ପଶ୍ଚିମବଙ୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ଓଡ଼ିଆ ମୃତ, ୩ ଗୁରୁତର

ଭୁବନେଶ୍ୱର,୧୮।୩(ବ୍ୟୁରୋ): ପଶ୍ଚିମବଙ୍ଗର ସିଲିଗୁଡ଼ି କଲିମ୍‌ପଙ୍ଗ ଘାଟିରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଭୁବନେଶ୍ୱର ଅଞ୍ଚଳର ୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ସ୍ଥାନୀୟ ରେଳବିହାରରେ ରହୁଥିବା ରତିକାନ୍ତ ନନ୍ଦ, ଶକୁନ୍ତଳା ନନ୍ଦ, ସୁଲୋଚନା ପଣ୍ଡା, ଅଭିଜିତ ରଥ, ସବିତା ନନ୍ଦ। ଆହତମାନେ ହେଲେ ୯ବର୍ଷୀୟା ସାଇ ସ୍ନେହା ରଥ, ଶ୍ୱେତପଦ୍ମା ନନ୍ଦ ଏବଂ ଡଲି ଦାସ। ମୃତକ ଓ ଆହତମାନେ ସମସ୍ତେ ଗୋଟିଏ ପରିବାରର ଏବଂ ନିକଟ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ କଟକ ସାଲେପୁର ଅଞ୍ଚଳର ରତିକାନ୍ତ ପରିବାର ସହ ରେଳବିହାରରେ ରୁହନ୍ତି। ରତିକାନ୍ତ, ତାଙ୍କ ସ୍ତ୍ରୀ, ଝିଅ, ଜ୍ୱାଇଁ, ନାତୁଣୀ ଓ ଜଣେ ସମ୍ପର୍କୀୟ ଏକ ଟାଟା ସୁମୋରେ ଦାର୍ଜିଲିଂ ବୁଲିବାକୁ ଯାଇଥିଲେ। ମଙ୍ଗଳବାର ଗାଙ୍ଗ୍‌ଟକରୁ ସିଲିଗୁଡ଼ି ଯିବା ବାଟରେ ଘାଟି ରାସ୍ତାରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ୧୦୦ ଫୁଟ ତଳ ଏକ ଖାତ ମଧ୍ୟକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ମୃତକ ଓ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ରୁପା ତାରକସିକୁ ମିଳିଲା ଜିଆଇ ଟ୍ୟାଗ୍‌

କଟକ,୨ା୩(କାର୍ତ୍ତିକ ସାହୁ): ବହୁଦିନର ଦାବି ଆଜି ପୂରଣ ହୋଇଛି। ପ୍ରାଚୀନ କଟକ ସହରର ଅନ୍ୟତମ ଐତିହ୍ୟ ଭାବେ ପରିଗଣିତ ରୁପା ତାରକସିକୁ ଶନିବାର ଜିଆଇ ଟ୍ୟାଗ୍‌...

ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୨ା୩(ଅସମାପିକା ସାହୁ): ଲିଙ୍ଗରାଜ ମହାପ୍ରଭୁଙ୍କ ଚଳିତ ବର୍ଷ ପ୍ରସିଦ୍ଧ ମହାଶିବରାତ୍ରି ଅବସରରେ ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରଣାଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ କମିଟି ବୈଠକ ସର୍କିଟ...

ଗୋଟିଏ ଦିନରେ ୩,୦୩୭ କୋଟି ଟଙ୍କାର ୫୨ ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୩(ଅସମାପିକା ସାହୁ): ଶନିବାର ଜଳସେଚନ କ୍ଷେତ୍ରରେ ଏକ ସୁବର୍ଣ୍ଣ ଅଧ୍ୟାୟ ସୃଷ୍ଟି ହୋଇଛି। ଗୋଟିଏ ଦିନରେ ୩,୦୩୭ କୋଟି ଟଙ୍କାରେ ୫୨ଟି ପ୍ରକଳ୍ପର ଉଦ୍‌ଘାଟନ ଓ...

କେନ୍ଦୁଝରରେ ମେଡିକାଲ କଲେଜ, ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାରଠାରୁ ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ରୋଗୀ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ...

ଭଦ୍ରକରେ ଭାଇର ଆତ୍ମହତ୍ୟା ଖବର ଶୁଣି ଜୀବନ ହାରିଲା ଭଉଣୀ

ଭୁବନେଶ୍ୱର,୨।୩: ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମେ ଭଦ୍ରକ ଜିଲାରେ ଭାଇ ଭଉଣୀ ଗୋଟିଏ ଦିନରେ ଆତ୍ମହତ୍ୟା କରିଛନ୍ତି। ରିପୋର୍ଟ ଅନୁଯାୟୀ ପ୍ରଥମେ ଭାଇ ଆତ୍ମହତ୍ୟା କରିଥିଲେ...

ମାଗଣା ୟୁ.ପି.ଏସ୍‌‌.ସି. ସିଭିଲ୍‌‌ ସର୍ଭିସ କୋଚିଂ ପ୍ରଦାନ କରିବେ ରାଜ୍ୟ ସରକାର, ଆବେଦନ ଆରମ୍ଭ

ଭୁବନେଶ୍ୱର,୨।୩: ରାଜ୍ୟ ସରକାର ୨୦୨୪-୨୫ ଶିକ୍ଷାବର୍ଷରେ ୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣା ୟୁ.ପି.ଏସ୍‌‌.ସି. ସିଭିଲ୍‌‌ ସର୍ଭିସ କୋଚିଂ ପ୍ରଦାନ କରିବେ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ...

ଏଲ୍‌‌ ନିନୋ ଦୁର୍ବଳ ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା: ପାଣିପାଗ ବିଭାଗର ଅନୁମାନ

ଭୁବନେଶ୍ୱର,୨।୩: ଚଳିତ ବର୍ଷ ଏଲ୍‌‌ ନିନୋ ଧୀରେ ଧୀରେ ଦୁର୍ବଳ ହେଉଥିବାରୁ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ...

ଦଳ ଛାଡୁଥିବା ନେତାଙ୍କ ଭବିଷ୍ୟତ ନାହିଁ: ସସ୍ମିତ ପାତ୍ର

ଭୁବନେଶ୍ୱର,୨।୩: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଭାଜପା ଓ ବିଜେଡି ମଧ୍ୟରେ ମେଣ୍ଟକୁ ଚର୍ଚ୍ଚା ଜୋର ଧରିଛି। ତେବେ ମେଣ୍ଟ ଚର୍ଚ୍ଚାକୁ ଭାଜପାର ରାଜ୍ୟ ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri