୫ ଶିକାରୀ ଗିରଫ, ବନ୍ଧୁକ ଜବତ

ସଜନାଗଡ଼,୬।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରୁ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। କୁଲଡ଼ିହା ବନବିଭାଗ ପକ୍ଷରୁ ରବିବାର ରାତିରେ ପାଟ୍ରୋଲିଂ ସମୟରେ ୫ ଜଣ ଶିକାରୀଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଜବତ କରିଛନ୍ତି।
ସେମାନେ ହେଲେ ନୀଳଗିରି ବ୍ଲକ ଅଧୀନ ଧଡ଼ାସାହି ଗ୍ରାମର ଦୁଖିଆ ମୁର୍ମୁ (୪୦), ପୁଟିବନ୍ଧ ଗ୍ରାମର ମୁନା ସିଂ (୨୬), ହୁଡ଼ିସାହି ଗ୍ରାମର ଗାଲୁ ସିଂ (୪୫), ସମାରୀ ସିଂ (୨୨) ଓ ଲକ୍ଷ୍ମୀଧର ସିଂ (୨୦)। ସେମାନଙ୍କ ନିକଟରୁ ଦୁଇଟି ବନ୍ଧୁକ, ଗୋଟିଏ ମୃତ ଗୁରାଣ୍ଡି, ଦୁଇଟି ଟର୍ଚ୍ଚ, ଗୋଟିଏ କଟୁରୀ ଏବଂ ଛୁରି ଜବତ କରାଯାଇଛି। ଏନେଇ କୁଲଡ଼ିହା ବନବିଭାଗ ପକ୍ଷରୁ ଏକ ମାମଲା (ନଂ. ୧/୨୦) ରୁଜୁ କରାଯାଇଛି। ଏହି ଚଢ଼ାଉରେ କୁଲଡ଼ିହାର ଫରେଷ୍ଟର ନରେଶ ସିଂ, ଫରେଷ୍ଟ ଗାର୍ଡ, ହିମାଂଶୁ ପାଢ଼ୀଙ୍କ ସମେତ କୁଲଡ଼ିହାର ସବୁଜ ବାହିନୀ ସାମିଲ ଥିଲେ। ସୂଚନାଥାଉକି ଗତ ମାର୍ଚ୍ଚ ମାସରେ କୁଲଡିିହା ବନବିଭାଗ ହାତରେ ୪ଜଣ ଶିକାରୀ ଗିରଫ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣପୁରରେ କାଳବୈଶାଖୀ: ସଦର ମହକୁମାରେ ଭାଙ୍ଗିଲା ୪୦ଟି ବିଦ୍ୟୁତ ଖୁଣ୍ଟ

ସୋନପୁର,୬।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ମଙ୍ଗଳବାର ବିଳମ୍ବିତ ରାତିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ରାତି ପ୍ରାୟ ୧୧ଟାରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇଥିଲା। ଏଥିରେ...

ବିଫଳତା ଲୁଚାଇବାକୁ ବାହାନା

ବଇଣ୍ଡା,୨୯ା୯ (ପରିକ୍ଷିତ ସାହୁ) ବିପଦସଙ୍କୁଳ ଅବସ୍ଥାରେ ଅତି ତଳକୁ ଝୁଲିରହିଛି ବିଦ୍ୟୁତ୍‌ ତାର। ମୁକୁଳା ପଡ଼ିଛି ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱ। ଅନେକ ସ୍ଥାନରେ କାଠ, ବାଉଁଶ ଖୁଣ୍ଟିରେ...

ଗୋଲାପୀ, ରଇବାରୀକଁର ଦୁଖ୍‌ ଶୁନ୍‌ଲା ପରଶାସନ

  ଲୋଇସିଂହା,୧୨।୧୦(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପତ୍ରାପାଲି ଗଁାର ବିଧବା ମହିଲା ଗୋଲାପୀ ପଧାନ ଆର ନିସାହା ରଇବାରୀ ପଧାନକଁର ଦୁଖ୍‌ ଜିଲା ପରଶାସନ...

ବିରୂପା ସେତୁ ନିର୍ମାଣରେ ଅନିୟମିତତା

ଚଣ୍ଡିଖୋଲ,୨୯ା୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ବରୁହାଁ-ବାଲିଚନ୍ଦ୍ରପୁର ପୂର୍ତ୍ତ ବିଭାଗ ରାସ୍ତାର ବିରୂପା ନଦୀର ରୁକୁଟିପାଟ ଓ ମାଣ୍ଡୁକା ମଝିରେ ସେତୁ ନିର୍ମାଣ କାମ ଚାଲିଛି। ତେବେ ଏହି...

ଜାନୁୟାରୀ ୫ରୁ ମାଟ୍ରିକ୍‌ ସମେଟିଭ୍‌ ଆସେସମେଣ୍ଟ-୧ ପରୀକ୍ଷା

କଟକ ଅଫିସ,୨୧।୧୨: ଜାନୁୟାରୀ ୫ ତାରିଖରୁ ମାଟ୍ରିକ୍‌ ସମେଟିଭ୍‌ ଆସେସମେଣ୍ଟ-୧ ପରୀକ୍ଷା ଆରମ୍ଭ ହେବ। ତେବେ ଏହି ପରୀକ୍ଷା ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏ...

ସ୍କୁଲ, କଲେଜ ଫି’ ଛାଡ଼ ନେଇ ଜିଲାପାଳଙ୍କଠାରେ ଦାବିକଲା ଛାତ୍ର କଂଗ୍ରେସ

ବଲାଙ୍ଗୀର ଅଫିସ,୨୮ା୫: ବଲାଙ୍ଗୀର ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ରୀଛାତ୍ରଙ୍କ ସମସ୍ୟା ନେଇ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଛାତ୍ର ସଭାପତି ଅଙ୍କିତ ସାହୁଙ୍କ...

୩ଦିନ ହେଲା ମଧ୍ୟାହ୍ନଭୋଜନ ବନ୍ଦ: ତାଲା ଭାଙ୍ଗି ସ୍କୁଲ କମିଟିକୁ ଦାୟିତ୍ୱ ଦେଲା ପ୍ରଶାସନ

ରଣପୁର,୭ା୩(ସ୍ବ.ପ୍ର.): ରଣପୁର ବ୍ଳକ ଚାନ୍ଦପୁରସ୍ଥିତ ରଘୁ ଦିବାକର ନୋଡାଲ ଉଚ୍ଚ ବିଦ୍ୟାଳୟରେ ୩ଦିନ ଧରି ମଧ୍ୟାହ୍ନଭୋଜନ ବନ୍ଦ ରହିଥିଲା। ଗଜଲକ୍ଷ୍ମୀ ସ୍ବୟଂ ସହାୟିକା ଗୋଷ୍ଠୀର ଜଣେ...

୬ ଜିଲା ପରିଷଦ ଜୋନ୍‌ରେ ଭାଜପା-ବିଜେଡି ଲଢ଼େଇ

ବ୍ରହ୍ମପୁର ଅଫିସ,୧୪ା୨: ବ୍ରହ୍ମପୁର ସବଡିଭିଜନ ଅନ୍ତର୍ଗତ ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଛି ପାତ୍ରପୁର ଓ ଚିକିଟି ବ୍ଲକ। ଏହି ୨ ବ୍ଲକରେ ୬ ଜିଲା ପରିଷଦ...

Advertisement
Archives

Model This Week