୬୮,୯୮୦ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ଦିଆଗଲା ପ୍ରୋତ୍ସାହନ ରାଶି

ଭଦ୍ରକ ଅଫିସ,୧୧।୪: ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲାର ୬୮,୯୮୦ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ସହାୟତା ରାଶିକୁ ପ୍ରଶାସନ ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ଘରେ ପହଞ୍ଚାଯାଉଛି। କରୋନା ମୁକାବିଲା ପାଇଁ ସେମାନଙ୍କୁ ଏହି ରାଶି ପ୍ରୋତ୍ସାହନ ଭାବେ ପ୍ରଦାନ କରାଯାଉଥିବା କୁହାଯାଇଛି। ଯେଉଁ ଶ୍ରମିକମାନେ ନିଜ ସ୍ଥାୟୀ ବାସଗୃହରେ ନାହାନ୍ତି, ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ ବୋଲି ଜିଲା ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି। ଭଦ୍ରକ ବ୍ଲକର ୮,୬୭୯ ହିତାଧିକାରୀ, ବାସୁଦେବପୁର ବ୍ଲକର ୧୧,୮୬୫, ଭଣ୍ଡାରିପୋଖରୀର ୧୦,୭୩୬, ବନ୍ତ ବ୍ଲକର ୬,୩୫୪, ଧାମନଗରର ୯,୭୨୦, ତିହିଡି ବ୍ଲକର ୪,୮୯୩, ଚାନ୍ଦବାଲି ବ୍ଳକର ୯,୧୪୨, ଭଦ୍ରକ ପୌରପାଳିକାରେ ୪,୩୧୦ଜଣଙ୍କୁ ଏହି ରାଶି ପ୍ରଦାନ କରାଯାଇଛି। ସେହିଭଳି ବାସୁଦେବପୁର ପୌରପାଳିକାରେ ୩,୨୮୧ ନିର୍ମାଣ ଶ୍ରମିକଙ୍କୁ ଏହି ରାଶି ପ୍ରଦାନ କରାଯିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଛି। ଏନେଇ ଜିଲା ଶ୍ରମ ଅଧିକାରୀ କୁବେର ବେହେରା ଓ ଗ୍ରାମୀଣ ଶ୍ରମ ନୀରିକ୍ଷକ ସୁନନ୍ଦା ବିଶ୍ୱାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସର୍ବୋଚ୍ଚ ରଥ ‘ନନ୍ଦିଘୋଷ’ ଅସୁରକ୍ଷିତ

କେନ୍ଦୁଝର ୫।୧୧ (ସ୍ବ.ପ୍ର.)- କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ୭୨ ଫୁଟ ଉଚ୍ଚତା ବିଶିଷ୍ଟ କାଠ ତିଆରି ‘ନନ୍ଦିଘୋଷ’ ବିଶ୍ୱର ସର୍ବୋଚ୍ଚ ରଥର ମାନ୍ୟତା...

ବରଗଡ଼ ସିଟି ହସ୍‌ପିଟାଲ ଦାବି: ସେଲ୍ଫିଜୋନ୍‌ ଆଗରେ ସଚେତନ ନାଗରିକ ମଞ୍ଚର ଧାରଣା

ବରଗଡ଼ ଅଫିସ୍‌,୧।୨- ବରଗଡ଼ ସହରରୁ ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା (ଖେଦାପାଲି) ନିକଟକୁ ଜିଲା ମୁଖ୍ୟ ଡାକ୍ତରଖାନା ଉଠିଯିବା ପରେ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ...

ସ୍କୁଲ ବାରଣ୍ଡାରେ ଶିଶୁଙ୍କ ଭବିଷ୍ୟତ

ଆର.ଉଦୟଗିରି, ୨୭ା୨ (ଡି.ଏନ.ଏ.):ମୋହନା ବ୍ଲକ ଡେଙ୍ଗାସଖାଲ ହାଇସ୍କୁଲ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ରହିଛି। ଏଠାରେ ପିଲାମାନେ ଭଲରେ ପଢ଼ି ପାରୁନଥିବା ବେଳେ ଆବଶ୍ୟକ ଶ୍ରେଣୀ ଗୃହ...

ସରିତା ବାଗ୍‌ ହେଲେ ବଲାଙ୍ଗୀର ସଦର ବ୍ଲକ ଅଧ୍ୟକ୍ଷା

ବଲାଙ୍ଗୀର ଅଫିସ,୧୨ା୩: ବଲାଙ୍ଗୀର ସଦର ବ୍ଲକ ଅଧ୍ୟକ୍ଷା ଭାବେ ବଡ଼ିଘାଟ ସମିତି ସଭ୍ୟା ସରିତା ବାଗ୍‌ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଶନିବାର ବ୍ଲକ ଅଧ୍ୟକ୍ଷା ନିର୍ବାଚନ...

୩୫୦ରୁ କମ୍‌ କରୋନା ପଜିଟିଭ ଚିହ୍ନଟ; ୧୮ଶହ ଟପିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୩୩୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ଜଣଙ୍କର କରୋନାଜନୀତ ମୃତ୍ୟୁ ଘଟିଛି। ତେବେ ନୂଆ ପଜିଟିଭକୁ ମିଶାଇ...

୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ସମ୍ପର୍କରେ ଅପରାହ୍ନ ୪ଟାରେ ସୂଚନା ଦେବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୫: ଭାରତରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶବ୍ୟାପୀ ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ଫଳରେ ଦିନକୁ ଦିନ...

ହାତୀ ଆକ୍ରମଣରେ ମୃତ୍ୟୁ ଘଟଣା: ଧରିତ୍ରୀ ଖବରକୁ ନେଇ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ ଦାୟର, ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦାବି

ହାଟଡ଼ିହୀ,୧୯।୫(ଡି.ଏନ୍‌.ଏ.): ଗତ ୧୭ରେ କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ନୂଆରୁଗୁଡ଼ି ଗ୍ରାମର ଜଗନ୍ନାଥ ମଲ୍ଲିକ(୫୩) ଏବଂ ୧୮ରେ ମଇଚାଇପଦା ଗ୍ରାମର ସଞ୍ଜୁଲତା ରାଉତ(୫୨)ଙ୍କର ହାତୀ ଆକ୍ରମଣରେ...

ବଜ୍ରକାପ୍ତା ବିକ୍ରି ପାଇଁ ଚାଲିଥିଲା ଡିଲ୍‌, ମାଡ଼ିବସିଲା ଏସ୍‌ଟିଏଫ୍‌

ବୌଦ୍ଧ,୨୩ା୩(ସ୍ବ.ପ୍ର.): ବଜ୍ରକାପ୍ତା ବିକ୍ରି ଉଦ୍ୟମ ବେଳେ ବୌଦ୍ଧ ଜିଲା ଜାମୁଖୋଲ ଗ୍ରାମର ଦୁଇ ଶିକାରୀଙ୍କୁ ଗିରଫ କରିଛି ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ l ବଜ୍ରକାପ୍ତା...

Advertisement
Archives

Model This Week