୫୦ ଜିଲାକୁ ପଠାଗଲା କେନ୍ଦ୍ରୀୟ ଟିମ୍‌

ନୂଆଦିଲ୍ଲୀ, ୧୦ା୬: ମହାମାରୀ କରୋନା କାୟାବିସ୍ତାର କରିଚାଲିଛି। ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳରେ ଏହାର ମୁକାବିଲା କରିବା ଲାଗି ମଙ୍ଗଳବାର ୧୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୦ ଜିଲାକୁ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍‌ ପଠାଯାଇଛି। ଏହି ଟିମ୍‌ ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବ। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦୁଇମାସ ଧରି ଏହି ଟିମ କଣ୍ଟେନମେଣ୍ଟ ଜୋନ୍‌ରେ ବିଭିନ୍ନ ପରୀକ୍ଷା କରିବା ସହ ସ୍ଥାନୀୟ ପ୍ରଶାସନର ସହଯୋଗ କ୍ରମେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବ ବୋଲି ଜଣାପଡ଼ିଛି। ମହାରାଷ୍ଟ୍ରର ୭, ତେଲଙ୍ଗାନାର ୪, ତାମିଲନାଡ଼ୁର ୭, ରାଜସ୍ଥାନର ୫, ଆସାମର ୬, ହରିୟାଣାର ୪, ଗୁଜରାଟର ୩, କର୍ନାଟକର ୪, ଉତ୍ତରାଖଣ୍ଡର ୩, ମଧ୍ୟପ୍ରଦେଶର ୫, ପଶ୍ଚିମବଙ୍ଗର ୩, ଦିଲ୍ଲୀର ୩, ବିହାରର ୪, ଉତ୍ତରପ୍ରଦେଶର ୪ ଓ ଓଡ଼ିଶାର ୫ ଜିଲା ଏଥିରେ ରହିଛି। କେନ୍ଦ୍ରୀୟ ଟିମ୍‌ ଟେକ୍ନିକାଲ ସପୋର୍ଟ ଯୋଗାଇବା ସହ ପରିଚାଳନା କ୍ଷେତ୍ରରେ ସହଯୋଗ କରିବ। ପ୍ରକାଶଥାଉ କି, ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨.୬୭ ଲକ୍ଷ ଛୁଇଁଥିବା ବେଳେ ମୃତ୍ୟୁସଂଖ୍ୟା ୭,୪୬୬କୁ ବୃଦ୍ଧିପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରେ ୭୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗଜପତିରୁ ଶୂନ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରବିବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ତଳେ ରହିଛି। ତେବେ ଆଜି ୨୯ ଜିଲାରୁ ୬୩୮ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ...

ଉହାନ୍‌ରେ ବାଦୁଡ଼ିଙ୍କଠାରେ ମିଳିଲା ୩ ପ୍ରକାର ଭୂତାଣୁ

ନୂଆଦିଲ୍ଲୀ,୨୫।୫: କରୋନା ଭାଇରସ୍‌କୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛି ଚାଇନା। ଉହାନ୍‌ସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି ଯେଉଁଠାରେ ପ୍ରଥମ କୋଭିଡ୍‌-୧୯ ସଂକ୍ରମଣ ଚିହ୍ନଟ ହୋଇଥିଲା,...

ବରମୁଡ଼ା, ଶର୍ଟସ୍‌ ଅବା ଲୁଙ୍ଗି ପିନ୍ଧି ଗାଡ଼ି ଚଳାଇଲେ ୪ ଗୁଣା ଜରିମାନା

ଲକ୍ଷ୍ନୌ,୧୦।୯: ନୂଆ ଟ୍ରାଫିକ୍‌ ନିୟମ ଅନୁସାରେ ଉତ୍ତରପ୍ରଦେଶ ଲକ୍ଷ୍ନୌରେ ବରମୁଡ଼ା, ଶର୍ଟସ୍‌ ଅବା ଲୁଙ୍ଗି ପିନ୍ଧି ଗାଡ଼ି ଚଳାଇବାକୁ ବାରଣ କରାଯାଉଛି। ଏପରି କରୁଥିବା ଚାଳକଙ୍କୁ...

କମିପାରେ କରୋନା ଟିକାର ମୂଲ୍ୟ

ନୂଆଦିଲ୍ଲୀ,୨୬।୪ : କମିପାରେ କରୋନା ଟିକାର ମୂଲ୍ୟ। ଟିକାର ମୂଲ୍ୟ ନେଇ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଦେଖାଦେବା ପରେ ସୃଷ୍ଟି...

ଥମୁନି ଦାଦନ ଯାତନା

ଠାଣେ/ଗାଜିଆବାଦ,୧୯ା୫: କରୋନା ମୁକାବିଲା ପାଇଁ ଲକ୍‌ଡାଉନ ଅବଧି ବଢ଼ିଚାଲିଥିବାବେଳେ ପ୍ରବାସୀ ଶ୍ରମିକମାନଙ୍କ ଯାତନାର ଅନ୍ତ ହେଉନାହିଁ। କାମଧନ୍ଦା ହରାଇ ଭୋକ ଉପାସରେ ଦୀର୍ଘଦିନ ବିତାଇବା ପରେ...

ଏଭଳି ଦୁଃସାହସ ପାକିସ୍ତାନ ବି କରିବ ନାହିଁ: ରାହୁଲଙ୍କ ମନ୍ତବ୍ୟ ନେଇ ସମ୍ବିତ ପାତ୍ରଙ୍କ କଟାକ୍ଷ…

ନୂଆଦିଲ୍ଲୀ,୪।୩ : ଭାଜପା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା ଜାରି ରଖିଛି। ଶନିବାର ଭାଜପା କହିଛି ବିଦେଶରେ ରାହୁଲ ଭାରତ ବିରୁଦ୍ଧରେ କହୁଛନ୍ତି...

ପୁଅକୁ ପରୀକ୍ଷା କେନ୍ଦ୍ରକୁ ନେବା ପାଇଁ ୧୦୫ କିଲୋମିଟର ସାଇକେଲ ଚଲାଇଲେ ଅସହାୟ ବାପା

ଭୋପାଳ,୨୦ା୮: କରୋନା ମହାମାରୀ ଯୋଗୁ ବସ୍‌ ସେବା ବନ୍ଦ ରହିଛି। ଏହି ସମୟରେ ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି ଛାତ୍ରୀଛାତ୍ର ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...

ସରକାର ଆର୍ଥିକ ଅସମାନତା ବଢ଼ାଉଛନ୍ତି: କଂଗ୍ରେସ

ନୂଆଦିଲ୍ଲୀ,୧୮।୧(ପି.ଟି.): ଭାଜପା ନେତୃତ୍ୱାଧୀନ ସରକାର ଦେଶରେ ଆର୍ଥିକ ଅସମାନତା ବଢ଼ାଉଥିବା କଂଗ୍ରେସ ମଙ୍ଗଳବାର ଅଭିଯୋଗ କରିଛି। ଦେଶର ୧ ପ୍ରତିଶତ ଅତି ଧନୀଙ୍କ ପାଖରେ ଦେଶ...

Advertisement
Archives

Model This Week