Posted inଜାତୀୟ

୫୦୦ ଏକର ସରକାରୀ ଜମି ହଡ଼ପ ମାମଲା: ଚପରାସୀଙ୍କୁ ଆଜୀବନ କରାଦଣ୍ଡ

ଭୋପାଳ,୧।୩: ମଧ୍ୟପ୍ରଦେଶରେ ସରକାରୀ ଜମି ହଡ଼ପ ମାମଲାରେ ଜଣେ ଚପରାସୀଙ୍କୁ ଆଜୀବନ କାରାଦଣ୍ଡାଦେଶ କରାଯାଇଛି। ଭୋପାଳରେ ଜିଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା ବାବୁଲାଲ ସୁନହରେଙ୍କ ବିରୋଧରେ ସରକାରୀ ଜମି ହଡ଼ପ ଅଭିଯୋଗ ହୋଇଥିଲା। ସେ ଏମ୍‌ପି ନଗରରେ ଏହି ଜମି ହଡ଼ପ କରିଥିଲେ। ସ୍ବତନ୍ତ୍ର ବିଚାରପତି ସଞ୍ଜିବ୍‌ ପାଣ୍ଡେ ମାମଲାର ବିଚାର କରି ଦଣ୍ଡାଦେଶ କରିଛନ୍ତି। ୨୦୦୩ରୁ ୨୦୦୭ ମଧ୍ୟରେ ବାବୁଲାଲ ଏମ୍‌ପି ନଗରର ଜୋନ୍‌-୧ ଗାୟତ୍ରୀ ମନ୍ଦିର ନିକଟରେ ଥିବା ସରକାରୀ ଜମି ହଡ଼ପ କରିଥିଲେ। ୨୦୦୮ରେ ଏନେଇ ମାମଲା ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟୟ ବର୍ଷକରେ ନେଇଛି ୧୭,୦୦ ଲୋକଙ୍କ ଜୀବନ, ମହାରାଷ୍ଟ୍ରରେ ସର୍ବାଧିକ, ଓଡ଼ିଶା ଦ୍ୱିତୀୟ ସ୍ଥାନରେ…

ନୂଆଦିଲ୍ଲୀ, ୬।୬ : ଦେଶରେ ୨୦୨୧ରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ୧୭,୦୦ ଲୋକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସର୍ବାଧିକ ୩୫୦ ଜଣ ମହାରାଷ୍ଟ୍ରର, ୨୨୩...

ଓମାର, ମେହବୁବାଙ୍କ ବିରୋଧରେ ପିଏସ୍‌ଏ

ଶ୍ରୀନଗର,୭-୨:ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠୁ ଅଟକ ଥିବା ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲା ଓ ମେହବୁବା ମୁଫ୍‌ତିଙ୍କ ବିରୋଧରେ ପ୍ରଶାସନ...

କୃଷକଙ୍କୁ ନେଇ ଖଟ୍ଟାର-ଅମରିନ୍ଦର ମୁହାଁମୁହିଁ

ନୂଆଦିଲ୍ଲୀ, ୨୯।୧୧: କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ କୃଷକମାନଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚତ୍ଛି। ଆନ୍ଦୋଳନକୁ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌...

ଉଦ୍ଧବ ଠାକ୍‌ରେଙ୍କୁ ଚେତାବନୀ ଦେଲେ ଫଡନଭିସ

ମୁମ୍ବାଇ,୨୭।୧୨:ମହାରାଷ୍ଟ୍ରରେ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡନଭିସ ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଛନ୍ତି। ରିଅଲ ଇଷ୍ଟେଟ କ୍ଷେତ୍ରରେ ଦିଆଯାଇଥିବା ନୀତି ଉପରେ...

ଏଚ୍‌ଟିଇଟି ପରୀକ୍ଷା ସମୟରେ ମହିଳାମାନେ ବିନ୍ଦି, ସିନ୍ଦୁର ପିନ୍ଧିବାକୁ ମିଳିଲା ଅନୁମତି

ଫତେହାବାଦ,୧୪।୧୧: ହରିୟାଣା ଟିଚର ଇଲିଜିବିଲିଟି ଟେଷ୍ଟ(ଏଚ୍‌ଟିଇଟି) ପରୀକ୍ଷାରେ ମହିଳାମାନେ ବିନ୍ଦି ଓ ସିନ୍ଦୁର ପିନ୍ଧି ପାରିବେ ବୋଲି ବୁଧବାର ଫତେହାବାଦ ଡେପୁଟି କମିଶନର ଧିରେନ୍ଦ୍ର ଖରାଗ...

କରୋନା ଯୋଗୁ ପ୍ରଭାବିତ ହେଲାଣି ହୋଟେଲ ଶିଳ୍ପ

ଜୟପୁର,୧୫।୩: କରୋନା ଭାଇରସକୁ ଦେଖି ଏବେ ସବୁ ପ୍ରକାର ସତର୍କତା ଅବଲମ୍ବନ କରାଯାଉଛି। ଏହାପରେ ବି ଏବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଥିବା...

ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଏମ୍‌ପିମାନେ ନେବେ କରୋନା ଟିକା!

ନୂଆଦିଲ୍ଲୀ,୨୧ ।୧: ଦେଶରେ କରୋନା ବିରୋଧରେ ଲଢିବାକୁ ଭ୍ୟାକ୍ସିନେଶନ ପ୍ରୋଗ୍ରାମ ଆରମ୍ଭ ହୋଇସାରିଛି । ଭ୍ୟାକ୍ସିନେଶନର ପ୍ରଥମ ପର୍ଯ୍ୟାୟରେ ହେଲ୍‌ଥ ୱାର୍କର ଓ ଫ୍ରଣ୍ଟ ଲାଇନ୍...

ଭାଜପାରେ ମିଶିଲେ ୧୩ ବଙ୍ଗାଳୀ ଫିଲ୍ମଷ୍ଟାର

ନୂଆଦିଲ୍ଲୀ,୧୯ା୭ (ପି.ଟି.):ବଙ୍ଗାଳୀ ଚଳଚ୍ଚିତ୍ର ଓ ଟେଲିଭିଜନର ୧୩ ଜଣ ଅଭିନେତା ଅଭିନେତ୍ରୀ ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବ ବେଳେ ପଶ୍ଚିମବଙ୍ଗ ଭାଜପା ସଭାପତି...

Advertisement
Archives

Model This Week