୫,୫୦୦ ପେଟ୍ରୋଲ ପମ୍ପ ଖୋଲିବେ ରିଲାଏନ୍ସ-ବିପି

ନୂଆଦିଲ୍ଲୀ,୭-୮: ସାରା ଦେଶରେ ୫,୫୦୦ ପେଟ୍ରୋଲ ପମ୍ପ ଖୋଲିବା ଲାଗି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ଏବଂ ବିପି ପିଏଲ୍‌ସି ଚୁକ୍ତିରେ ସାମିଲ ହୋଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ବିପି ପକ୍ଷରୁ ଗ୍ରୁପ୍‌ ଚିଫ୍‌ ଏକଜେକ୍ୟୁଟିଭ ବବ୍‌ ଡଡ୍‌ଲେଙ୍କ ମଧ୍ୟରେ ମଙ୍ଗଳବାର ମୁମ୍ବାଇଠାରେ ବୁଝାମଣା ସ୍ବାକ୍ଷରିତ ହୋଇଛି। ଭାରତ ଏକ ଅଭିବୃଦ୍ଧିଶୀଳ ବଜାର ହୋଇଥିବାରୁ ଏଠାରେ ସମ୍ପ୍ରସାରଣ ନେଇ ଏଭଳି ପଦକ୍ଷେପ ନିଆଯାଇଥିବା ଦୁଇ କମ୍ପାନୀ ପକ୍ଷରୁ ସୂଚନା ରହିଛି। ଯାନ ବାହାନ ଲାଗି ଇନ୍ଧନ ଏବଂ ବିମାନ ଇନ୍ଧନ ଉପଲବ୍ଧ କରାଯିବାକୁ ଏହା ଦ୍ୱାରା ଯୋଜନା ଗ୍ରହଣ କରାଯିବ। ଭାରତୀୟ ଗ୍ରାହକଙ୍କୁ ଗୁଣବତ୍ତା ଏବଂ ଅତ୍ୟାଧୁନିକ ସେବା ଯୋଗାଣ ଲକ୍ଷ୍ୟରେ ଦୁଇ କମ୍ପାନୀ ଚୁକ୍ତିରେ ସାମିଲ ହୋଇଛନ୍ତି। ୨୦୧୧ରେ ଦୁଇ ସଂସ୍ଥା ପ୍ରଥମେ ଚୁକ୍ତିରେ ସାମିଲ ହୋଇଥିଲେ। ତେଲ ଏବଂ ମୋବିଲିଟି ବାଣିଜ୍ୟରେ ରହିଥିବା ବିଭିନ୍ନ ବିକଳ୍ପ ସମ୍ପ୍ରସାରଣ ଲାଗି ୨୦୧୭ରେ ଦୁଇ କମ୍ପାନୀ ଯୋଜନା କରିଥିଲେ।
ଚୁକ୍ତି ଅବସରରେ ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି ଯେ, ଫୁଏଲ ରିଟେଲିଂରେ ଗ୍ଲୋବାଲ ଲିଡର ଭାବେ ପରିଚିତ ବିପି ସହ ଚୁକ୍ତିରେ ସାମିଲ ହୋଇ ଅତ୍ୟନ୍ତ ଖୁସି। ବିପି ସହ ମିଳିତ ହୋଇ ଗ୍ୟାସ୍‌ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ରିଟେଲିଂ ଏବଂ ବିମାନ ଇନ୍ଧନ ଯୋଗାଣକୁ ତ୍ୱରାନ୍ବିତ କରାଯିବାକୁ ଲକ୍ଷ୍ୟ ରହିଛି। ସାରା ଦେଶରେ ଗ୍ରାହକଙ୍କୁ ବିଶ୍ୱ ସ୍ତରୀୟ ସେବା ଯୋଗାଣ ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁକେଶ କହିଛନ୍ତି।
ସେହିଭଳି ଗ୍ରୁପ ଚିଫ୍‌ ଏକଜେକ୍ୟୁଟିଭ ବବ୍‌ ଡଡଲେ କହିଛନ୍ତି, ଭାରତ ଏକ ପ୍ରମୁଖ ଅଭିବୃଦ୍ଧିଶୀଳ ବଜାର ହୋଇଥିବାରୁ ଇନ୍ଧନ ଆବଶ୍ୟକତା ପୂରଣ ଲକ୍ଷ୍ୟରେ କାର୍ଯ୍ୟ କରୁଛୁ। ଅଭିବୃଦ୍ଧି ଏବଂ ନୂତନ ସୁଯୋଗକୁ ନଜରରେ ରଖି ଭାରତରେ ବୃହତ୍ତ ସଂଖ୍ୟାରେ ନିବେଶ କରିଛୁ। ରିଲାଏନ୍ସ ସହ ମିଶି ଗ୍ୟାସ କ୍ଷେତ୍ରରେ ଏବେ କାର୍ଯ୍ୟ କରୁଥିବା ବେଳେ ଏହି ଧାରାକୁ ଇନ୍ଧନ ରିଟେଲିଂ ଏବଂ ବିମାନ ଇନ୍ଧନ କ୍ଷେତ୍ରକୁ ସମ୍ପ୍ରସାରଣ କରିବାକୁ ପଦକ୍ଷେପ ନିଆଯାଇଥିବା ସେ ସ୍ପଷ୍ଟ କରିଛନ୍ତି।
