Posted inଜାତୀୟ

୫୦ ବର୍ଷରେ ପଦାର୍ପଣ କଲେ ରାହୁଲ ଗାନ୍ଧୀ, ଜନ୍ମଦିନ ପାଳିବେନି

ନୂଆଦିଲ୍ଲୀ,୧୯।୬ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୦ ଜୁନ୍‌ ୧୯ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ରାହୁଲ। ଚାଇନା ସୈନ୍ୟଙ୍କ ଗୁଳିରେ ଶହୀଦ ହୋଇଥିବା ଭାରତୀୟ ଯବାନଙ୍କ ସ୍ମୃତିରେ ଏଥର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଜଣାପଡିଛି। ଏପଟେ କଂଗ୍ରେସ କର୍ମୀମାନେ ରାହୁଲଙ୍କ ଜନ୍ମଦିନରେ ଗରିବ ଲୋକଙ୍କୁ ରାଶନ ଏବଂ ଭୋଜନ ବାଣ୍ଟିବାର ବ୍ୟବସ୍ଥା ରହିଛି। ରାହୁଲ ଜୀବନର ୫୦ ବର୍ଷର ଯାତ୍ରା ଏମିତି ସମୟରେ ସମାପ୍ତ କରିଛନ୍ତି ଯେତେବେଳେ ତାଙ୍କ ଦଳ ଇତିହାସର ସବୁଠୁ ଦୁର୍ବଳ ସ୍ଥାନରେ ଠିଆ ହୋଇଛି। କଂଗ୍ରେସର ଭିତ୍ତିଭୂମି କ୍ରମାଗତ ଭାବେ ହ୍ରାସ ପାଉଛି ଏବଂ ସଂଗଠନ ଦୁର୍ବଳ ହୋଇପଡିଛି। ଏହାସହ ଦେଶର ଅଧାରୁ ଅଧିକ ରାଜ୍ୟରେ ଭାଜପା ସରକାର ରହିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୂପରେ ଲୋକପ୍ରିୟ ଚେହେରା ହୋଇ ରହିଛନ୍ତି। ଏଭଳି ପରିସ୍ଥିତିରେ ଗାନ୍ଧୀ ପରିବାରର ରାଜନୈତିକ ପରମ୍ପରାକୁ ଆଗକୁ ବଢାଇବା ଏବଂ କଂଗ୍ରେସର ସ୍ଥିତିକୁ ଅଗଭଳି ମଜଭୁତ କରିବା ରାହୁଲଙ୍କ ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହିମାଳୟ ପାଇଁ ଖୋଲିବ ଜଳବାୟୁ କେନ୍ଦ୍ର

ନୂଆଦିଲ୍ଲୀ, ୧୫।୧୨(ପି.ଟି.): ହିମାଳୟ ପାର୍ବତ୍ୟାଞ୍ଚଳ ପାଇଁ ଏକ ଆଞ୍ଚଳିକ ଜଳବାୟୁ କେନ୍ଦ୍ର ଖୋଲିବା ଲାଗି ଭାରତ ସରକାର ଯୋଜନା କରୁଛନ୍ତି। ଏହା କେବଳ ଆମ ଦେଶକୁ...

ବୀର ଯବାନଙ୍କ ଉପରେ ଦେଶ ଗର୍ବ କରେ: ପ୍ରତିରକ୍ଷା ମନ୍ତ୍ରୀ

କୁପଓ୍ବାଡା,୧୮।୭: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଲଦ୍ଦାଖ ଓ ଜମ୍ମୁ-କଶ୍ମୀର ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ। ଶନିବାର ସେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ବିପିନ...

କପି ରୋକିବାକୁ ବିହାରରେ ଜୋତା, ମୋଜା ଉପରେ ଲାଗିଲା କଟକଣା

ପାଟନା,୩।୨: ରାଜ୍ୟରେ ଫେବୃୟାରୀ ୩ରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ସୋମବାରଠାରୁ ଏହି ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଚଳିତ ଥର ୧୨.୦୫ଲକ୍ଷ ଛାତ୍ରୀଛାତ୍ର...

ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ହେମକୁଣ୍ଡ ସାହିବ ଗୁରୁଦ୍ୱାର

ଡେରାଡୁନ,୧।୬: ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଥିବା ହେମକୁଣ୍ଡ ସାହିବ ଗୁରୁଦ୍ୱାରକୁ ଶନିବାର ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଖୋଲି ଦିଆଯାଇଛି। ଦୀର୍ଘ ୬ ମାସ ହେବ ଶୀତ ପାଇଁ...

ଲଦାଖ ଘଟଣା ସରକାରଙ୍କ ବିଫଳତା ନୁହେଁ: ପାଓ୍ବାର

ସତାରା,୨୮ା୬: ଲଦାଖର ଗଲଓ୍ବାନ୍‌ ଉପତ୍ୟକାରେ ଭାରତ-ଚାଇନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ କଂଗ୍ରେସ ଓ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଥିବା ବେଳେ ଏନ୍‌ସିପି ମୁଖ୍ୟ...

ଦିଲ୍ଲୀ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର: କୋଲକାତା, ମୁମ୍ବାଇ ମଧ୍ୟ ଟପ୍‌ ୧୦ରେ

ନୂଆଦିଲ୍ଲୀ,୧୭।୧୧: ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଏବେ ସେଠାରେ ଲୋକେ ଘର ବାହାରକୁ ବାହାରିବାକୁ ଭୟ କରୁଛନ୍ତି। କାରଣ ଦିଲ୍ଲୀର...

ଆସାମବାସୀ ଚିନ୍ତା କରନ୍ତୁନି: ମୋଦି

ନୂଆଦିଲ୍ଲୀ,୧୩।୧୨(ପି.ଟି.):ନାଗରିକତ୍ୱ (ସଂଶୋଧନ) ବିଲ୍‌ (ସିଏବି)କୁ ବିରୋଧକରି ଆସାମରେ ଚାଲିଥିବା ବିକ୍ଷୋଭ ହିଂସାର ରୂପ ନେଇଥିବାବେଳେ ନୂଆ ଆଇନକୁ ନେଇ ଚିନ୍ତା କରିବାର କିଛି ନାହିଁ ବୋଲି...

ଏକାଥରେ ୯ ଜଣଙ୍କୁ ଫାଶୀ

ନୂୂଆଦିଲ୍ଲୀ,୫।୩ : ବିହାରର ଗୋପାଳଗଞ୍ଜ ଜିଲାରେ ୨୦୧୬ରେ ଘଟିଥିବା ମଦ ମୃତ୍ୟୁ ମାମଲାରେ ସ୍ବତନ୍ତ୍ର ଅବକାରୀ କୋର୍ଟ ୯ ଜଣଙ୍କୁ ଫାଶି ଦଣ୍ଡ ଦେଇଛନ୍ତି। ସମାନ...

Advertisement


Archives

Model This Week