୫ ଗ୍ରାମ୍ୟରାସ୍ତାର ହେବ ଉନ୍ନତୀକରଣ

ଭୁବନ, ୭।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଭୁବନ ବ୍ଲକ ସଭାଗୃହରେ ପଞ୍ଚାୟତ ସମିତିର ସ୍ବତନ୍ତ୍ର ଅଧିବେଶନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଅଧ୍ୟକ୍ଷତା କରିଥିଲେ। ଖୁବ୍‌ଶୀଘ୍ର ବ୍ଲକର ୫ ବ୍ୟସ୍ତବହୁଳ ଗ୍ରାମ୍ୟରାସ୍ତାର ଉନ୍ନତୀକରଣ କରାଯିବ। ଫଳରେ ୫୫ନଂ. ଜାତୀୟ ରାଜପଥକୁ ଯୋଗାଯୋଗ ଅଧିକ ସୁଗମ ହୋଇପାରିବ। ଏଥିସହ ଚାଷୀ ଏବଂ ଚାଷର ବିକାଶ ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବ୍ଲକ ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଥିଲେ।
ବ୍ଲକର ବିଭିନ୍ନ ପଞ୍ଚାୟତରୁ ୫୩ନଂ. ଜାତୀୟ ରାଜପଥକୁ ଗ୍ରାମ୍ୟ ସଡ଼କ ସଂଯୋଗ କରିଛି। ଏହା ଉପରେ ହଜାର ହଜାର ଜନସାଧାରଣ ନିର୍ଭର କରୁଛନ୍ତି। ସେଥିମଧ୍ୟରୁ ମଠକରଗୋଳା-ଜିରାଳ, ଟିପିଲେଇ ଛକ-ପାଟପୁର, ଗଡ଼ନୃସିଂହପ୍ରସାଦ-କୃଷ୍ଣପୁର, ବାଲିଝାଟି ଛକ-ଜୟପୁର ଏବଂ ଶ୍ୟାମଳ-ସେନନ୍ଦା ରାସ୍ତା ଅନ୍ୟତମ। ଏସବୁ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ଓ୍ବାଇ)ରେ ସାମିଲ କରାଯିବ। ଫଳରେ ବ୍ଲକବାସୀ ଉପକୃତ ହୋଇପାରିବେ। ସେହିପରି ଅଧାପନ୍ତରିଆ ହୋଇ ପଡ଼ିଥିବା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ର ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବା, କୃଷି ଏବଂ କୃଷକର ବିକାଶ ଲାଗି ରହିଥିବା ଯୋଜନାର ସଫଳ ରୂପାୟନ ଦିଗରେ ଯତ୍ନବାନ ଦେବାକୁ ବିଡିଓ ଆଶୀର୍ବାଦ ପରିଡ଼ା ପରାମର୍ଶ ଦେଇଥିଲେ।
ଏହି ଅବସରରେ ପଞ୍ଚାୟତର ଲୋକପ୍ରତିନିଧିମାନେ ନିଜ ଅଞ୍ଚଳର ସମସ୍ୟା ଉପସ୍ଥାପନ କରିଥିଲେ। ବ୍ଲକ ଉପାଧ୍ୟକ୍ଷ ସୁଭଦ୍ରା ପାତ୍ର, ସହକାରୀ ଯନ୍ତ୍ରୀ ଶ୍ରୀମନ୍ତ ନାରାୟଣ ଆଚାର୍ଯ୍ୟ, ନିର୍ବାଚିତ ପ୍ରତିନିଧିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୁଙ୍ଗ୍‌ଟାରେ ୧୧ ହଜାର କୋଟିର ପୁଞ୍ଜି ନିବେଶ

ଭୁବନେଶ୍ୱର (ବ୍ୟୁରୋ)/ଢେଙ୍କାନାଳ ଅଫିସ ୧୫।୭: ୨୦୩୦ ମସିହା ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିୟନ ଟନ୍‌ରେ ପହଞ୍ଚତ୍ବ। ଏଥିଲାଗି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ...

