୫୦ବର୍ଷ ବିତିବା ସତ୍ତ୍ୱେ ଘୁଞ୍ଚିନି ବିସ୍ଥାପିତଙ୍କ ଦୁର୍ଦ୍ଦଶା

ହାଟଡିହୀ,୨୮।୧୨(ଡି.ଏନ.ଏ.)- ସାଳନ୍ଦୀ ନଦୀରେ ହଦଗଡ ଡ୍ୟାମ ନିର୍ମାଣ ବେଳେ ବିସ୍ଥାପିତ ହୋଇଥିବା ଲୋକଙ୍କ ଦୁଃଖ ଏଯାଏ ଦୂର ହୋଇନି। ଏହାମଧ୍ୟରେ ୫୦ରୁ ଅଧିକ ବର୍ଷ ବିତିଗଲାଣି। ସେମାନଙ୍କୁ ନା ମିଳିଛି କ୍ଷତିପୂରଣ ନା ଥଇଥାନ ସୁବିଧା। ବିସ୍ଥାପିତ ଲୋକେ ହାଟଡିହୀ ବ୍ଲକଠାରୁ ପ୍ରାୟ ୪୦ କି.ମି. ଦୂର ବଣପାହାଡ ଘେରା ଆଦିବାସୀ ଅଧୁଷିତ କେ.ବାଲିପାଳ(କଅଁଳେଇ ବାଲିପାଳ) ପଞ୍ଚାୟତ ଅଞ୍ଚଳରେ ବସତି ସ୍ଥାପନ କରି ରହୁଛନ୍ତି। ଏହି ପଞ୍ଚାୟତ ଅଧୀନ ମୟୂରନଚା ଗ୍ରାମର ୨ଟି ଓ୍ବାର୍ଡରେ ୧୫୦ ପରିବାର, କେବାଲିପାଳ ଗ୍ରାମର ଗୋଟିଏ ଓ୍ବାର୍ଡରେ ୯୦ ପରିବାର, ରାଇଘାଟି ଗ୍ରାମର ୩ଟି ଓ୍ବାର୍ଡରେ ୨୦୦ ପରିବାର, ସରମୁଣ୍ଡି ଗ୍ରାମ ୧ଟି ଓ୍ବାର୍ଡରେ ୫୦ ପରିବାର, ଭଅଁରା ଗ୍ରାମ ୧ଟି ଓ୍ବାର୍ଡରେ ୯୦ ପରିବାର, ମଲ୍ଲିପଶି ଗ୍ରାମ ୧ଟି ଓ୍ବାର୍ଡରେ ୧୫୦ ପରିବାର, ନୂଆବାଲିପାଳ ଗ୍ରାମ ୨ଟି ଓ୍ବାର୍ଡରେ ୧୫୦ ପରିବାର ଅସହାୟ ଅବସ୍ଥାରେ ବସବାସ କରି ରହୁଛନ୍ତି।

୧୯୬୫ ମସିହାରେ ସାଳନ୍ଦୀ ନଦୀରେ ଡ୍ୟାମ ନିର୍ମାଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ୧୯୭୦ରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ସେତେବେଳେ ମୟୂରନଚା, କେବାଲିପାଳ, ସରମୁଣ୍ଡି, ମଲ୍ଲିପଶି, ଭଅଁରା ପ୍ରଭୃତି ୫ଟି ଗ୍ରାମକୁ ବୁଡି ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା । ଏସବୁ ଗାଁର ୫୦୦ରୁ ଊର୍ଦ୍ଧ୍ୱ ପରିବାର ବିସ୍ଥାପିତ ହୋଇଥିଲେ । ସେମାନେ ବୁଡି ଅଞ୍ଚଳ ଛାଡି ଆଖପାଖ ଜଙ୍ଗଲରେ ବସବାସ କରିବା ଆରମ୍ଭ କରିଥିଲେ। ସେବେଠାରୁ ଏସବୁ ବିସ୍ଥାପିତ ପରିବାର ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅସହାୟ ଅବସ୍ଥାରେ ଭଙ୍ଗା କୁଡିଆରେ ବସବାସ କରି ଆସୁଛନ୍ତି। ଗମନାଗମନ, ପାନୀୟ ଜଳ ଭଳି ସୁବିଧା ହୋଇ ନାହିଁ । ବିଦ୍ୟୁତ୍‌ ସାତସପନ ପାଲଟିଛି । ଶିକ୍ଷା, ସ୍ବାସ୍ଥ୍ୟ ସେବାଠାରୁ ଦୂରରେ ଥିବା ଏହି ବିସ୍ଥାପିତ ଲୋକେ ଡଙ୍ଗାରେ ସାଳନ୍ଦୀ ନଦୀ ପାର ହୋଇ ଯାତାୟାତ କରିଥାନ୍ତି। ପୂର୍ବରୁ ମଲ୍ଲିପଶି ଗ୍ରାମର ୨ ଜଣ ବିସ୍ଥାପିତ ହୁଲି ଡଙ୍ଗାରେ ନଦୀ ପାର ହେବା ବେଳେ ବୁଡିଯାଇ ପ୍ରାଣ ହରାଇଥିଲେ । ସ୍ଥଳ ପଥରେ ଯିବାକୁ ହେଲେ ସେମାନେ ପଡୋଶୀ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା କିମ୍ବା ବାଲେଶ୍ୱର ଜିଲାର ଔପଦା ଦେଇ ଦୀର୍ଘ ୧୦୦ ରୁ ଊର୍ଦ୍ଧ୍ୱ କି.ମି. ରାସ୍ତା ବୁଲି ବ୍ଲକ କାର୍ଯ୍ୟାଳୟକୁ ଯାଇଥାନ୍ତି। ବର୍ଷର ଅଧିକାଂଶ ସମୟରେ ଏହି ଲୋକେ ନାଳ ଓ ଝରଣା ପାଣି ବ୍ୟବହାର କରିଥାନ୍ତିି। ପ୍ରଶାସନ ପକ୍ଷରୁ ଏକ କୂଅ ଉପରେ ବସା ଯାଇଥିବା ନଳକୂପ ଅଧିକାଂଶ ସମୟରେ ଅଚଳ ହୋଇରହୁୁଛି ।
ହଦଗଡ ଡ୍ୟାମ ବିସ୍ଥାପିତ ଲୋକେ ଥଇଥାନ ସାଙ୍ଗକୁ କ୍ଷତିପୂରଣ ଓ ବିଭିନ୍ନ ମାୈଳିକ ସୁବିଧା ପାଇବା ଲାଗି ଦୀର୍ଘବର୍ଷ ଧରି ଦାବି କରି ଆସିବା ପରେ ବ୍ଲକ ତରଫରୁ ରାଇଘାଟି, ମଲ୍ଲିପଶି ଓ ତଅଁଳଠାରେ ୩ଟି ଯୋଗାଣ ସାମଗ୍ରୀ କେନ୍ଦ୍ର ଖୋଲାଯାଇଛି । ପୂର୍ବରୁ ସେମାନେ ଜଳ ପଥରେ ଆସି ଯୋଗାଣ ସାମଗ୍ରୀ ନେଉଥିଲେ । ୨୦୧୨-୧୩ ରେ କେବଳ ମୟୂରନଚା ଗ୍ରାମର ୨୩ ପରିବାରକୁ ଜଙ୍ଗଲ ଜମି ପଟ୍ଟା ଓ ଇନ୍ଦିରାଆବାସ ଗୃହ ପ୍ରଦାନ କରାଯାଇଥିବା ବେଳେ ଭଅଁରା ଗ୍ରାମର ପ୍ରାୟ ୨୫ ପରିବାରକୁ ରାଇଘାଟି ଗାଁରେ ରାଜସ୍ବ ବିଭାଗ ୪ ଡେସିମିଲ ଲେଖାଏ ଜାଗା ଦେଇଛି । ଉପଯୁକ୍ତ ଥଇଥାନ ସୁଯୋଗରୁ ବଞ୍ଚିତ ଏହି ଲୋକେ କୌଣସି କର୍ମ ନିୟୋଜନ ପନ୍ଥା ନ ପାଇ ଏବେ ମଧ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜରାଣ ମେଣ୍ଟାଉଛନ୍ତି। ଏ ସମ୍ପର୍କରେ ବ୍ଲକ କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର ଜେନାଙ୍କୁ ପଚାରିବାରୁ କହିଛନ୍ତି, ବିସ୍ଥାପିତଙ୍କ ଥଇଥାନ ଲାଗି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ବାଲିପାଳ, ମୟୂରା, ଭଅଁରା , ରାଇଘାଟି ଗ୍ରାମବାସୀଙ୍କ ପାଇଁ ପଞ୍ଚାୟତ ନିକଟରେ ଏକ ଯୋଗାଣ ସାମଗ୍ରୀ କେନ୍ଦ୍ର ଖୋଲାଗଲେ ସୁବିଧା ହୋଇପାରନ୍ତା ବୋଲି ସେ ମତବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ଜଣଙ୍କ ଜୀବନଗଲା

କେନ୍ଦୁଝର,୧ା୫ (ସ୍ବ.ପ୍ର.)-କେନ୍ଦୁଝର ଜିଲାର ସଦର ବ୍ଲକ ଅଞ୍ଚଳରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମଇଦାନକେଲ ଗ୍ରାମର କୁବେର ବେହେରା(୪୦)। ଶୁକ୍ରବାର ସେ ନିକଟସ୍ଥ...

ସୁନା ଅଳଙ୍କାର ଲୁଟିନେଲେ ମୁଖାପିନ୍ଧା ଦୁର୍ବୃତ୍ତ

ପାଟଣା,୧୮।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟସ୍ଥିତ କାମେଶ୍ୱରପୁର ଶାସନ ବାଉଁଶଡିହା ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ମୁଖାପିନ୍ଧା ୩ ଦୁର୍ବୃତ୍ତ ୨...

ଜମନକିରାକୁ ଚାଲି ଚାଲି ଯାଉଥିବା ଶ୍ରମିକ ଥଇଥାନ

କେନ୍ଦୁଝର,୨।୪(ସ୍ବ.ପ୍ର.): ମୟୁରଭଞ୍ଜ ଜିଲା କରଞ୍ଜିଆ ଗାଁରୁ ସମ୍ବଲପୁର ଜିଲା ଜମନକିରା ଗାଁକୁ ଚାଲି ଚାଲି ଯାଉଥିବା ୩୦ଜଣ ଶ୍ରମିକଙ୍କୁ ସଦର ବ୍ଲକ ନେଲୁଙ୍ଗ ଗାଁର ଗ୍ରାମବାସୀମାନେ...

ଭୀମକୁଣ୍ଡରେ ବୁଡି ଯାଇ ପର୍ଯ୍ୟଟକ ନିଖୋଜ

ପାଟଣା/ଠାକୁରମୁଣ୍ଡା, ୨୫।୧୨(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲା ପାଟଣା ବ୍ଲକ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡର ବୁଧବାର ଅପରାହ୍ନରେ ଜଣେ ପର୍ଯ୍ୟଟକ ପ୍ରଥମ କୁଣ୍ଡରେ ଗାଧୋଉଥିବା ବେଳେ ଭାସି ଯାଇ ନିଖୋଜ...

କୃଷି ବିଭାଗ କର୍ମଚାରୀ ବୋଲି ପରିଚୟ ଦେଇ ଶିକ୍ଷକଙ୍କଠାରୁ ୪ ଲକ୍ଷ ଠକେଇ

ହାଟଡିହୀ,୨୮ା୧(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଗେଡମା ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକ ୪ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏନେଇ ନନ୍ଦିପଦା ଥାନାରେ ଏକ...

କୋଭିଡ ଯୋଦ୍ଧାଙ୍କୁ ଅସମ୍ମାନ: ଆନନ୍ଦପୁରରେ ସଚେତନତା କାର୍ଯ୍ୟ ସାରି ଫେରୁଥିବା ଆଶା ଦିଦିଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ଆନନ୍ଦପୁର, ୨୧। ୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧୀନ ଶାଳବଣି ପଞ୍ଚାୟତ ବଳଦୁଆଁ ଗ୍ରାମର ଆଶା ଦିଦି ଅଖଜି ଖଣ୍ଡାଙ୍କୁ ଆକ୍ରମଣ ଘଟଣାରେ ପୋଲିସ ସେହି...

ଉଜୁଡୁଛି ଭୂପ୍ରକୃତି, ଠିକା ସଂସ୍ଥା ମାଲାମାଲ

କେନ୍ଦୁଝର, ୨୯।୯ (ସ୍ବ.ପ୍ର.)-ବଣପାହାଡ ଘେରା କେନ୍ଦୁଝର ଜିଲାରେ ଶତାଧିକ ବେଆଇନ ପଥର ଖଣି ଓ କ୍ରଶର ୟୁନିଟ ଚାଲୁଥିବାରୁ ସରକାର ବିପୁଳ ରାଜସ୍ବ ହରାଇବା ସହ...

ରବିବାର ସ୍କୁଲ, ସୋମବାର ଛୁଟି: ଦେଓଗାଁର ୨୭ ସ୍କୁଲରେ ଚାଲିଛି ଏଭଳି ବ୍ୟବସ୍ଥା

ଆନନ୍ଦପୁର, ୬।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅଧୀନ ଦେଓଗାଁ ପାଲଟିଛି ବିରଳ ଉଦାହରଣ। ଦେଓଗାଁ ସର୍କଲର ୨୭ଟି ପ୍ରାଥମିକ ବିଦ୍ୟାଳୟ ରବିବାର ଖୋଲା ରହୁଥିବା...

Play 250+ Trending Games
Archives

Model This Week

Why Dharitri