Posted inଜାତୀୟ

୫୦୦ ଫୁଟ ତଳକୁ ଖସିଲା ବସ୍‌:୨୫ ଯାତ୍ରୀ ମୃତ, ୩୫ ଆହତ

ଶିମ୍‌ଲା,୨୧।୬:ହିମାଚଳ ପ୍ରଦେଶର କୁଲ୍ଲୁ ଜିଲାରେ ଏକ ଘରୋଇ ବସ୍‌ ୫୦୦ ଫୁଟ ତଳକୁ ଖସିପଡ଼ିବାରୁ ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୫ଜଣଙ୍କ ପ୍ରାଣହାନି ଘଟିଛି। ଅନ୍ୟ ୩୫ ଜଣ ଆହତ ହୋଇ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ବସ୍‌ରେ ପାଖାପାଖି ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ବଞ୍ଜାରା ସହରରୁ ଗଡ଼ଗୁସାନି ଅଞ୍ଚଳକୁ ଯାଉଥିବା ଏହି ବସ୍‌ଟି ପାର୍ବତ୍ୟାଞ୍ଚଳରେ ଭାରସାମ୍ୟ ହରାଇ ଏକ ଖାତରେ ଖସି ପଡ଼ିଥିଲା। ଏବେ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। କୁଲ୍ଲୁ ଏସ୍‌ପି ଶାଳିନୀ ଅଗ୍ନିହୋତ୍ରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆବଶ୍ୟକଠାରୁ ଅଧିକ ଯାତ୍ରୀ ବସ୍‌ରେ ଯାତ୍ରା କରିବା ଓ ବୁଲାଣି ରାସ୍ତାରେ ଡ୍ରାଇଭରଙ୍କ ଅସାବଧାନତା ଯୋଗୁ ଏଭଳି ଦୁର୍ଘଟଣା ହୋଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ ହେମାମାଳିନୀଙ୍କୁ ଟ୍ରୋଲ କରି ପୁଣି କ୍ଷମା ମାଗିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ, ୧୭।୭: ବଲିଉଉ ଅଭିନେତ୍ରୀ ତଥା ସ୍ତ୍ରୀ ହେମାମାଳିନୀଙ୍କୁ ଟ୍ରୋଲକ କରି ପୁଣି କ୍ଷମା ମାଗିଛନ୍ତି ଅଭିନେତା ଧର୍ମେନ୍ଦ୍ର। ନିକଟରେ ସଂସଦ ପରିସରରେ ଆୟୋଜିତ ଏକ...

ସର୍ବଦଳୀୟ ବୈଠକରେ ଯୋଗଦେବେ ମମତା

ନୂଆଦିଲ୍ଲୀ,୪।୧୨: ୨୦୨୩ ସେପ୍ଟେମ୍ବରରେ ହେବାକୁ ଥିବା ଜି-୨୦ ସମିଟ୍‌ ଉପରେ ଆଲୋଚନା ଏବଂ ଚୂଡ଼ାନ୍ତ ରୂପରେଖ ନେଇ କେନ୍ଦ୍ର ସରକାର ସୋମବାର ସର୍ବଦଳୀୟ ବୈଠକ ଡକାଇଛନ୍ତି।...

୨୮ରୁ ମହାରାଷ୍ଟ୍ରରେ ନାଇଟ୍‌ କର୍ଫ୍ୟୁ

ମୁମ୍ବାଇ,୨୬।୩ : ମହାରାଷ୍ଟ୍ରରେ ରବିବାର ଠାରୁ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ଏ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। କରୋନା ଆକ୍ରାନ୍ତଙ୍କ...

ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ କରୋନା

ଜୟପୁର, ୯ା୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଓ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ଆଉ ଦୁଇଜଣ କେନ୍ଦ୍ରମନ୍ତ୍ରୀ କରୋନା...

ରାଏବରେଲି ଏବଂ ଆମେଠି ସିଟ ନିଜ ପାଖରେ ରଖିବେ ଗାନ୍ଧୀ ପରିବାର…

ନୂଆଦିଲ୍ଲୀ,୧୩।୩ : ଉତ୍ତରପ୍ରଦେଶରେ ଗାନ୍ଧୀ-ନେହେରୁ ପରିବାରର ବୋଲି ବିବେଚନା କରାଯାଉଥିବା ରାଏବରେଲି ଏବଂ ଆମେଠି ଲୋକସଭା ଆସନକୁ ନେଇ ଅନେକ ପ୍ରକାରର କଳ୍ପନାଜଳ୍ପନା ଚାଲିଛି। ରାଏ...

ମହାରାଷ୍ଟ୍ର ବିଧାନସଭାରେ ସଙ୍କଟର ବାଦଲ, ୪ ପୋଲିସକର୍ମୀଙ୍କ ସମେତ ୧୦ କରୋନା ପଜିଟିଭ

ମୁମ୍ବାଇ,୨୨ ।୧୨: ମହାରାଷ୍ଟ୍ର ବିଧାନସଭାର ଶୀତକାଳିନ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ କରାଯାଇଥିବା ଆରଟିପିସିଆର୍ ଟେଷ୍ଟ ପରେ ୧୦...

ଦେଶକୁ ମିଳିଲା ନୂଆ ସ୍ବାସ୍ଥ୍ୟମନ୍ତ୍ରୀ, ସାମ୍ନାରେ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ବୁଧବାର ବଡ ଧରଣର ଅଦଳବଦଳ କରାଯାଇଛି। ଦେଶକୁ ମିଳିଛି ନୂଆ ସ୍ବାସ୍ଥ୍ୟମନ୍ତ୍ରୀ। ମନସୁଖ ମାଣ୍ଡଭ୍ୟଙ୍କୁ ମିଳିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ତେବେ...

ଅଡ୍‌ ନମ୍ବର ଗାଡ଼ି ଥିବାରୁ ସାଇକେଲରେ କାର୍ଯ୍ୟାଳୟ ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୪।୧୧: ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଦେଖି ସୋମବାରଠାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ସେଠାରେ ଅଡ୍‌-ଇଭିନ୍‌ ନମ୍ବର ଗାଡି ଚଳାଇବା ନିୟମକୁ ଲାଗୁ କରିଛନ୍ତି। ଏହି...

Advertisement
Archives

Model This Week