ଯୌଥ ଉଦ୍ୟୋଗରେ ରିଲାଏନ୍ସ ନିକଟରେ ୫୧% ଏବଂ ବିପି ନିକଟରେ ୪୯% ଅଂଶଧନ ରହିବ। ୨୦୧୯ ସୁଦ୍ଧା ଚୁକ୍ତି ସଂକ୍ରାନ୍ତ ସମସ୍ତ ଆନୁସଙ୍ଗିକ କାର୍ଯ୍ୟକୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ୨୦୨୦ ପ୍ରଥମାର୍ଦ୍ଧ ସୁଦ୍ଧା ଟ୍ରାଞ୍ଜାକଶନ ଶେଷ କରିବାକୁ ଯୋଜନା ଧାର୍ଯ୍ୟ ହୋଇଛି। ଆଗାମୀ ୨୦ ବର୍ଷରେ ଭାରତ ବିଶ୍ୱର ସର୍ବବୃହତ୍ତ ଅଭିବୃଦ୍ଧିଶୀଳ ବଜାର ହେବ ବୋଲି ଆକଳନ କରାଯାଇଛି। ଏହି ସମୟରେ ଦେଶର ପାସେଞ୍ଜର ଯାନ ୬ ଗୁଣା ବୃଦ୍ଧି ଘଟିବ। ବର୍ତ୍ତମାନ ୧୪୦୦ ସାଇଟରେ ରିଲାଏନ୍ସର ଫୁଏଲ ରିଟେଲିଂ ଷ୍ଟେଶନ ରହିଛି। ନୂଆ ଚୁକ୍ତି ଦ୍ୱାରା ଏହାକୁ ୫,୫୦୦କୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଆଗାମୀ ୫ ବର୍ଷ ମଧ୍ୟରେ ଏହି ଷ୍ଟେଶନଗୁଡିକ ଖୋଲିବ ବୋଲି ସୂଚନା ରହିଛି। ଏହା ମଧ୍ୟରେ ରିଲାଏନ୍ସର ବିମାନ ଇନ୍ଧନ ବାଣିଜ୍ୟକୁ ମଧ୍ୟ ସାମିଲ କରାଯାଇଛି। ଦେଶର ୩୦ ବିମାନ ବନ୍ଦରରେ ରିଲାଏନ୍ସ ବିମାନ ଇନ୍ଧନ ଯୋଗାଣ କରୁଛି। ଏହି ଧାରାକୁ ଦୁଇ କମ୍ପାନୀ ମିଳିତ ହୋଇ ଆହୁରୀ ବୃଢ କରିବା ନେଇ ଆଶାବାଦୀ ଅଛନ୍ତି। ସେହିଭଳି ଜିଓ ଡିଜିଟାଲ ପ୍ଲାଟଫର୍ମରେ ଲୋକଙ୍କୁ ଡିଜିଟାଲ ଏକ୍ସପେରିଏନ୍ସ ପ୍ରଦାନ କରିବା ନେଇ ଲକ୍ଷ୍ୟ ରଖାଯାଇଛି। ଉକ୍ତ ନେଟଓ୍ବର୍କରେ କ୍ୟାଷ୍ଟ୍ରଲ ଲୁବ୍ରିକାଣ୍ଟ ମଧ୍ୟ ଉପଲବ୍ଧ ହେବ। ମୋବାଇଲ ଫୁଏଲିଂ ୟୁନିଟ ସମେତ ପ୍ୟାକେଜ ଫୁଏଲ ଏବଂ ଫୁଏଲର ହୋମ ଡେଲିଭରି ମଧ୍ୟ ଲୋକଙ୍କୁ ଦିଆଯିବ। ରିଲାଏନ୍ସର ଜାମନଗର ରିଫାଇନିଂ ଫାସିଲିଟିରୁ ଫୁଏଲ ଯୋଗାଣ ନେଇ ଯୋଜନା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

CJP Protest Update: ପିଏମ୍‌ ମୋଦିଙ୍କୁ କଂଗ୍ରେସ ଲେଖିଲା ଏଭଳି ଚିଠି, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୭: ଲୋକ ସଭା ଏବଂ ରାଜ୍ୟ ସଭାରେ ଗୁରୁବାର ବିରୋଧୀ ଦଳଗୁଡ଼ିକ ନିଟ୍‌ (NEET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ଶିକ୍ଷା…

ସ୍ବାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ ଅର୍ଚ୍ଚନା: ୪୫ ଦିନ ପରେ ସ୍ବାମୀଙ୍କୁ କଲେ ହତ୍ୟା, କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୭: ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୪୫ ଦିନ ପରେ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

ଆଜି ବରଗଡ଼ରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ତା’ ପୂର୍ବରୁ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ଜିଲାର ଅତାବିରା ବ୍ଲକ ଅନ୍ତର୍ଗତ…

ମୋଦିଙ୍କ ଘୋଷଣା ପରେ ଟାର୍ଗେଟ କଲେ ରାହୁଲ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୨୩।୭: NEET ପେପର୍ ଲିକ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବେ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri