୪ ମହାମାରୀ ଯୋଗୁ ଦୋହଲି ଯାଇଥିଲା ପୃଥିବୀର ଆର୍ଥିକ ସ୍ଥିତି !

ଓ୍ବାଶିଂଟନ,୨୯।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୫ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ସେହିପରି ମୃତ୍ୟୁ ସଂଖ୍ୟା ୩୦ ହଜାର ୮୭୩ ଛୁଇଁଛି। କରୋନାକୁ ମିଶାଇ ୪ ମହାମାରୀ ଯୋଗୁ ପୃଥିବୀର ଆର୍ଥିକ ସ୍ଥିତି ଦୋହଲି ଯାଇଥିଲା। ସେଥିମଧ୍ୟରେ ୧୭୨୦ରେ ପ୍ଲେଗ୍‌ ଯୋଗୁ ସ୍ଥିତି ଅସମ୍ଭାଳ ହୋଇଥିଲା। କୋଟି କୋଟି ଲୋକଙ୍କ ମୃତ୍ୟୁ ଘଟିଥିଲା। ପରିଷ୍କାର ପରିଚ୍ଛନ୍ନତାରେ ଅଭାବ ଯୋଗୁ ଶିଳ୍ପସଂସ୍ଥା ଗଢ଼ିଉଠିଥିବା ଅଞ୍ଚଳରେ ମୂଷା ଚୁଚୁନ୍ଦ୍ରାଙ୍କ ଦ୍ୱାରା ପ୍ଲେଗ୍‌ ଭୂତାଣୁ ସଂକ୍ରମଣ ହୋଇ ମହାମାରୀ ସ୍ଥିତି ସୃଷ୍ଟି କରିଥିଲା। ପରବର୍ତ୍ତୀ ସମୟରେ ୧୮୨୦ରେ କଲେରା ଯୋଗୁ କୋଟି କୋଟି ଲୋକଙ୍କ ଜୀବନ ଯାଇଥିଲା। ଭାରତରେ ଶହ ଶହ ଗାଁ କଲେରା ଯୋଗୁ ପଦା ହୋଇଯାଇଥିବାର ନଜିର ରହିଛି। ୧୯୨୦ରେ ସ୍ପାନିଶ୍‌ ଫ୍ଲୁ ଭୂତାଣୁ ସଂକ୍ରମଣରେ କୋଟି କୋଟି ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ମହାମାରୀ ଘଟିବାର ପ୍ରାୟ ଶହେ ବର୍ଷ ପରେ ଏବେ ପୃଥିବୀରେ କରୋନା ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବାକୁ ବର୍ତ୍ତମାନ ସୁଦ୍ଧା କୌଣସି ଦେଶର ସରକାର ସକ୍ଷମ ହୋଇ ନାହାଁନ୍ତି। ଉଦ୍ୟମ ଜାରି ରହିଛି। ଖୁବ୍‌ ଶୀଘ୍ର ଏହାର ଚିକିତ୍ସା ସମ୍ଭବ ହେବ ବୋଲି ଚାଇନା, ଆମେରିକା ଆଦି ବିକଶିତ ରାଷ୍ଟ୍ରର ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ବର୍ଷରୁ କମ୍‌ ବୟସର ଶିଶୁଙ୍କଠାରୁ କରୋନା ବ୍ୟାପିବାର ସମ୍ଭାବନା ଅଧିକ !

ଓ୍ବାଶିଂଟନ,୩୧।୭: କରୋନା ମହାମାରୀ ଏବେ ଭୟଙ୍କର ରୂପ ନେଇଥିବା ବେଳେ କେତେକ ସ୍ଥାନରେ ଏହା ଗୋଷ୍ଠୀ ସଂକ୍ରମଣରେ ପରିଣତ ହୋଇଥିବା କୁହାଯାଉଛି। ଏଭଳି ସମୟରେ ଜେଏଏମ୍‌ଏ...

