୪୮ ଘଣ୍ଟା ଲାଗି ୩ ଗ୍ରାମ ଶଟ୍‌ଡାଉନ

ଜଟଣୀ,୧୦ା୬(ଡି.ଏନ୍‌.ଏ.): ଜଟଣୀ ବ୍ଲକ ଅଞ୍ଚଳରେ ଜଣେ ଦୋକାନୀ କରୋନା ସଂକ୍ରମିତ ହେବା ପରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳକୁ ଶଟ୍‌ଡାଉନ୍‌ ଓ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଚିହ୍ନଟ ବ୍ୟକ୍ତିଙ୍କ ଘର ଏହି ବ୍ଲକ ପଦନପୁର ପଞ୍ଚାୟତର ବଡ଼ତୋଟା ଗ୍ରାମରେ ହୋଇଥିବାବେଳେ ଜଟଣୀ ମ୍ୟୁନିସିପାଲିଟି ଅନ୍ତର୍ଗତ ସୀତାରାମ ଛକରେ ଥିବା ଏକ ମାର୍କେଟ୍‌ କମ୍ପ୍ଲେକ୍ସରେ ତାଙ୍କର ଏକ ଗ୍ରସେରି ଦୋକାନ ରହିଛି। କିଛିଦିନ ତଳେ ସେ ଅସୁସ୍ଥ ହେବାରୁ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସା କରିବା ସହ ସ୍ବାବ ଟେଷ୍ଟ କରିଥିଲେ। ଟେଷ୍ଟରୁ ପଜିଟିଭ ବାହାରିବାରୁ ତାଙ୍କୁ ଭୁବନେଶ୍ୱରର କୋଭିଡ୍‌ ହସ୍ପିିଟାଲକୁ ପଠାଯାଇଛି। ପରେ ପଞ୍ଚାୟତର ବଡ଼ତୋଟା, ବେଲପଡ଼ା ଓ ଖୋଲାଦ୍ୱାର ଗ୍ରାମକୁ ମଙ୍ଗଳବାର ସନ୍ଧ୍ୟା ୬ଟାରୁ ୪୮ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ କରାଯାଇଥିବା ସରପଞ୍ଚ ସୁକାନ୍ତ ପରିଡ଼ା କହିଛନ୍ତି। ସେହିପରି ପ୍ରଶାସନ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କ ଦୋକାନକୁ ୭ ଦିନ ଏବଂ କମ୍ପ୍ଲେକ୍ସର ଅନ୍ୟ ଦୋକାନଗୁଡ଼ିକୁ ୪୮ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସୀତାରାମ ଛକରୁ ବଡ଼ ବଜାର ପର୍ଯ୍ୟନ୍ତ ମଙ୍ଗଳବାର ସନ୍ଧ୍ୟା ୭ଟାରୁ ୪୮ଘଣ୍ଟା ପର୍ଯ୍ୟନ୍ତ ଶଟଡାଉନ ଘୋଷଣା କରାଯାଇଥିବା ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଖରିଫ ଚାଷ ପାଇଁ ଚାଷୀ ତତ୍ପର, ଧାନରୁଆ ଆରମ୍ଭ

ଗଞ୍ଜାମ,୨୬ା୭(ବିଦ୍ୟାଧର ସାହୁ): ଖରିଫ ଚାଷ ପାଇଁ ଚଳିତବର୍ଷ ଋଷିକୂଲ୍ୟା ଜଳସେଚନ ଉପବିଭାଗ ପକ୍ଷରୁ ହିରାଧାରବାଟି କେନାଲରେ ପାଣି ଛଡ଼ାଯାଇଛି। ପୂର୍ବବର୍ଷ ଗୁଡିକ ଅପେକ୍ଷା ଚଳିତବର୍ଷ ୧ ମାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri