୫୫ ନଂ. ଏନ୍‌ଏଚରେ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର: ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ବଇଣ୍ଡା,୩।୩(ଡି.ଏନ.ଏ.)-ଅନୁଗୋଳ ଜିଲା କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର ହଣ୍ଡପା ଥାନା କମରେଇ ନିକଟରେ ମଙ୍ଗଳବାର ଅପରାହ୍ନ ୪.୩୦ରେ ଏକ ପ୍ରୋପେନ ଗ୍ୟାସ ବୋଝେଇ ଟ୍ୟାଙ୍କର( ନଂ. ଏନଏଲ୦୧ଡି୨୭୫୮) ଭାରସାମ୍ୟ ହରାଇ ଓଲଟିପଡ଼ିଛି। କଟକରୁ ସମ୍ବଲପୁର ଅଭିମୁଖେ ଉକ୍ତ ଟ୍ୟାଙ୍କରଟି ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଦୁର୍ଘଟଣା ପରେ ଟ୍ୟାଙ୍କର ତଳୁ କଣା ହୋଇପଡ଼ିବା ଯୋଗୁ ପ୍ରବଳ ମାତ୍ରାରେ ଲିକ କରୁଛି। ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଖବରପାଇ ଆଠମଲ୍ଲିକ ଏସଡିପିଓ, ହଣ୍ଡପା, କିଶୋରନଗର ପୋଲିସ ସହ ବାମୁର, ଅନୁଗୋଳ, ରେଢାଖୋଲ ଓ ଆଠମଲ୍ଲିକ ୪ଟି ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି। ଏପରିକି ଗ୍ୟାସ ଟାଙ୍କି ଉପରେ ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ସ୍ପ୍ରେ କରାଯାଉଥିବାବେଳେ ଉକ୍ତ ଗ୍ୟାସଟି କିଛି ବିଷାକ୍ତ ଥିବା ଯୋଗୁ ସାଧାରଣ ଲୋକଙ୍କ ଚର୍ମରେ ସ୍ପର୍ଶ ନ ହେବା ପାଇଁ ପାଣି ସ୍ପ୍ରେ ଦ୍ୱାରା ମାଟିରେ ମିଶାଇ ଦିଆଯାଇଛି। ଏଥିସହିତ ଉକ୍ତ ଗ୍ୟାସକୁ କିଭଳି ଅନ୍ୟ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କରରେ ଫିଲପ କରାଯିବ ସେ ନେଇ ହଣ୍ଡପା ପୋଲିସ ପକ୍ଷରୁ ଝାଡସୁଗୁଡାସ୍ଥିତ ଉକ୍ତ ଗ୍ୟାସ କମ୍ପାନୀକୁ ସୂଚନା ଦିଆଯାଇଛି। ସେହିପରି ରାସ୍ତାର ଉଭୟପାର୍ଶ୍ୱକୁ ସିଲ କରାଯାଇ କୌଣସି ଗାଡ଼ିକୁ ଛଡ଼ାଯାଉ ନ ଥିବା ଜଣାପଡ଼ିଛି। ଏପରିକି ନାକିଚି, ଠାକୁରଗଡ଼ ବଇଣ୍ଡା ଦେଇ ଗାଡ଼ି ଗୁଡ଼ିକକୁ ଛଡ଼ାଯାଉଛି। ଦୁର୍ଘଟଣାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେକ କାଟି ବାପାଙ୍କୁ ହତ୍ୟା କଲା ପୁଅ

ଟେନସା, ୨୩।୬ (ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲାର ଟେନସା ଫାଣ୍ଡି ଅନ୍ତର୍ଗତ ବରସୁଆଁ ବସ୍ତିରେ  ମଙ୍ଗଳବାର ସକାଳେ ଘରୋଇ କଳହକୁ କେନ୍ଦ୍ରକରି ଏକ ହୃଦୟବିଦାରକ ଘଟଣା…

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା: ଧାନବିକ୍ରି ଟୋକନ ଦାବିରେ ଗର୍ଜିଲେ

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ)- ଖରିଫ ଚାଷକାର୍ଯ୍ୟ ସମୟ ଆସି ଯାଇଛି। ହେଲେ ବରଗଡ଼ ଜିଲାର ଚାଷୀମାନେ ଏପର୍ଯ୍ୟନ୍ତ ରବିରେ ଅମଳ ଧାନ ବିକ୍ରି କରି ପାରି ନାହାଁନ୍ତି ।…

ପୁଣି ଘୁଞ୍ଚିଲା OTET ପରୀକ୍ଷା: ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୨୩।୬: ପୁଣି ଘୁଞ୍ଚିଲା OTET ପରୀକ୍ଷା। ଜୁନ୍‌ ୨୮ରେ ହେବାକୁ ଥିବା OTET ପରୀକ୍ଷା ତାରିଖ ଘୁଞ୍ଚାଯାଇଛି। ଜୁନ ୨୮ ବଦଳରେ ଜୁଲାଇ ୫ରେ ହେବ ପରୀକ୍ଷା।…

ଭବାନୀପାଟଣା ଅଭିମୁଖେ ଯାଉଥିବାବେଳେ ଓଲଟି ପଡିଲା ପିକ୍‌ଅପ୍‌ ଭ୍ୟାନ; ଅଳ୍ପକେ ବର୍ତ୍ତିଲେ ଗାଡିଚାଳକ

ଥୁଆମୂଳ ରାମପୁର, ୨୩।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରକୁ ଜିଲା ସଦର ମହକୁମା ଭବାନୀପାଟଣା ସହ ସଂଯୋଗ କରୁଥିବା ମୁଖ୍ୟ ସଡ଼କରେ ମଙ୍ଗଳବାର ସକାଳେ…

ଶିକ୍ଷକଙ୍କ ପାଇଁ ବଡ଼ ଖବର: ଏଣିକି TET ପାସ ବାଧ୍ୟତାମୂଳକ

ଭୁବନେଶ୍ୱର,୨୩।୬: TET ପାସ କରି ନ ଥିବା ଶିକ୍ଷକଙ୍କ ପାଇଁ ମଙ୍ଗଳବାର ବଡ଼ ଖବର ଆସିଛି। ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ TET ପାସ ବାଧ୍ୟତାମୂଳକ କରିଛନ୍ତି…

ଅଭିଯୋଗ ପରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ: ଘେରିରେ ବ୍ୟବହୃତ ବାଉଁଶ, ଜାଲ ଜବତ

ଗଞ୍ଜାମ, ୨୩।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଦାମୋଦରପୁର ନିକଟସ୍ଥ ଋଷିକୂଲ୍ୟା ନଦୀରେ ମାଫିଆମାନେ ବେଆଇନ ଭାବେ ଚିଙ୍ଗୁଡ଼ି ଘେରି ନିର୍ମାଣ କରିଥିଲେ। ମଙ୍ଗଳବାର ତହସିଲଦାର ସୁକାନ୍ତ…

ଯୁକ୍ତ ୩ ପ୍ରଥମବର୍ଷ ନାମଲେଖା ଆରମ୍ଭ: ଏହି ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା

ଭଞ୍ଜନଗର,୨୪।୬(ବାବୁଲା ପ୍ରଧାନ): ରାଜ୍ୟରେ ମଙ୍ଗଳବାର ଠାରୁ ଯୁକ୍ତ ୩ ପ୍ରଥମ ବର୍ଷ ପ୍ରଥମ ପର୍ଯ୍ୟାୟ ପାଇଁ ନାମ ଲେଖା ଆରମ୍ଭ ହୋଇଛି। ଏନେଇ ସୋମବାର କଟ୍‌ ଅଫ…

Video: ଇଣ୍ଟରନ୍ୟାଶନାଲ ଡେବ୍ୟୁରେ କେତେ ନମ୍ବର ଜର୍ସି ପିନ୍ଧିବେ ବୈଭବ? ଦେଖୁ ଦେଖୁ ଖୁସି ହୋଇଗଲେ ବେବି ବସ

ନୂଆଦିଲ୍ଲୀ,୨୩।୬: ଜୁନିଅର କ୍ରିକେଟ ସର୍କିଟରେ ଝଡ଼ ସୃଷ୍ଟି କରିବା ପରେ, ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବାକୁ ପ୍ରସ୍ତୁତ। ବୈଭବ ମଙ୍ଗଳବାର ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri