୫ ମାସ ପରେ ହେଲ୍ପ ଡେସ୍କ ଚଳଚଞ୍ଚଳ

ଅନୁଗୋଳ ଅଫିସ, ୧୭।୬

ଚିକିତ୍ସାରେ ସହଯୋଗ ସହ ଚିକିତ୍ସାଳୟର ମାନ ବଢ଼ାଇବାକୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ହେଲ୍ପ ଡେସ୍କ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। ତେବେ ଦୀର୍ଘ ୫ ମାସ ହେବ ଏହି ହେଲ୍ପ ଡେସ୍କ ଏକପ୍ରକାର କୋମା ଅବସ୍ଥାକୁ ଚାଲିଯାଇଥିଲା। ଏ ନେଇ ଗତ ୧୪ ତାରିଖରେ ‘କୋମାରେ ହେଲ୍ପ ଡେସ୍କ’ ଶୀର୍ଷକ ଖବର ‘ଧରିତ୍ରୀ’ରେ ପ୍ରକାଶ ପରେ ଅନୁଗୋଳର ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କେତେଜଣ ବୁଦ୍ଧିଜୀବୀ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନକୁ ଟୁଇଟ୍‌ କରିଥିଲେ। ତେବେ ମଙ୍ଗଳବାର ମେଡିକାଲ କାର୍ଯ୍ୟାଳୟ ଖୋଲିବା ପରେ ଏଡିଏମ୍‌ଓ ଏହାର ତନାଘନା କରିଥିଲେ। ଏହାପରେ ହେଲ୍ପ ଡେସ୍କ ମ୍ୟାନେଜରଙ୍କୁ ଡାକି ତାଗିଦ୍‌ କରିଥିଲେ। ତୁରନ୍ତ ହେଲ୍ପ ଡେସ୍କ ମ୍ୟାନେଜରଙ୍କ ସହ ଭଲ୍ୟୁଣ୍ଟରମାନେ ବିଭିନ୍ନ ୱାର୍ଡ ବୁଲି ରୋଗୀଙ୍କ ପାଖରୁ ମତାମତ ସଂଗ୍ରହ କରିଥିବା ଦେଖାଯାଇଥିଲା। ଏପରି କି ବହିର୍ବିଭାଗକୁ ଆସୁଥିବା ରୋଗୀମାନଙ୍କ ପଞ୍ଜୀକରଣ କରିବା ସହ ସ୍ବାସ୍ଥ୍ୟସେବାରେ କେତେ ସନ୍ତୁଷ୍ଟ ଅଛନ୍ତି ସେ ନେଇ ଫିଡ୍‌ ବ୍ୟାକ୍‌ ମଧ୍ୟ ସଂଗ୍ରହ କରାଯାଇଥିବା ଦେଖିବାକୁ ମିଳିଥିଲା। ପ୍ରତ୍ୟେକ ଦିନ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ୫-ଟି ବିଭାଗକୁ କାର୍ଯ୍ୟ ସମ୍ପର୍କରେ ଅବଗତ କରାଯିବ ବୋଲି ମେଡିକାଲ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଇସେନ୍ସ ନ ଥିଲେ ମେଡିସିନ୍‌ ଦୋକାନ ବନ୍ଦ

ଅନୁଗୋଳ ଅଫିସ, ୬।୪- ଅନୁଗୋଳ ପୌରପାଳିକା ଅଧୀନରେ ଥିବା ମେଡିସିନ୍‌ ଦୋକାନ ଗୁଡ଼ିକରେ ଭିଡ଼ ବଢ଼ୁଛି। ଲୋକମାନେ ସାମାଜିକ ଦୂରତାକୁ ଉଲ୍ଲଂଘନ କରୁଛନ୍ତି। ଯେଉଁ ମେଡିସିନ...

