୫ ଜିଲାରେ ଉଜାଡ଼ିବ ଜଙ୍ଗଲ, ଚାଷ

କଟକ ଅଫିସ,୩ା୬: ପାକିସ୍ତାନୀ ପଙ୍ଗପାଳ ଏବେ ଛତିଶଗଡ଼ରେ ଉପଦ୍ରବ ଚଳାଇଛି। କିନ୍ତୁ ଓଡ଼ିଶାରେ ସେମାନଙ୍କ ଆଗମନ ସୂଚନା ପାଇବା ପରେ ଫସଲ ବଞ୍ଚାଇବା ଚିନ୍ତାରେ ଚାଷୀଙ୍କ ଭିତରେ ଭାଳେଣି ପଡ଼ିଲାଣି। କିଛି ଦିନ ଭିତରେ ପଙ୍ଗପାଳ ଦଳ ଛତିଶଗଡ଼ ସୀମାବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବେଶ କରିବେ ବୋଲି ପୂର୍ବାନୁମାନ କରିଛି ଜାତୀୟ ଧାନ ଗବେଷଣା କେନ୍ଦ୍ର (ଏନ୍‌ଆର୍‌ଆର୍‌ଆଇ)। ଫଳସ୍ବରୂପ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଭଳି ଜିଲାର ଜଙ୍ଗଲ ଓ ପରିବା ଚାଷ ଉଜୁଡ଼ିବା ଆଶଙ୍କା ରହିଛି। ଏବେ ପ୍ରାୟ ଜମିରେ ଧାନ ଚାଷ ନ ଥିବା ଯୋଗୁ ପନିପରିବା ଚାଷ ହିଁ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହେବ ବୋଲି କେନ୍ଦ୍ରର କୀଟ ବିଜ୍ଞାନ ବିଭାଗ ପ୍ରଧାନ ବୈଜ୍ଞାନିକ ଡା. ଶ୍ୟାମାରଞ୍ଜନ ଦାସ ମହାପାତ୍ର କହିଛନ୍ତି। ପ୍ରତ୍ୟେକ ଜିଲାରେ କଣ୍ଟ୍ରୋଲ ରୁମ୍‌ ଖୋଲାଯିବା ସହ ପ୍ରତିକାର ପାଇଁ ସଜାଗ ରହିବାକୁ ରାଜ୍ୟ ସରକାର ଉଦ୍ୟମ କରୁଥିବା କେନ୍ଦ୍ର କହିଛି। ପ୍ରତିକାର ସଠିକ୍‌ ଭାବେ ନ ହେଲେ ଏହା ଓଡ଼ିଶା ପାଇଁ ବିପର୍ଯ୍ୟୟକୁ ଡାକିଆଣିବ ବୋଲି ମଧ୍ୟ କେନ୍ଦ୍ର ଚେତାଇଦେଇଛି।
ଗୋଟିଏ ଦିନରେ ୩୫ ହଜାର ଲୋକଙ୍କ ଖାଦ୍ୟ ନଷ୍ଟ କରିପାରନ୍ତି
ଖାଦ୍ୟ ଏବଂ କୃଷି ସଙ୍ଗଠନ (ଏଫ୍‌ଏଓ)ର ସୂଚନା ଅନୁଯାୟୀ, ପଙ୍ଗପାଳ ଦଳ ଛତିଶଗଡ଼ରେ ପହଞ୍ଚତ୍ ସାରିଛନ୍ତି। ଏମାନେ ହେଲେ ମରୁଭୂମି ପଙ୍ଗପାଳ ପ୍ରଜାତି। ପ୍ରାୟ ୨୩ଟି ପଙ୍ଗପାଳ ଦଳ ପଶ୍ଚିମ ଆଫ୍ରିକାରୁ ଆସିଛି। ପୂର୍ବ ଆଫ୍ରିକା ଅତିକ୍ରମ କରି ସେମାନେ ବେଲୁଚିସ୍ତାନ ପରେ ପାକିସ୍ତାନ ଦେଇ ରାଜସ୍ଥାନରେ ପ୍ରବେଶ କରିଥିଲେ। ପରେ ମହାରାଷ୍ଟ୍ର, ହରିୟାଣା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼କୁ ପହଞ୍ଚତ୍ ସାରିଲେଣି। ଘଣ୍ଟାକୁ ୧୬ରୁ ୧୯ କି.ମି. ବେଗରେ ଗତି କରୁଥିବା ଏହି ପଙ୍ଗପାଳ ଦଳ ଗୋଟିଏ ଦିନରେ ଅତିକମ୍‌ରେ ୧୩୦ କି.ମି. ଅତିକ୍ରମ କରୁଛନ୍ତି। ଦିନ ସମୟରେ ଉଡ଼ିବା ସହ ରାତିରେ ଏମାନେ ବିଶ୍ରାମ ନିଅନ୍ତି। ଜଳର ଆସ୍ତରଣ ଥିଲେ ବିଶ୍ରାମ ବଦଳରେ ରାତିରେ ମଧ୍ୟ ଉଡ଼ିଥାନ୍ତି ବୋଲି କେନ୍ଦ୍ର ସୂଚନା ଦେଇଛି। ଗୋଟିଏ ବର୍ଗକିଲୋମିଟର ଆଚ୍ଛାଦିତ କ୍ଷେତ୍ରଫଳରେ ପ୍ରାୟ ୪୦ରୁ ୮୦ ଲକ୍ଷ ସଂଖ୍ୟକ ପଙ୍ଗପାଳ ରହିଥାନ୍ତି। ଗୋଟିଏ ଦିନରେ ୩୫ ହଜାର ଲୋକଙ୍କ ଖାଦ୍ୟକୁ ଏମାନେ ନଷ୍ଟ କରିପାରନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଅମ୍ଫନ ଯୋଗୁ ପଙ୍ଗପାଳ ଦଳର ଗତି ପ୍ରଭାବିତ ହୋଇଥିଲା। ଜୁଲାଇ ପର୍ଯ୍ୟନ୍ତ ପଙ୍ଗପାଳ ଦଳର ଉପଦ୍ରବ ରହିବ। ମୌସୁମୀ ବାୟୁର ପ୍ରଭାବରେ ପଙ୍ଗପାଳ ପଶ୍ଚିମାଭିମୁଖୀ ହେବେ ଓ ପ୍ରଜନନ ଆରମ୍ଭ କରିବେ। ଏମାନଙ୍କ ପ୍ରଜନନ ସମୟ ହେଉଛି ଜୁଲାଇରୁ ଅକ୍ଟୋବର ମାସ। ଗୋଟିଏ ମାଈ ମରୁଭୂମି ପଙ୍ଗପାଳ ଥରକରେ ୬୦ରୁ ୮୦ଟି ଅଣ୍ଡା ଦେଇଥାଏ। ବାଲି-କାଦୁଅ ମିଶା ଆଦର୍‌ର ମାଟିରେ ହିଁ ଏମାନେ ଅଣ୍ଡା ଦିଅନ୍ତି।
୨୦୧୦ ପରଠାରୁ ଭାରତରେ ଏତେ ସଂଖ୍ୟାରେ ପଙ୍ଗପାଳ ପ୍ରଜନନ ଓ ଘୂରି ବୁଲିବା ଦେଖାଯାଇ ନ ଥିଲା। ଭାରତରେ ପଙ୍ଗପାଳଜନିତ ମହାମାରୀ ୧୨ଥର ଘଟିଛି। ୧୯୬୨ ପୂର୍ବରୁ ଭାରତରେ ମରୁଭୂମି ପଙ୍ଗପାଳଙ୍କ ପ୍ରାଦ୍ରୁର୍ଭାବ ମାତ୍ରାଧିକ ରହିଥିଲା। ୧୯୬୪ରୁ ୧୯୯୭ ପର୍ଯ୍ୟନ୍ତ ୧୩ ଥର ପଙ୍ଗପାଳଜନିତ ସମସ୍ୟା ଦେଖାଦେଇଛି। ୧୯୯୮ରୁ ୨୦୧୦ ପର୍ଯ୍ୟନ୍ତ ୪ଥର ପଙ୍ଗପାଳ ପ୍ରଜନନ ଓ ଘୂରିବୁଲିବା ଘଟଣା ଭାରତର ସୀମିତ ଅଞ୍ଚଳରେ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ବଢିପାରେ ସ୍କୁଲ ଛୁଟି ଅବଧି! ରାଜ୍ୟ ସରକାର ନେବେ ବଡ଼ ନିଷ୍ପତ୍ତି…