ପାକିସ୍ତାନର ରାଧେ ମା’: ବୋହୂ ବେଶରେ ସଜେଇ ହୋଇ ଦେଉଛନ୍ତି ଜ୍ଞାନ

ଇସଲମାବାଦ, ୨୪।୭: ଭାରତରେ ଥିବା ରାଧେ ମା’ଙ୍କ କଥା ଶୁଣିଥିବେ, କିନ୍ତୁ ପାକିସ୍ତାନରେ ମଧ୍ୟ ସେମିତି ଜଣେ ବ୍ୟକ୍ତି ନିଜକୁ ବୋହୂ ବେଶରେ ସଜାଇ ଜ୍ଞାନ...

ଆସନ୍ତା ବର୍ଷ ରାଷ୍ଟ୍ରପତି ପଦ ଛାଡି ପାରନ୍ତି ପୁଟିନ

ମସ୍କୋ,୬ ।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଆସନ୍ତା ବର୍ଷ ରାଷ୍ଟ୍ରପତି ପଦ ଚାଡି ପାରନ୍ତି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । ଏଥିରେ...

କରୋନା ଭାଇରସ୍‌ରୁ ରକ୍ଷା ପାଇଁ ତାରାତାରିଣୀ ପୀଠରେ ପୂଜାର୍ଚ୍ଚନା

ପୁରୁଷୋତ୍ତମପୁର,୨୧।୩(ଡି.ଏନ୍‌.ଏ.): ସମଗ୍ର ବିଶ୍ୱରେ ଦେଖା ଦେଇଥିବା ମହାମାରୀ କରୋନା ଭାଇରସ୍‌ ଆତଙ୍କକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଥିବାବେଳେ ଗଞ୍ଜାମର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ...

ସ୍ବାମୀଙ୍କ ପାଇଁ ହସ୍ପିଟାଲରେ ବାସନ ମାଜିବାକୁ ପଛାଇଲେନି ସ୍ତ୍ରୀ: ଜାଣନ୍ତୁ କାହିଁକି…

ସ୍ତ୍ରୀ, ସ୍ବାମୀଙ୍କ ମଧ୍ୟରେ ଭଲ ପାଇବା ଅତ୍ୟନ୍ତ ନିବିଡ଼। ଏହାକୁ ପ୍ରମାଣକରି ଦେଖାଇଛନ୍ତି ଆମେରିକାର ଫ୍ଲୋରିଡାର ମେରି ଡାନିଏଲ। ସ୍ବାମୀଙ୍କ ପାଇଁ ସେ ବାସନ ମାଜିବାକୁ...

ଡାକ୍ତରଖାନା ବାହାରେ ମହିଳା ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣ: ୯ ମୃତ, ୩୦ ଆହତ

ଇସଲମାବାଦ, ୨୧।୭: ପାକିସ୍ତାନରେ ଡାକ୍ତରଖାନା ବାହାରେ ରବିବାର ଜଣେ ମହିଳା ଆତ୍ମଘାତୀ ଆତଙ୍କବାଦୀ ବିସ୍ଫୋରଣରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ଆହତ ହୋଇଛନ୍ତି। ତେହରିକ-ଇ-ତାଲିବାନ-ପାକିସ୍ତାନ ଏହି...

CORONAVIRUS UPDATE: ରାଜ୍ୟରେ ଚିହ୍ନଟ ହେଲେ ୧୬୯୫ ପଜିଟିଭ, ୨୭୯୫୮୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ରାଜ୍ୟରେ ଶନିବାର ୩୦ ଜିଲାରୁ ପୁଣି ୧୬୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...

ଲକ୍‌ଡାଉନ୍‌ ଉଠିବା ପରେ ଗଞ୍ଜାମକୁ ଫେରିବେ ଲୋକେ: ସରପଞ୍ଚଙ୍କ ସହ ଆଲୋଚନା, ଆଇସୋଲେଶନ୍‌ ସେଣ୍ଟର ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର, ୨୪।୪(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ଉଠିବା ପରେ ବାହାର ରାଜ୍ୟରେ ଅଟକିଥିବା ଲୋକେ ଗଞ୍ଜାମ ଜ଼ିଲାକୁ ଫେରିବେ। ଏନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ...

Play 250+ Trending Games
Archives

Model This Week

Why Dharitri