୪୮ ଘଣ୍ଟା ଲାଗି ୩ ଗ୍ରାମ ଶଟ୍‌ଡାଉନ

ଜଟଣୀ,୧୦ା୬(ଡି.ଏନ୍‌.ଏ.): ଜଟଣୀ ବ୍ଲକ ଅଞ୍ଚଳରେ ଜଣେ ଦୋକାନୀ କରୋନା ସଂକ୍ରମିତ ହେବା ପରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳକୁ ଶଟ୍‌ଡାଉନ୍‌ ଓ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଚିହ୍ନଟ ବ୍ୟକ୍ତିଙ୍କ ଘର ଏହି ବ୍ଲକ ପଦନପୁର ପଞ୍ଚାୟତର ବଡ଼ତୋଟା ଗ୍ରାମରେ ହୋଇଥିବାବେଳେ ଜଟଣୀ ମ୍ୟୁନିସିପାଲିଟି ଅନ୍ତର୍ଗତ ସୀତାରାମ ଛକରେ ଥିବା ଏକ ମାର୍କେଟ୍‌ କମ୍ପ୍ଲେକ୍ସରେ ତାଙ୍କର ଏକ ଗ୍ରସେରି ଦୋକାନ ରହିଛି। କିଛିଦିନ ତଳେ ସେ ଅସୁସ୍ଥ ହେବାରୁ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସା କରିବା ସହ ସ୍ବାବ ଟେଷ୍ଟ କରିଥିଲେ। ଟେଷ୍ଟରୁ ପଜିଟିଭ ବାହାରିବାରୁ ତାଙ୍କୁ ଭୁବନେଶ୍ୱରର କୋଭିଡ୍‌ ହସ୍ପିିଟାଲକୁ ପଠାଯାଇଛି। ପରେ ପଞ୍ଚାୟତର ବଡ଼ତୋଟା, ବେଲପଡ଼ା ଓ ଖୋଲାଦ୍ୱାର ଗ୍ରାମକୁ ମଙ୍ଗଳବାର ସନ୍ଧ୍ୟା ୬ଟାରୁ ୪୮ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ କରାଯାଇଥିବା ସରପଞ୍ଚ ସୁକାନ୍ତ ପରିଡ଼ା କହିଛନ୍ତି। ସେହିପରି ପ୍ରଶାସନ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କ ଦୋକାନକୁ ୭ ଦିନ ଏବଂ କମ୍ପ୍ଲେକ୍ସର ଅନ୍ୟ ଦୋକାନଗୁଡ଼ିକୁ ୪୮ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସୀତାରାମ ଛକରୁ ବଡ଼ ବଜାର ପର୍ଯ୍ୟନ୍ତ ମଙ୍ଗଳବାର ସନ୍ଧ୍ୟା ୭ଟାରୁ ୪୮ଘଣ୍ଟା ପର୍ଯ୍ୟନ୍ତ ଶଟଡାଉନ ଘୋଷଣା କରାଯାଇଥିବା ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକ ସେବାକେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

କର୍ଲାମୁଣ୍ଡା,୩୦ା୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ସମ୍ମୁଖରେ ଥିବା ଗ୍ରାହକ ସେବାକେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀଗୁଡ଼ିକ ଶନିବାର ରାତିରେ ଦୁର୍ବୃତ୍ତମାନେ ଚୋରି...

ଅଧ୍ୟାପକ ଅଭାବ ବିଜ୍ଞାନ ଶିକ୍ଷାରେ ବାଧକ

ଯାଜପୁର ଅଫିସ,୧୧ା୩: ରାଜ୍ୟର ଅଧିକାଂଶ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ, ପ୍ରାଧ୍ୟାପକ ପଦବୀ ପୂରଣ ହୋଇପାରୁନାହିଁ। ବିଶେଷକରି ବିଜ୍ଞାନ ପାଠ୍ୟକ୍ରମରେ ଏହି ଅଭାବ ବେଶି ପରିଲକ୍ଷିତ...

୫୦୦ ଡେଇଁଲା କରୋନା

ଢେଙ୍କାନାଳ ଅଫିସ, ୯।୮ : ଢେଙ୍କାନାଳ ଜିଲାରେ କାୟାବିସ୍ତାର କରିବାରେ ଲାଗିଛି କରୋନା। ଶନିବାର ଦିନକରେ ୩୬ ପଜିଟିଭ୍‌ ଚିହ୍ନଟ ହେବାପରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୨୯ରେ...

ରାଜ୍ୟରୁ ଆଉ ୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୯।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୭ କୋଭିଡ଼ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୨ଲକ୍ଷ ୭୮ ହଜାର ୮୭୭...

ବାଳକ ପେଟରେ ପଶିଗଲା ବର୍ଚ୍ଛା

ବଲାଙ୍ଗୀର ଅଫିସ, ୩୦ା୧:ବଲାଙ୍ଗୀର ବେଲପଡ଼ା ଥାନା ଅଏଁଲାଭଟା ଗାଁରେ ରବିବାର ସକାଳେ ଏକ ଅଘଟଣ ଘଟିଥିଲା। ଗଁାର ରାଜୁ ଥନାପତି ନାମକ ଜଣେ ୧୬ ବର୍ଷ...

ବ୍ୟାଙ୍କ ଅଫ ବରୋଦା ଏଟିଏମ୍‌ ଭଙ୍ଗାରୁଜା

ଜଗତ୍‌ସିଂହପୁର ଅଫିସ, ୩ା୭- ସ୍ଥାନୀୟ ବ୍ୟାଙ୍କ ଅଫ ବରୋଦା (ବିଓବି) ଏଟିଏମ୍‌ରୁ ଚୋରି ପାଇଁ ଉଦ୍ୟମ ହୋଇଥିବା ମଙ୍ଗଳବାର ଜଗତ୍‌ସିଂହପୁର ଥାନାରେ ଅଭିଯୋଗ ହୋଇଛି। ବିଓବି...

ଖଣି ଖନନ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ

ଝାରସୁଗୁଡ଼ା ଅଫିସ,୩୦ା୮: ନେଭେଲି ଲିଗଲାଇଟ୍‌ କର୍ପୋରେଶନ (ଏନ୍‌ଏଲ୍‌ସି)କୁ ଝାରସୁଗୁଡା ଜିଲା ମଲଦା ପଞ୍ଚାୟତରେ କୋଲ୍‌ବ୍ଲକ୍‌ ମଳିଥିବାବେଳେ ଏବେ କମ୍ପାନୀ ତରଫରୁ କୋଇଲା ଖଣି ଖନନ ପାଇଁ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୧୦।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ...

Advertisement
Archives

Model This Week