ପାଣି ଖୋଜୁଛନ୍ତି ପଥିକ

ଖମାର,୯ା୪ ବଢ଼ୁଛି ଗ୍ରୀଷ୍ମପ୍ରବାହ। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। ସ୍ଥିତିକୁ ଦେଖି ସରକାର ସଚେତନ କରାଉଛନ୍ତି। ଅଂଶୁଘାତକୁ ନେଇ ସତର୍କ ରହିବାକୁ...

ପ୍ରାଣୀ ଚିକିତ୍ସା ଦିଗରେ ପଦକ୍ଷେପ ନାହିଁ

ଖମାର,୧୮ା୬ ଚାଷୀଙ୍କ ପକେଟକୁ ଅଧିକ ଅର୍ଥ ଦେବାକୁ ପ୍ରାଣୀଧନ ପାଳନ ନିମନ୍ତେ ପ୍ରୋତ୍ସାହିତ କରୁଛନ୍ତି ସରକାର। ଏଥିପାଇଁ ବିଭିନ୍ନ ଯୋଜନା କରାଯାଇଛି। ବ୍ୟାଙ୍କ ମାଧ୍ୟମରେ କମ୍‌...

ଅଧା ହିତାଧିକାରୀ ଅଯୋଗ୍ୟ

ଅନୁଗୋଳ ଅଫିସ, ୫।୨: ଆବାସ ତାଲିକାରୁ କଟିଗଲା ପ୍ରାୟ ଅଧା ହିତାଧିକାରୀଙ୍କ ନାମ। ଅନୁଗୋଳ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯୋଗ୍ୟ...

ମରୁଡ଼ି ଚିନ୍ତା: ବୀମାରେ ସର୍ବକାଳୀନ ରେକର୍ଡ: ପଞ୍ଜୀକରଣ କଲେଣି ୪୫ ହଜାର ଚାଷୀ

ଅନୁଗୋଳ ଅଫିସ, ୩୧।୭-ଆବଶ୍ୟକ ବର୍ଷା ହେଉ ନ ଥିବାରୁ ମରୁଡ଼ି ନେଇ ଅନୁଗୋଳ ଜିଲାର ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ତେଣୁ ମରୁଡ଼ି ଜନିତ ଫସଲ କ୍ଷତିରୁ...

ପୌରପାଳିକା ଜାଗାରୁ ମାଟି ଚୋରା ଚାଲାଣ ଘଟଣା: ତଦନ୍ତ ଆରମ୍ଭ କଲେ ତହସିଲଦାର

ଅନୁଗୋଳ ଅଫିସ, ୨୦।୧୨- ଅନୁଗୋଳ ପୌରପାଳିକା ଡମ୍ପିଂୟାର୍ଡ୍‌ ପାଇଁ ମିଳିଥିବା ୫ ଏକର ଜାଗାରୁ ରାତିରେ ମାଟି ଚୋରା ଚାଲାଣ ସମ୍ପର୍କିତ ଖବର ଗୁରୁବାର ‘ଧରିତ୍ରୀ’ରେ...

ହଣ୍ଡପା ରେଞ୍ଜରେ ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ

ବଇଣ୍ଡା,୯।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଜାମ୍ବୁନାଳୀ, ଅଶ୍ରୁବାହାଳ, ନାଗାଝରଣ, ଗୋଳାସର, ମଧପୁର ଆଦି ଗ୍ରାମ ଗୁଡ଼ିକରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ହାତୀମାନେ...

ଉତ୍ପାଦନରେ ଏମ୍‌ସିଏଲ୍‌ର ନୂଆ ରେକର୍ଡ

ତାଳଚେର, ୨୭ା୧୦ (ନି.ପ୍ର.): କୋଇଲା ଉତ୍ପାଦନରେ ନୂଆ ରେକର୍ଡ ହାସଲ କରିଛି ଟିମ୍‌ ମହାନଦୀ କୋଲଫିଲ୍ଡସ ଲିମିଟେଡ(ଏମ୍‌ସିଏଲ୍‌)। ୨୦୨୨-୨୩ ଆର୍ଥିକ ବର୍ଷରେ ୧୦୦ ମିଲିୟନ ଟନ୍‌...

Advertisement
Archives

Model This Week