Advertisement

୫ରୁ ସରସ୍ବତୀ ମେଳା

ଉଦଳା,୨୯ା୧(ଡ଼ି.ଏନ୍‌.ଏ.)- ଆସନ୍ତା ଫେବୃୟାରୀ ୫ ତାରିଖରୁ ଉଦଳାଠାରେ ଐତିହାସିକ ସରସ୍ବତୀ ମେଳା ଆରମ୍ଭ ହେବ। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ମଙ୍ଗଳବାର ଆୟୋଜିତ ଏହି ଖବରଦାତା ସମ୍ମିଳନୀରେ ମନ୍ଦିର ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ବେହେରା, ଉପସଭାପତି କ୍ଷୀରୋଦ ରଞ୍ଜନ ମହାନ୍ତି, ସମ୍ପାଦକ ରବୀନ୍ଦ୍ର କୁମାର ପରିଡା, ସହ ସମ୍ପାଦକ ଦାତ୍ତାକର୍ଣ୍ଣ ସ୍ବାଇଁ, କୋଷାଧ୍ୟକ୍ଷ ରନତ୍ାକର ପ୍ରଧାନ, ବରିଷ୍ଠ ଉପଦେଷ୍ଟା ପ୍ରସନ୍ନ ଦାସ, ବଣିକ ସଂଘ ସମ୍ପାଦକ ଧୀରେନ୍ଦ୍ର ଖଣ୍ଡେଲୱାଲ ପ୍ରମୁଖ ଏହି ସୂଚନା ପ୍ରଦାନ କରିଛନ୍ତି। ସେହିପରି ଶ୍ରୀପଞ୍ଚମୀ ତିଥିରେ ଉଦଳାସ୍ଥିତ ଦେବୀ ସରସ୍ବତୀଙ୍କ ମନ୍ଦିରରେ ଯଥାରୀତି ପୂଜାର୍ଚ୍ଚନା ଅନୁଷ୍ଠିତ ହେବ। ସକାଳ ୫.୩୦ରେ ମନ୍ଦିର ମାର୍ଜନା, ନେତ୍ରବନ୍ଦିନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଅର୍ଘ୍ୟ ପୂଜା ଏବଂ ମହାସ୍ନାନ ଜନିତ ଉପଚାର, ଦେବୀ ସରସ୍ବତୀଙ୍କର ରାଜରାଜେଶ୍ୱରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ଭଳି ବିଧି ଚୂଡାନ୍ତ ହୋଇଛି ା ପରେ ସାଧାରଣ ଶ୍ରଦ୍ଧାଳୁଙ୍କ ନିମନ୍ତେ ପୁଷ୍ପାଞ୍ଜଳି, ଦର୍ଶନ, ମାନସିକପୂଜା, ନୂତନ ଭାବେ ବିଦ୍ୟା ଆରମ୍ଭ କରିବାକୁ ଥିବା କୁନି କୁନି ଛାତ୍ରୀଛାତ୍ରଙ୍କ ନିମନ୍ତେ ଖଡିପୂଜା ଆଦି କାର୍ଯ୍ୟକ୍ରମ ମନ୍ଦିରର ପୂଜକଙ୍କ ଦ୍ୱାରା ସମ୍ପନ୍ନ ହେବ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ରେଶମ ସହର ପ୍ରଭାବିତ

ବ୍ରହ୍ମପୁର ଅଫିସ,୭।୧୦: ଲଗାଣ ବର୍ଷା ଯୋଗୁ ବ୍ରହ୍ମପୁର ସହରରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା ଯୋଗୁ ସହରରେ ଶାରଦୀୟ ପୂଜା ମଧ୍ୟ ପ୍ରଭାବିତ ହୋଇଛି।...

ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ନିରପେକ୍ଷ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ

ବାଲିଆପାଳ, ୯ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଇଡକୋଛକ ସ୍ଥିତ ରାଜଧାନୀ ଢାବାରେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଢାବା ମାଲିକ ସାବୁଦ୍ଦିନ ଶାହାଙ୍କୁ ପୋଲିସ ଗିରଫ...

ଭାରତୀଙ୍କ ମୁହଁରେ ଫୁଟିଲା ହସ

ଭୁବନ, ୧୨।୩(ଡି.ଏନ.ଏ.) ବିବାହ ଆଗରୁ ନିଆଁ ସାଜିଲା ବଇରି। ନିଆଁରେ ଛାରଖାର ହୋଇଗଲା ସବୁକିଛି। ଏହାକୁ ନେଇ ବେଶ୍‌ ଚିନ୍ତିତ ହୋଇପଡ଼ିଥିଲେ ପରିବାର। ହେଲେ ବଦାନ୍ୟ ବ୍ୟକ୍ତି...

ଶ୍ୱଶୁର ଘରେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ଗଛରେ ଚଢ଼ି ଆତ୍ମହତ୍ୟା ଧମକ ଦେଲେ ସ୍ବାମୀ

ଧର୍ମଗଡ଼,୩୦।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୟପାଟଣା ଥାନା କପୁରମାଳ ଗ୍ରାମରେ ରବିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଶ୍ୱଶୁର ଘରେ ଟାଙ୍ଗିଆରେ ହାଣି ସ୍ତ୍ରୀଙ୍କୁ ହତ୍ୟା...

ବିଦ୍ୟାଳୟରୁ ଦଶମ ଶ୍ରେଣୀ ଛାତ୍ର ନିଖୋଜ

ପାପଡାହାଣ୍ଡି,୮।୧୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାନିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଜଣେ ଅନ୍ତେବାସୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଏ ନେଇ ସୋମବାର ସ୍କୁଲ କର୍ତ୍ତୃପକ୍ଷ...

୨୫ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ

ପୁରୀ ଅଫିସ, ୧୦ା୮: ପୁରୀ ସହର ବ୍ରାଉନସୁଗାରର ପେଣ୍ଟସ୍ଥଳୀ ପାଲଟିଛି। ଏହାର ଚେର କଲିକତା ପର୍ଯ୍ୟନ୍ତ ଲମ୍ବିଛି। କଟକ ଓ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ...

ପିକ୍‌ଅପରେ ବେଆଇନ ଛେଳି ଚାଲାଣ, ୩ ଗିରଫ

ଆସିକା,୬ା୧୦(ଡି.ଏନ୍‌.ଏ.): ଆସିକା-ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥର କରଞ୍ଜେଇ ନିକଟରୁ ପୋଲିସ ଶନିବାର ବିଳମ୍ବିତ ରାତିରେ ବେଆଇନ ଭାବେ ୬୦ଟି ଛେଳି ଚାଲାଣ କରୁଥିବା ଏକ...

ଲୁହାପଥର ବୋଝେଇ ହାଇଓ୍ବା ଜବତ: ମାଷ୍ଟରମାଇଣ୍ଡ ସମେତ ୬ କୋର୍ଟ ଚାଲାଣ

ବଡ଼ବିଲ,୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରାଚାଲାଣ ହେଉଥିବା ୨୭ ମେଟ୍ରିକ ଟନ୍‌ ସାଇଜ ଲୁହାପଥର ବୋଝେଇ ହାଇଓ୍ବା ଜବତ କରିବା...

Advertisement
Archives

Model This Week