ଭୁବନେଶ୍ୱର,୧୬।୬: ମୌସୁମୀରେ ପ୍ରତିବନ୍ଧକ ସାଜୁଛି କି ଏଲ ନି ନୋ?  କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏଭଳି ସ୍ଥିତି ।ଏବେ ବି ଦିନରେ ଖରା ଗରମ…

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

ଥୁଆମୂଳ ରାମପୁରରେ ରଜ ଉତ୍ସବ, ଦୋଳି ଖେଳିଲେ ଲାଞ୍ଜିଗଡ଼ ବିଧାୟକ; ଦଳୀୟ ଆଭିମୁଖ୍ୟ ଭୁଲି…

ଥୁଆମୂଳ ରାମପୁର, ୧୬।୬(ଦୁର୍ଗା କୀର୍ତ୍ତି): ଓଡ଼ିଶାର ଗଣପର୍ବ ‘ରଜ’ ଏବେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି। କଳାହାଣ୍ଡି ଜିଲା ଥୁଆମୂଳ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରମ୍ଭାକୁ ହରାଇ ଛତ୍ରପୁର ଚମ୍ପିୟାନ

ଛତ୍ରପୁର, ୧୬।୬(ବିଦ୍ୟାଧର ସାହୁ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ରଜ ପର୍ବ ଉପଲକ୍ଷେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଏକ ୬-ଓଭର…

ରକ୍ତଦାନରେ ଉଲ୍ଲେଖନୀୟ ଅବଦାନ: ଜାତୀୟ ସ୍ତରରେ ସମ୍ମାନିତ ହେଲା ବରଗଡ଼ର ‘ନିଷ୍ଠା ପରିବାର’

ବରଗଡ଼, ୧୬ ଜୁନ୍ (ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ନିଷ୍ଠା ପରିବାର’ ପାଇଁ ଏକ ଗର୍ବର ବିଷୟ । ମଙ୍ଗଳବାର ଦିନ ଗୁଜରାଟର ଅହମଦାବାଦଠାରେ…

ଜୁନ୍ ୧୯ରୁ ଖଣ୍ଡୁଆଳ ମାଳି ପାହାଡ଼ ଉପରେ ପ୍ରସିଦ୍ଧ ଯାତ୍ରା: ଖଣି ଖନନ ବିରୋଧରେ ବଜ୍ର ଶପଥ ନେବେ ହଜାର ହଜାର…

ଥୁଆମୂଳ ରାମପୁର,  ୧୬।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ କର୍ଲାପାଟ ଅଭୟାରଣ୍ୟ ପାର୍ଶ୍ୱ ଖଣ୍ଡୁଆଳ ମାଳି ପାହାଡ଼ ଉପରେ ଆସନ୍ତା ଜୁନ୍ ୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri