୪ ରାଜ୍ୟରେ ଖୋଲିଲାନି ଧାର୍ମିକ ସ୍ଥଳ

ନୂଆଦିଲ୍ଲୀ,୯ା୬(ପି.ଟି.): ଅନ୍‌ଲକ୍‌ ୧ର ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମନ୍ଦିର ଓ ଧର୍ମୀୟ କୀର୍ତ୍ତିରାଜି ଖୋଲିଛି। କେନ୍ଦ୍ରର ଅନୁମତି ସତ୍ତ୍ୱେ ଓଡ଼ିଶା, ରାଜସ୍ଥାନ, ମହାରାଷ୍ଟ୍ର ଓ ତାମିଲନାଡୁରେ ଧର୍ମୀୟ ସ୍ଥଳ ବନ୍ଦ ରହିଛି। ସେହିପରି ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ଧାର୍ମିକ ସ୍ଥଳ ଖୋଲିନାହିଁ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ସଂରକ୍ଷଣରେ ଥିବା ୮୨୦ ଉପାସନା ସ୍ଥଳୀ ଖୋଲିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ରବିବାର ଅନୁମୋଦନ କରିଥିଲା। ତେବେ ସ୍ଥାନୀୟ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର ଅନୁମତି ଦେଇଥିଲା। କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ମହାରାଷ୍ଟ୍ରର ୬୫, ରାଜସ୍ଥାନର ୨୮, ଓଡ଼ିଶାର ୪୬, ତାମିଲନାଡୁର ୭୫ ଏବଂ ଜମ୍ମୁ-କଶ୍ମୀରର ୯ଟି ଉପାସନା ସ୍ଥଳ ବନ୍ଦ ରହିଛି। ସେହିପରି ଉତ୍ତରପ୍ରଦେଶର ଆଗ୍ରାଠାରେ ସୋମବାରଠାରୁ ଖୋଲିବାକୁ ଥିବା ୧୪ଟି କୀର୍ତ୍ତିରାଜିକୁ ବନ୍ଦ ରଖିବାକୁ ସ୍ଥାନୀୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାରେ ଲକ୍‌ଡାଉନ ଜୁନ୍‌ ୩୦ ପର୍ଯ୍ୟନ୍ତ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିବାରୁ ପୁରୀ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ, ମୁକ୍ତେଶ୍ୱର, ଅନନ୍ତ ବାସୁଦେବ ମନ୍ଦିର ଏବଂ ଅନ୍ୟ ପୁରାତନ ଶୈବପୀଠ, ଢେଙ୍କାନାଳର କପିଳାସ ପୀଠ ଆଦି ବନ୍ଦ ରହିଛି।
ଦୀର୍ଘ ଅଢ଼େଇ ମାସ ଧରି ବନ୍ଦ ରହିବା ପରେ ଦିଲ୍ଲୀର ଧାର୍ମିକ ସ୍ଥାନଗୁଡ଼ିକ ସୋମବାରଠାରୁ ଖୋଲିଛି। ପ୍ରଥମ ଦିନରେ ବହୁ ସଂଖ୍ୟାର ଶ୍ରଦ୍ଧାଳୁ ବିଭିନ୍ନ ଉପାସନା ସ୍ଥଳୀକୁ ଆସିଥିଲେ। ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ସାନିଟାଇଜେଶନ ଲାଗି ମନ୍ଦିର ଓ ଉପାସନା ସ୍ଥଳୀଗୁଡ଼ିକର ପରିଚାଳନା କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ହଉଜ୍‌ଖାସ୍‌ସ୍ଥିତ ଜଗନ୍ନାଥ ମନ୍ଦିର ଖୋଲିଥିବାବେଳେ ବହୁସଂଖ୍ୟାରେ ଭକ୍ତ ଦର୍ଶନ କରିବାକୁ ଆସିଥିଲେ। ସକାଳ ୮ଟା ୪୫ରେ ଛତ୍ରପୁର ମନ୍ଦିର କମ୍ପ୍ଲେକ୍ସ ଖୋଲିଥିବାବେଳେ ପ୍ରାରମ୍ଭରେ ୩୦୦ ଶ୍ରଦ୍ଧାଳୁ ଆସିଥିଲେ। ସକାଳ ୫ଟା ପର୍ଯ୍ୟନ୍ତ କରୋନା କର୍ଫ୍ୟୁ ରହୁଥିବାରୁ ଦିନର ପ୍ରଥମ ନମାଜ ପାଇଁ ମସ୍‌ଜିଦ ଖୋଲି ନ ଥିଲା। ଅପରାହ୍ଣ ୧ଟାରେ ଦ୍ୱିତୀୟ ନମାଜ ବେଳକୁ ବହୁସଂଖ୍ୟାରେ ଲୋକ ଉପସ୍ଥିତ ହୋଇଥିଲେ। ସେହିପରି ବାଙ୍ଗଲା ସାହିବ, ସିସ୍‌ ଗଞ୍ଜ ଏବଂ ରାକବଗଞ୍ଜ ଗୁରୁଦ୍ୱାରାରେ ଶିଖ୍‌ ଶ୍ରଦ୍ଧାଳୁମାନଙ୍କୁ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

