୬ ବର୍ଷ ହେବ ଗାଁରୁ ବାସନ୍ଦ ପରିବାର: ଅଭିଯୋଗସତ୍ତ୍ୱେ ପ୍ରଶାସନ ନୀରବ

ଗୋପ,୧୨।୧୨(ଡି.ଏନ.ଏ.): ଗୋପ ଥାନା ଅଧୀନ ଦେସ୍ଥଳୀ ଗ୍ରାମର ରାମଚନ୍ଦ୍ର ଦାସ (୭୨) ଜମିଜମା ବିବାଦ କାରଣକୁ ନେଇ ଗତ ଛଅ ବର୍ଷ ହେବ ସମ୍ପୂର୍ଣ୍ଣ ପରିବାରକୁ ବାସନ୍ଦ କରାଯାଇଛି। ଏ ନେଇ ଥାନାଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ରାମଚନ୍ଦ୍ର ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସମସ୍ତେ ନୀରବଦ୍ରଷ୍ଟା ସାଜିଛନ୍ତି। ଫଳରେ ବୃଦ୍ଧ ଦମ୍ପତି ରାମଚନ୍ଦ୍ର ଓ ତାଙ୍କ ସ୍ତ୍ରୀ ସ୍ବର୍ଣ୍ଣଲତା (୫୮) ବହୁ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି। ଦେସ୍ଥଳୀ ଗ୍ରାମର ବୟ୍ୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଏପରି ବାସନ୍ଦକୁ ପୂର୍ବରୁ ସମାଧାନ ହୋଇଯାଇଥିବା କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୩ରେ ସ୍ଥାନୀୟ ଏକ ମନ୍ଦିରର ଜମିଜମାକୁ ନେଇ ରାମଚନ୍ଦ୍ର ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଏହି ବିବାଦର ସମାଧାନ ନ ହେବାରୁ ଗ୍ରାମବାସୀ ରାମଚନ୍ଦ୍ରଙ୍କ ପରିବାରକୁ ବାସନ୍ଦ କରିବା ସହ ଗାଁରେ ହେଉଥିବା ପୂଜା ପାର୍ବଣ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ କରି ନ ଥିଲେ। ଏପରିକି ରାମଚନ୍ଦ୍ରଙ୍କର ଜମିକୁ ଗାଁର ଯେଉଁମାନେ ଚାଷ କରୁଥିଲେ ସେମାନଙ୍କୁ ମଧ୍ୟ କୌଣସି କାର୍ଯ୍ୟରେ ସାମିଲ କରାଯାଉ ନ ଥିଲା। ବାସନ୍ଦ ରାମଚନ୍ଦ୍ରଙ୍କର ତିନି ପୁଅ ଗାଁ ଛାଡ଼ି ଏବେ ବାହାରେ ରହୁଥିବାବେଳେ ବୃଦ୍ଧ ଦମ୍ପତି ଦେସ୍ଥଳୀ ଗାଁ ନିକଟ ସ୍ଥାନରେ ରହୁଛନ୍ତି। ଗତ ସପ୍ତାହରେ ନୟାହାଟ ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏହି ବାସନ୍ଦ ଘଟଣାର ସମାଧାନ କରାଯିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ରାମଚନ୍ଦ୍ର ଏହି ବାସନ୍ଦକୁ ନେଇ ମାନବାଧିକାର କମିଶନର, ଜିଲାପାଳ ପୁରୀ, ଜିଲା ଏସ୍‌ପି, ଗୋପ ଥାନା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସବୁ ଚୁପ ହୋଇରହିଯାଇଛନ୍ତି। ୨୦୧୫ରେ ତତ୍‌କାଳୀନ ଜିଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୨୫୬୯ ରେ ତୁରନ୍ତ ଏପରି ସମସ୍ୟାକୁ ସମାଧାନ ପାଇଁ ଗୋପ ଥାନାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନ ଥିବା ଦୁଃଖର ସହ ବୃଦ୍ଧ ରାମଚନ୍ଦ୍ର କହିଛନ୍ତି। ଏ ସମ୍ପର୍କରେ ଦେସ୍ଥଳୀ ଗ୍ରାମର ହୃଷୀକେଶ ବାରିକ, ଚଗଲି ନାୟକ କୁହନ୍ତି, ବାସନ୍ଦ ପ୍ରଥାକୁ ନେଇ ଯେଉଁ ଅଭିଯୋଗ ହୋଇଛି ତାହା ମିଥ୍ୟା ଅଟେ। ନୟାହାଟ ଫାଣ୍ଡି ଅଧିକାରୀ ସାହୁ କହୁନ୍ତି, ସମାଧାନ ପାଇଁ ଏବେ ବି ଉଦ୍ୟମ ଜାରି ରହିଥିବାବେଳେ ଖୁବ୍‌ଶୀଘ୍ର ଏହାର ସମାଧାନ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri