମ୍ପ୍ରତିକ ସ୍ଥିତିରେ ପରିବର୍ତ୍ତନ ଆସିଛି। ଅର୍ଥନୈତିକ ସ୍ଥିତି ଘୋର ପ୍ରଭାବିତ...

ଅକ୍ଟୋବର ୧୫ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌

ରୋମ, ୩୦।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ ଦେଶରେ...

କରୋନା ସଙ୍କଟ: ସ୍ବଦେଶକୁ ଫେରିବା ପାଇଁ ୩୨ହଜାର ଭାରତୀୟ ୟୁଏଇରେ କଲେ ରେଜିଷ୍ଟ୍ରେଶନ

ଆବୁଧାବି,୧।୫: କରୋନା ଭାଇରସ୍‌ ମହାସଙ୍କଟ କେବଳ ଭାରତ ନୁହେଁ ବରଂ ବିଶ୍ୱର ବିଭିନ୍ନ ଦେଶରେ ଦେଖିବାକୁ ମିଳିଛି। ଅନ୍ୟ ଦେଶକୁ ରୋଜଗାର ବା ଅନ୍ୟ କାର୍ଯ୍ୟ...

ଜ୍ୱର ରୋଗୀଙ୍କୁୁ ଛୁଇଁବାକୁ ଡର

ରାଞ୍ଚି: କରୋନା ଏବେ ଲୋକଙ୍କ ମନରେ ଏଭଳି ଭୟ ପୂରାଇ ଦେଇଛି ଯେ, ସାଧାରଣ ଜ୍ୱର ରୋଗୀଙ୍କୁ ବି ଦେଖିଲେ ଭୟରେ ଛୁଇଁବାକୁ ଇଚ୍ଛା କରୁନାହାନ୍ତି...

କରୋନା ସଚେତନତା ଲାଗି ବୌଦ୍ଧ ଜିଲା ପ୍ରଶାସନର ଅଭିନବ ଉଦ୍ୟମ

ବୌଦ୍ଧ, ୧୯ା୪(ସ୍ବ.ପ୍ର.): କରୋନା ସଂକ୍ରମଣ ସମ୍ପର୍କରେ ସଚେତନତା ଓ ଲକଡାଉନ ନିୟମ ପାଳନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି।...

ବେସରକାରୀ ଡାକ୍ତରଖାନା କର୍ମଚାରୀ ପାଇବେ ବୀମା ସୁବିଧା

ଭୁବନେଶ୍ୱର,୨୩ା୪(ବ୍ୟୁରୋ): କରୋନା ରୋକିବା ପାଇଁ ଆଗଧାଡିରେ କାର୍ଯ୍ୟରତ ଡାକ୍ତର, ସ୍ବାସ୍ଥ୍ୟ, କର୍ମୀ ଓ ପାରାମେଡିକାଲ କର୍ମଚାରୀଙ୍କ ସକାଶେ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପ୍ରୋତ୍ସାହନ...

Coronavirus Update


Archives

Model This Week

Why Dharitri