ଅଛୁଆଁ ହେଉଛନ୍ତି କୁଷ୍ଠ ଆକ୍ରାନ୍ତ

ଢେଙ୍କାନାଳ ଅଫିସ, ୧୫।୧: ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା କୁଷ୍ଠ ଆକ୍ରାନ୍ତ ଛୁଆଁ ଅଛୁଆଁ ଭେଦଭାବର ଶିକାର ହେଉଛନ୍ତି। ଖାଦ୍ୟ ଟେଣ୍ଡରଧାରୀ ସଂସ୍ଥାର କର୍ମଚାରୀମାନେ ସେମାନଙ୍କୁ ହୀନମନ୍ୟତା ଦୃଷ୍ଟିରେ...

ଆବାସ ଦୁର୍ନୀତିକୁ ଆଖିପାଉନି

ଢେଙ୍କାନାଳ ଅଫିସ, ୧୯।୮: ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ, କେହି ବାସହୀନ ହୋଇ ରହିବେ ନାହିଁ। ସବୁ ପରିବାରକୁ ମିଳିବ ମୁଣ୍ଡ ଉପରେ ଛାତ। ବସ୍ତିମୁକ୍ତ ହେବ...

ବଡ଼ଦିନରେ ଜମିଲା ବଣଭୋଜି: ନାଚ, ଗୀତରେ ସପ୍ତଶଯ୍ୟା ଉତ୍ସବମୁଖର

ଢେଙ୍କାନାଳ ଅଫିସ,୨୬ା୧୨ – ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଢେଙ୍କାନାଳର ପର୍ଯ୍ୟଟନସ୍ଥଳୀ ସବୁଜିମାମୟ ସପ୍ତଶଯ୍ୟାରେ ବୁଧବାର ବଡ଼ଦିନ ଅବସରରେ ବଣଭୋଜି ବେଶ୍‌ ଜମିଥିଲା। ଚଳିତବର୍ଷ ବହୁ ସଂଖ୍ୟକ...

ଆଧାରକାର୍ଡ ପାଇଁ ଆଖି ବାଧକ

ଭୁବନ, ୬।୫(ଡି.ଏନ.ଏ.) – ଜନ୍ମରୁ ଆଖି ନାହିଁ। ଆଖି ନ ଥିବାରୁ ହୋଇପାରୁନି ଆଧାରକାର୍ଡ। ଆଧାରକାର୍ଡ ନ ଥିବାରୁ ମିଳୁନି କୌଣସି ସରକାରୀ ସହାୟତା। ଏପରି...

କପିଳାସ ନାଟ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟା:ପଥଭ୍ରଷ୍ଟ ପୁତ୍ରଙ୍କୁ ଶିକ୍ଷା ଦେବାକୁ ‘ପୁତ୍ରପୂଜା’

ଢେଙ୍କାନାଳ ଅଫିସ,୨୮ା୧୨ ଢେଙ୍କାନାଳର ନାଟ୍ୟ ଅନୁଷ୍ଠାନ କଳାପରିଷଦ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମସ୍ଥିତ ଗଜଲକ୍ଷ୍ମୀ କଳାମଣ୍ଡପଠାରେ ଆୟୋଜିତ ହେଉଥିବା ଜାତୀୟ ବହୁଭାଷୀ କପିଳାସ ନାଟକ ମହୋତ୍ସବର...

ଗ୍ରାମ ସାନିଟାଇଜ୍‌ କଲା ଏମ୍‌ସିସି

ଢେଙ୍କାନାଳ ଅଫିସ, ୧।୫ – ଢେଙ୍କାନାଳ ପୌରାଞ୍ଚଳ ମୁକ୍ତାଦେଈପୁର ଶାସନର ଯୁବଗୋଷ୍ଠୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। କୋଭିଡ୍‌-୧୯କୁ ହରାଇବାକୁ ସଂକଳ୍ପ କରିଛନ୍ତି ମୁକ୍ତାଦେଈପୁର...

ଫରେଷ୍ଟ କଲୋନୀରେ ବିସ୍ଫୋରଣ: ହାତୀ ସ୍କ୍ବାଡ୍‌ କର୍ମଚାରୀ ଗୁରୁତର

ଢେଙ୍କାନାଳ ଅଫିସ,୨୪।୬: ଢେଙ୍କାନାଳ ସହର ଗଣେଶ ବଜାରରେ ଥିବା ଫରେଷ୍ଟ କଲୋନୀରେ ବୁଧବାର ସକାଳେ ବିସ୍ଫୋରଣ ଘଟିଛି। ଏଥିରେ ଜାଣେ ଗୁରୁତର ହୋଇଛନ୍ତି। ସେ ହେଲେ...

Advertisement
Archives

Model This Week