T20Iରେ ସବୁଠୁ ଦ୍ରୁତ ଅର୍ଦ୍ଧଶତକ କାହା ନାଁରେ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ, ବୈଭବ-ଅଭିଷେକଙ୍କ ପାଇଁ ବି ରେକର୍ଡ ଭାଙ୍ଗିବା କଷ୍ଟକର

ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟ୍ର ନୂଆ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଦେଖି କ୍ରିକେଟ୍‌ପ୍ରେମୀଙ୍କ ମନରେ ଗୋଟିଏ ପ୍ରଶ୍ନT20…

ଭାରତୀୟ ଟିମ ନେଲାନି ଟ୍ରଫି, ଏବେ ନକଭିଙ୍କ ପଦ ଉପରେ ସଙ୍କଟ? BCCI ନେବ…

ନୂଆଦିଲ୍ଲୀ,୧୫।୯: ଏସିଆ କପ ଟ୍ରଫି ପ୍ରେଜେଣ୍ଟେସନ୍‌କୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ମୁଖ୍ୟ ତଥା ଏସିଆନ କ୍ରିକେଟ କାଉନସିଲ (ACC) ଅଧ୍ୟକ୍ଷ ମୋହସିନ ନକଭିଙ୍କୁ ନେଇ…

ପାଣିରେ ପାଦ ଦେଉ ଦେଉ ମହିଳାଙ୍କୁ ଟାଣିନେଲା ବଉଳା କୁମ୍ଭୀର, ଏକ କିଲୋମିଟର ଦୂରରେ ଘଟିଲା…..

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡା ଜିଲାର ନଦୀରେ ମାଳ ମାଳ କୁମ୍ଭୀରମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥି ପାଇଁ ବନ ବିଭାଗ ଅଧିକାରୀଙ୍କ…

ପିତୃପକ୍ଷରେ ବଦଳିବ ଭାଗ୍ୟ! ଲକ୍ଷ୍ମୀନାରାୟଣ ଯୋଗରେ ୪ ରାଶିଙ୍କୁ ମିଳିବ ଫାଇଦା ହିଁ ଫାଇଦା, ବ୍ୟବସାୟରେ ଲାଭ ସହ ଧନବର୍ଷା

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଯୁତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଶୁଭ ଗ୍ରହ ଏକାଠି ଆସିଲେ ଏହାର ପ୍ରଭାବ ବିଭିନ୍ନ ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ।…

ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ଼ ଭବିଷ୍ୟବାଣୀ!

ନୂଆଦିଲ୍ଲୀ,୧୫।୯: ଗତ କିଛି ଦିନ ମଧ୍ୟରେ ସୁନା ଓ ରୂପା ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦୀର୍ଘ ସମୟ ଧରି ଦର ବୃଦ୍ଧି ପରେ…

ଭାରତ ସରକାରଙ୍କ ପଦକ୍ଷେପ ଆଗରେ ମୁଣ୍ଡ ନୁଆଁଇଲା ମେଟା (Meta), ପିଲାମାନଙ୍କ ସମ୍ବନ୍ଧୀୟ ବିସ୍ତୃତ ସୂଚନା ପ୍ରଦାନ କରିବାକୁ ସହମତ

ନୂଆଦିଲ୍ଲୀ,୧୫।୯: ଭାରତ ସରକାର ପିଲାମାନଙ୍କୁ ଅନଲାଇନ ଯୌନ ଶୋଷଣ ଏବଂ କ୍ଷତିକାରକ ବିଷୟବସ୍ତୁରୁ ସୁରକ୍ଷା ଦେବା ପାଇଁ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ଉପରେ ନିୟମାବଳୀ କଠୋର କରିବାକୁ…

ବିଏସଏଫ ଯବାନ ତୁଷାର ବାଗଙ୍କୁ ଥୁଆମୂଳ ରାମପୁରରେ ଭବ୍ୟ ସମ୍ବର୍ଦ୍ଧନା

ଥୁଆମୂଳ ରାମପୁର,୧୫।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଜଣେ ଶ୍ରମିକ ଦିନ ମଜୁରିଆଙ୍କ ପୁଅ ତୁଷାର ବାଗ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ରେ…

ଦେଶର ପଞ୍ଚମ ସର୍ବାଧିକ ମହଙ୍ଗା ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା; ଚିନ୍ତା ବଢ଼ାଇଛି ଚିନି-ପିଆଜର ଦର ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର,୧୫।୯: ଓଡ଼ିଶା ଦେଶର ଅନ୍ୟତମ ମହଙ୍ଗା ବଜାର ଭାବରେ ଉଭା ହୋଇଛି। କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମୂଲ୍ୟ ଯୋଗୁ, ଅଗଷ୍ଟ ମାସରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?